ETV Bharat / state

ଅର୍ଦ୍ଧନଗ୍ନ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

author img

By

Published : Dec 24, 2019, 9:18 PM IST

ବରଗଡ ପଦ୍ମପୁର ଉପଖଣ୍ଡରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ପାରିପାର୍ଶ୍ବିକ ପରିସ୍ଥିତି ଦେଖିଲେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

woman dead body found from jungle
ଅର୍ଦ୍ଧନଗ୍ନ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ବରଗଡ: ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅଞ୍ଚଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ଅର୍ଦ୍ଧନଗ୍ନ ଓ କ୍ଷତ ବିକ୍ଷତ ଅବସ୍ଥାରେ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହକୁ ଦେଖିଲେ ପ୍ରଥମେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି । ସେପଟେ, ପାଇକମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ସନ୍ଧ୍ୟାରେ ଯୁବତୀ ଜଣକ ଶୌଚ ହେବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ଏନେଇ ଗତକାଲି ପରିବାର ଲୋକେ ପାଇକମାଳ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି(ମଙ୍ଗଳବାର) ସକାଳୁ ଗାଁର କିଛି ଲୋକେ ସେଇ ରାସ୍ତା ଦେଇ ଶୌଚ ହେବା ପାଇଁ ଯାଉଥିବାବେଳେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଟେମରୀମାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜଣେ ଝିଅଙ୍କ ମୄତ ଶରୀର ଉଦ୍ଧାର କରାଯାଇଛି। କ୍ଷତବିଖ୍ୟତ ଅବସ୍ଥାରେ ଅର୍ଧ ନଗ୍ନ ହୋଇ ପଡ଼ିଥିବା ଏହି ମୃତ ଶରୀର କୁ ଦେଖିଲେ ଏହା ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ତେବେ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କଲେ ଏହିଘଟଣାଟି ପ୍ରଥମେ ଧର୍ଷଣ କରାଯାଇ ପରେ ହତ୍ୟା କରାଯାଇଥିବା ସଂଦେହ କରାଯାଉଛି । ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Body:ସୂଚନା ଅନୁଯାୟୀ ଟେମରୀମାଲ ଗାଁର ଧନୁର୍ଯ୍ୟ ଏଣ୍ଡଜାଙ୍କ ଝିଅ ଶୁକ୍ରବାର ଦିନ ସନ୍ଧ୍ୟାରେ ଶୌଚ ହେବା ପାଇଁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ। ଏ ନେଇ ତାଙ୍କ ଘର ଲୋକ ପାଇକମାଲ ଥାନା ରେ ଗତକାଲି ଅଭିଯୋଗ କରିଥିଲେ। ଆଜି ସକାଳୁ ଗାଁ ର କିଛି ଲୋକ ସେଇ ରାସ୍ତା ଦେଇ ଶୌଚ ହେବା ପାଇଁ ଯାଉଥିବାବେଳେ ଯୁବତୀଙ୍କ ମୃତଦେହ ପଡିଥିବାର ଦେଖିଥିଲେ ଏବଂ ଗାଁ ଲୋକଙ୍କୁ ଓ ପୋଲିସକୁ ଖବର ଦେଇଥିଲେ ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.