ETV Bharat / state

କାରାଗାରରେ ଜନ୍ମ ନେଲେ କୃଷ୍ଣ , ଯମୁନା ପାର ହୋଇ ଗୋପପୁରେ ପହଞ୍ଚିଲେ ବସୁଦେବ

author img

By

Published : Jan 2, 2020, 6:41 AM IST

bargarh-dhanuyatra-secound-day-birth-of-krushna
ଫଟୋ ସୌଜନ୍ୟ: ସମ୍ବାଦଦାତା,ବରଗଡ

ମଥୁରା ନାଗରୀର କାରାଗାରରେ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରି ରଖିଛନ୍ତି ମହାରାଜ କଂସ । କଂସର ଅତ୍ୟାଚାରରୁ ମଥୁରାବାସୀଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଛନ୍ତି । ଅଧିକ ପଢନ୍ତୁ...

ବରଗଡ: ମଥୁରା ନାଗରୀର କାରାଗାରରେ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରି ରଖିଛନ୍ତି ମହାରାଜ କଂସ । ଦେବକୀଙ୍କ ଗୋଟିଏ ପରେ ଗୋଟିଏ କରି ଶିଶୁ ପୁତ୍ର ମାନଙ୍କୁ ହତ୍ୟା କରିଚାଲିଛନ୍ତି କଂସ | ଅନ୍ୟପଟେ ପିତା ଉଗ୍ରସେନଙ୍କୁ ମଧ୍ୟ ପୁତ୍ର କଂସ ରାତ୍ରି ଜଗୁଆଳି ରୂପେ କାର୍ଯ୍ୟଭାର ଦେଇଛନ୍ତି | ତେବେ ଆଜି କାରାଗାରରେ ସମସ୍ତ ସୈନ୍ୟ ସାମନ୍ତ ଅଚେତ ହୋଇପଡିଥିଲେ ଏବଂ ଏକ ଅଲୌକିକ ଶକ୍ତି ଦ୍ଵାରା କାରାଗାରର ସମସ୍ତ କବାଟ ଖୋଲିଯାଇଥିଲା | ଦେବକୀଙ୍କ ଅଷ୍ଟମ ସନ୍ତାନ କାରାଗାର ଭିତରେ ଜନ୍ମ ଗ୍ରହଣ କଲା ପରେ ଘଟିଛି ଏପରି ଅଦ୍ଭୁତ ଘଟଣା |

କାରାଗାରରେ ଜନ୍ମ ନେଲେ କୃଷ୍ଣ , ଯମୁନା ପାର ହୋଇ ଗୋପପୁରେ ପହଞ୍ଚିଲେ ବସୁଦେବ

ଦେବକୀଙ୍କ ଗୋଟିଏ ପରେ ଗୋଟିଏ ଶିଶୁପୁତ୍ରଙ୍କୁ କଂସ ହତ୍ୟା କରି ଚାଲିଥିବା ବେଳେ ସପ୍ତମ ସନ୍ତାନ ଆକସ୍ମିକ ଭାବେ ଅର୍ନ୍ତଧ୍ୟାନ ହୋଇଯାଇଛି । ଏହାପରେ କଂସର ଅତ୍ୟାଚାରରୁ ମଥୁରାବାସୀଙ୍କୁ ଉଦ୍ଧାର କରିବା ପାଇଁ ଏକ ଆଲୌକିକ ସମୟରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମନେଇଥିବା ବେଳେ କାରାଗାରର ସମସ୍ତ ଜଗୁଆଳୀ କାଳନିଦ୍ରାରେ ଶୋଇ ପଡ଼ିଛନ୍ତି । ଏହି ସମୟରେ ସ୍ବୟଂ ବିଷ୍ଣୁ ବସୁଦେବଙ୍କୁ ସପ୍ନାଦେଶ ଦେଇଥିବା ବେଳେ ଦେବକୀଙ୍କ ଅଷ୍ଟମ ଗର୍ଭସନ୍ତାନଙ୍କୁ ଗୋପପୁରରେ ଛାଡ଼ିଦେବାକୁ ଆଦେଶ ଦେଇଛନ୍ତି ।

ଏହାପରେ ମଥୁରା କାରାଗାରର ସମସ୍ତ ଦ୍ବାର ଆପେ ଆପେ ଖୋଲିଯାଇ ଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଧରି ବସୁଦେବ ବାହାରି ପଡ଼ିଛନ୍ତି ଗୋପପୁରକୁ । ଠିକ୍ ଏତିକି ବେଳେ ମହାରାଜ କଂସଙ୍କ କଟୁଆଳ ସାଜିଥିବା ଉଗ୍ରସେନ ବାସୁଦେବଙ୍କ ପଥ ଓଗାଳି ଥିବା ବେଳେ ଶ୍ରୀକୃଷ୍ଣଙ୍କ ଦେହରେ ଭଗବାନ ବିଷ୍ଣୁଙ୍କ ରୂପ ଦେଖି ଆତ୍ମବିଭୋର ହୋଇପଡ଼ିଛନ୍ତି ଏବଂ ବସୁଦେବଙ୍କ ପଥ ଛାଡ଼ିଦେଇଛନ୍ତି । ଏହାପରେ ବସୁଦେବ ଯମୁନା ନଇଁ ପାରିହୋଇ ନନ୍ଦଭବନକୁ ପହଞ୍ଚି ସେଠାରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଦେଇ ବଜୁଳିକନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ବରଗଡରୁ ରାଜେଶ ସରପ,ଇଟିଭି ଭାରତ

Intro:ମଥୁରା ନାଗରୀର କାରାଗାରରେ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ କରି ରଖିଛନ୍ତି ମହାରାଜ କଂସ ଏବଂ ଦେବକିଙ୍କ ଗୋଟିଏ ପରେ ଗୋଟିଏ କରି ଶିଶୁ ପୁତ୍ର ମାନଙ୍କୁ ହତ୍ୟା କରିଚାଲିଛନ୍ତି ମହାରାଜ କଂସ | ଅନ୍ୟପଟେ ପିତା ଉଗ୍ରସେନଙ୍କୁ ମଧ୍ୟ ପୁତ୍ର କଂସ ରାତ୍ରି ଜଗୁଆଳି ରୂପେ କାର୍ଯ୍ୟ ଭାର ଦେଇଛନ୍ତି | ତେବେ ଆଜି କାରାଗାରରେ ସମସ୍ତ ସୈନ୍ୟ ସାମନ୍ତ ଅଚେତ ହୋଇପଡିଥିଲେ ଏବଂ ଏକ ଅଲୌକିକ ଶକ୍ତି ଦ୍ଵାରା କାରାଗାର ର ସମସ୍ତ କବାଟ ଖୋଲିଯାଇଥିଲା | ଦେବକିଙ୍କ ଅଷ୍ଟମ ସନ୍ତାନ କାରାଗାର ଭିତରେ ଜନ୍ମ ଗ୍ରହଣ କଲା ପରେ ଘଟିଛି ଏପରି ଅଦ୍ଭୁତ ଘଟଣା |
Body:ଦେବକୀଙ୍କ ଗୋଟିଏ ପରେ ଗୋଟିଏ ଶିଶୁୁତ୍ର ଙ୍କୁ କଂସ ହତ୍ୟା କରି ଚାଳିଥିବା ବେଳେ ସପ୍ତମ ସନ୍ତାନ ଆକସ୍ମିକ ଭାବେ ଅର୍ନ୍ତଧ୍ୟାନ ହୋଇଯାଇଛି । ଏହାପରେ କଂସର ଅତ୍ୟାଚାର ରୁ ମଥୁରାବାସୀଙ୍କୁ ଉଦ୍ଧାର କରିବା ପାଇଁ ଏକ ଆଲୌକିକ ସମୟରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମନେଇଥିବା ବେଳେ କାରାଗାର ର ସମସ୍ତ ଜଗୁଆଳୀ କାଳନିଦ୍ରାରେ ଶୋଇ ପଡ଼ିଛନ୍ତି । ଏହି ସମୟରେ ସ୍ୱୟଂ ବିଷ୍ଣୁ ବାସୁଦେବଙ୍କୁ ସପ୍ନାଦେଶ ଦେଇଥିବା ବେଳେ ଦେବକୀଙ୍କ ଅଷ୍ଟମ ଗର୍ଭସନ୍ତାନଙ୍କୁ ଗୋପପୁରରେ ଛାଡ଼ିଦେବାକୁ ଆଦେଶ ଦେଇଛନ୍ତି । ଏହାପରେ ମଥୁରା କାରାଗାରର ସମସ୍ତ ଦ୍ୱାର ଆପେ ଆପେ ଖୋଲିଯାଇ ଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଧରି ବାସୁଦେବ ବାହାରି ପଡ଼ିଛନ୍ତି ଗୋପପୁରକୁ । ଠିକ୍ ଏତିକି ବେଳେ ମହାରାଜ କଂସଙ୍କ କଟୁଆଳ ସାଜିଥିବା ଉଗ୍ରସେନ ବାସୁଦେବଙ୍କ ପଥ ଓଗାଳି ଥିବା ବେଳେ ଶ୍ରୀକୃଷ୍ଣଙ୍କ ଦେହରେ ଭଗବାନ ବିଷ୍ଣୁଙ୍କ ରୂ ଦେଖି ଆତ୍ମବିଭୋର ହୋଇପଡ଼ିଛନ୍ତି ଏବଂ ବାସୁଦେବଙ୍କ ପଥ ଛାଡ଼ିଦେଇଛନ୍ତି । ଏହାପରେ ବସୁଦେବ ଯମୁନା ନଇ ପାରିହୋଇ ନନ୍ଦଭବନ କୁ ପହଂଚି ସେଠାରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଦେଇ ବଜୁଳିକନ୍ୟା ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି ମଥୁରାକୁ ।
ବାଇଟ 1- ବାସୁଦେବ
ବାଇଟ 2- ଉଗ୍ରସେନ
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.