ETV Bharat / state

ସ୍କ୍ରବ ଟାଇଫସ ଆତଙ୍କ, ବରଗଡ଼ ପହଞ୍ଚିଲେ ରାଜ୍ୟ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌

author img

By ETV Bharat Odisha Team

Published : Sep 18, 2023, 3:05 PM IST

ସ୍କ୍ରଵ ଟାଇଫସ ଆତଙ୍କ
ସ୍କ୍ରଵ ଟାଇଫସ ଆତଙ୍କ

ବରଗଡରେ ବିଷାକ୍ତ କୀଟ ଆତଙ୍କ । ଏନେଇ ନେଇ ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦେଶାଳୟ ଭୁବନେଶ୍ୱରରୁ ବରଗଡ଼କୁ ଗଲେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ । ଅଧିକ ପଢ଼ନ୍ତୁ

ସ୍କ୍ରଵ ଟାଇଫସ ଆତଙ୍କ

ବରଗଡ଼: ରାଜ୍ୟରେ ବିଷାକ୍ତ କୀଟ ଆତଙ୍କ । ବରଗଡ଼ରେ ବିଷାକ୍ତ କୀଟ କମୁଡ଼ାରେ ଏକାଧିକ ଲୋକଙ୍କ ଗଲାଣି ଜୀବନ । ଏହାକୁ ନେଇ ରାଜ୍ୟ ଜନ ସ୍ୱାସ୍ଥ୍ୟ ନିର୍ଦେଶାଳୟ ଭୁବନେଶ୍ୱରରୁ ବରଗଡ଼କୁ ଗଲେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ l ଭୁବନେଶ୍ୱରରୁ ତିନି ଜଣିଆ ଡାକ୍ତରୀ ଦଳ ବରଗଡ଼ CDMOଙ୍କୁ ଭେଟି ବରଗଡ଼ ଜିଲ୍ଲାରେ ବ୍ୟାପୁଥିବା ସ୍କ୍ରବ୍‌ ଟାଇଫସ ରୋଗ ଉପରେ ଆଲୋଚନା କରିଛନ୍ତି l

ସ୍କ୍ରବ ଟାଇଫସ ଦ୍ବାରା 5 ଜଣଙ୍କର ମୃତ୍ୟୁ ହୋଇଛି ନାଁ ତାହାର ଅନ୍ୟ କିଛି କାରଣ ରହିଛି ତାହା ତଦନ୍ତ କରିବ ଡାକ୍ତରୀ ଦଳ । ଏହି ରୋଗରେ ମୃତ୍ୟୁବରଣ କରିଥିବା ସମସ୍ତ ଗୋରୀଙ୍କ ପରିବାର ଲୋକଙ୍କୁ ଭେଟିବା ସହିତ ସେମାନଙ୍କର ଚିକିତ୍ସା ପ୍ରଣାଳୀର ସମସ୍ତ କାଗଜପତ୍ରକୁ ତଦାରଖ କରିବେ ଡାକ୍ତରୀ ଦଳ l ଏହି 3 ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଦଳରେ ଭୁବନେଶ୍ୱରର ଡ଼ା. ସୁସ୍ମିତା ନାଏକ, ଡ଼ା. ସୁନିତା ଜେନା, ଓ ଡ଼ା. ସୁବାଶିଷ ମହାନ୍ତି ସାମିଲ ହୋଇଛନ୍ତି । ସେମାନେ ଆଜି ପ୍ରଥମେ ବରଗଡ଼ CDMO ଜିତେନ୍ଦ୍ର ମୋହନ ବେବର୍ତାଙ୍କ ସହିତ ସାକ୍ଷାତ କରି ଏହି ସ୍କ୍ରବ ଟାଇଫସ ରୋଗ ବିଷୟରେ ଆଲୋଚନା କରିଛନ୍ତି l

ଏହା ମଧ୍ୟ ପଢନ୍ତୁୃ- ସ୍କ୍ରବ ଟାଇଫସ ଆତଙ୍କ, ଅନୁଧ୍ୟାନ ପାଇଁ ବରଗଡ଼ ପହଞ୍ଚିଲେ 3 ଜଣିଆ ଡାକ୍ତରୀ ଦଳ

ସେହିପରି ଦୁଇ ଦିନ ତଳେ ବରଗଡକୁ ବୁର୍ଲା ଭୀମସାରର ମଧ୍ୟ ତିନି ଜଣିଆ ଡାକ୍ତରୀ ଟିମ ତଦାରଖ ପାଇଁ ଆସିଥିଲେ । ପ୍ରକୃତରେ ବିଷାକ୍ତ କୀଟ କାମୁଡାରେ ହେଉଥିବା ସ୍କ୍ରବ ଟାଇଫସ ରୋଗ ଉପରେ ବରଗଡର କଣ ସ୍ଥିତି ରହିଛି ତାହାର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ ଆଜି ପୁଣି ରାଜ୍ୟ ସ୍ତରୀୟ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ବରଗଡ଼କୁ ପହଁଞ୍ଚିଛନ୍ତି l

ବରଗଡ଼ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ 482 ଜଣଙ୍କର ପରୀକ୍ଷା କରାଯାଇ ଥିବା ବେଳେ ସେମାନଙ୍କ ମଧ୍ୟରୁ 12 ଜଣଙ୍କର ନମୁନା ପଜିଟିଭ ଆସିଛି । ସେମାନଙ୍କ ମଧ୍ୟରୁ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାନେ ବର୍ତମାନ ସୁଦ୍ଧା ସୁସ୍ଥ ରହିଥିବା ବରଗଡ CDMO ଜଣାଇଛନ୍ତି । ତେବେ ଆଗାମୀ ଦିନରେ ସ୍କ୍ରବ ଟାଇଫସ ପ୍ରତି ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଯିବା ସହିତ ସ୍କ୍ରବ ଟାଇଫସ ପରୀକ୍ଷଣକୁ ବୃଦ୍ଧି କରାଯିବା ନେଇ ଆଜି ବରଗଡ଼କୁ ଆସିଥିବା ରାଜ୍ୟ ସ୍ତରୀୟ ଡାକ୍ତରୀ ଟିମ୍‌ ନିର୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.