ସ୍କ୍ରବ ଟାଇଫସ ଆତଙ୍କ, ଅନୁଧ୍ୟାନ ପାଇଁ ବରଗଡ଼ ପହଞ୍ଚିଲେ 3 ଜଣିଆ ଡାକ୍ତରୀ ଦଳ

ସ୍କ୍ରବ ଟାଇଫସ ଆତଙ୍କ, ଅନୁଧ୍ୟାନ ପାଇଁ ବରଗଡ଼ ପହଞ୍ଚିଲେ 3 ଜଣିଆ ଡାକ୍ତରୀ ଦଳ
ସ୍କ୍ରବ ଟାଇଫସକୁ ନେଇ ବରଗଡର ସ୍ଥିତି ଅନୁଧ୍ୟାନ କରିବା ପାଇଁ ପହଞ୍ଚିଲେ ବୁର୍ଲା ଭୀମସାରର ତିନି ଜଣିଆ ଡାକ୍ତରୀ ଟିମ । ଅଧିକ ପଢନ୍ତୁ
ବରଗଡ: ରାଜ୍ୟରେ ବିଷାକ୍ତ କୀଟ ଆତଙ୍କ । ବରଗଡରେ ବିଷାକ୍ତ କୀଟ କମୁଡାରେ ଏକଧିକ ଲୋକଙ୍କ ଗଲାଣି ଜୀବନ । ଏହାକୁ ନେଇ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ବରଗଡକୁ ପହଞ୍ଚିଲେ ବୁର୍ଲା ଭୀମସାରର ତିନି ଜଣିଆ ଡାକ୍ତରୀ ଟିମ । ସ୍କ୍ରବ ଟାଇଫସ ରୋଗକୁ ନେଇ ବରଗଡର ସ୍ଥିତି ଅନୁଧ୍ୟାନ କରିବା ସହ ମୃତ୍ୟୁର ପ୍ରକୃତ କାରଣ ଖୋଜିବ ଟିମ୍ । ସ୍କ୍ରବ ଟାଇଫସ ଦ୍ବାରା 5 ଜଣଙ୍କର ମୃତ୍ୟୁ ହୋଇଛି ନାଁ ତାହାର ଅନ୍ୟ କିଛି କାରଣ ରହିଛି ତାହା ତଦନ୍ତ କରିବ ଡାକ୍ତରୀ ଦଳ । ଡାକ୍ତରୀ ଦଳ ଏହାର ଅନୁଧ୍ୟାନ କରିବା ପରେ ବରଗଡ CDMOଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପଠାଯିବ ।
ଏହି ବିଷାକ୍ତ କୀଟ କାମୁଡିବା ଦ୍ଵାରା ସଂକ୍ରାମକ ରୋଗ ହେଉଛି ନାଁ ନାହିଁ । ରୋଗରୁ ନିରାକରଣ ପାଇଁ କେଉଁ ଚିକିତ୍ସା କରାଯାଉଛି । ରୋଗ ଚିହ୍ନଟ ପାଇଁ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ସହ ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ କରିବେ ଡାକ୍ତରୀ ଦଳ । ସ୍କ୍ରବ ଟାଇଫସ ରୋକିବାକୁ କିପରି ଜନସଚେତନତା କରାଯିବ କିମ୍ବା କିପରି ଅନ୍ୟାନ୍ୟ ପଦକ୍ଷେପ ନିଆଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ତେବେ ବୁର୍ଲା ଭୀମସାରର ବଡ ମେଡିକାଲରୁ ଡ଼ା. ଉଦେନ ନାୟକ, ଡା.ସତ୍ୟବ୍ରତ ଠାକୁର ଓ ଡ଼ା. ଶଙ୍କର ରାମ ଚନ୍ଦାନୀ ବରଗଡ ଆସି ସିଡିଏମଓ ଜେତେନ୍ଦ୍ର ମୋହନ ଦେଵାର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ ।
ବରଗଡ ସିଡିଏମଓ ଜେତେନ୍ଦ୍ର ମୋହନ ଦେଵାର୍ତ୍ତା କହିଛନ୍ତି, ‘‘ସ୍କ୍ରବ ଟାଇଫସର ସ୍ଥିତିର ଅନୁଧ୍ୟାନ କରିବା ସାଙ୍ଗକୁ ଜନ ସଚେତନାତା ପାଇଁ ବିଭିନ୍ନ ପଦକ୍ଷପ ଉପରେ ଆଲୋଚନା କରାଯାଇଥିଲା । ବରଗଡ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 376 ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ 11 ଜଣଙ୍କର ନମୁନା ପଜିଟିଭ ଆସିଥିଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ପଜିଟିଭ ରୋଗୀ ସୁସ୍ଥ ଅଛନ୍ତି । ଆଗାମୀ ଦିନରେ ସ୍କ୍ରର୍ବ ଟାଇଫସ ପ୍ରତି ଲୋକଙ୍କୁ କିପରି ଅଧିକରୁ ଅଧିକ ସଚେତନ କରାଯାଇ ପାରିବ ଏବଂ ପରୀକ୍ଷଣକୁ ବୃଦ୍ଧି କରାଯିବ ସେନେଇ ଆଜିର ଆଲୋଚନାର ନିଷ୍କର୍ଷ ବାହାରିଥିଲା ।’’
ଡା. ଶଙ୍କର ରାମଚନ୍ଦାନୀ କହିଛନ୍ତି, ‘‘ ବରଗଡ ଜିଲ୍ଲା କୃଷି ଅଞ୍ଚଳ ହୋଇଥିବା ବେଳେ ଏହି କୀଟକୁ ନେଇ ଚାଷୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । କିନ୍ତୁ କେହି ଭୟଭୀତ ହେବାର କୌଣିସି କାରଣ ନାହିଁ । ସମନ୍ୟ ଆସୁସ୍ଥାତା ଅନୁଭବ କଲେ ଡାକ୍ତର ପରାମର୍ଶ ନିଆନ୍ତୁ । ରୋଗର ଶୀଘ୍ର ଚିହ୍ନଟ ହେଲେ ଏହାର ସରଳ ଓ ସହଜ ଚିକିତ୍ସା ପଦ୍ଧତି ରହିଛି ।’’
ଇଟିଭି ଭାରତ, ବରଗଡ
