ETV Bharat / state

ବିପଦ ସଙ୍କେତ ଟପୁଛି ଜଳକା ନଦୀ, ଡରିଲେଣି ଲୋକେ

author img

By

Published : Aug 19, 2019, 12:12 PM IST

ଡିଜାଇନ ଫଟୋ

ଲଗାଣ ବର୍ଷା ଫଳରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା । ଫଳରେ ଉପକୂଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ବାଲେଶ୍ବର: ଜଳକା ନଦୀରେ ବନ୍ୟା ଆଶଙ୍କା । ଲଗାଣ ବର୍ଷା ଫଳରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା । ବନ୍ୟା ଜଳରେ କ୍ରମଶଃ ଜଳକା ଭୟଙ୍କର ରୂପ ଧାରଣ କରିବାରେ ଲାଗୁଛି । ଫଳରେ ଉପକୂଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦୁଇଦିନ ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଯିଲ୍ଲାର ବିଭିନ୍ନ ନଦୀ ଗୁଡିକରେ ଜଳସ୍ତର ବଢ଼ୁଥିବା ଦେଖିବାକୁ ମିଳିଛି। ଗତକାଲି ଅର୍ଥାତ ରବିବାର ଜଳକା ନଦୀରେ ବିପଦ ସଙ୍କେତ ପାଖାପାଖି ଜଳ ପ୍ରବାହିତ ହେଉଥିଲା। ସୋମବାର ସକାଳ 9ଟା ସୁଧା ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଜଳକା ନଦୀର ବିପଦ ସଂକେତ 5.50ମିଟର ରହିଥିବା ବେଳେ ବର୍ତ୍ତମାନ ଏହା 6.50ମିଟରରେ ପ୍ରବାହିତ ହେଉଛି। ଫଳରେ ନେଇ ବନ୍ୟା ଆଶଙ୍କାରେ ଉପକୂଳବାସୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଦୁଇଦିନ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଯିଲ୍ଲାର ବିଭିନ୍ନ ନଦୀ ଗୁଡିକରେ ଜଳସ୍ତର ବଢ଼ୁଥିବା ଦେଖିବାକୁ ମିଳିଛି। ଗତକାଲି ରବିବାର ଜଳକା ନଦୀରେ ବିପଦ ସଂକେତ ପାଖାପାଖି ଜଳ ପ୍ରବାହିତ ହେଉଥିଲା। ଆଜି ସକାଳ 9ଟା ସୁଧା ଜଳ ସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବିପଦ ସଂକେତ 5.50 ଥିବା ବେଳେ ଏବେ 6.50 ରେ ଜଳ ପ୍ରବାହିତ ହେଉଛି। ଯାହାକୁ ନେଇ ବନ୍ୟା ଆଶଙ୍କାରେ ଉପକୂଳବାସୀ ଭୟରେ ରହୁଥିବା ଦେଖିବାକୁ ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.