ETV Bharat / state

ଦୁଃଖ ଦେଉଛି ବୁଢାବଳଙ୍ଗ, ବିପଦରେ ମାକନ୍ଦା ଗ୍ରାମବାସୀ

author img

By

Published : Nov 9, 2021, 3:28 PM IST

ବିପଦରେ ନଈକୂଳିଆ ମାକନ୍ଦା ଗ୍ରାମବାସୀ
ବିପଦରେ ନଈକୂଳିଆ ମାକନ୍ଦା ଗ୍ରାମବାସୀ

ଦୁଃଖରେ ଦିନ କାଟୁଛନ୍ତି ରେମୁଣା ବ୍ଲକ ବୁଢ଼ାବଳଙ୍ଗ ନଦୀକୂଳରେ ରହୁଥିବା ମାକନ୍ଦା ଗ୍ରାମବାସୀ । ବନ୍ୟା ଯୋଗୁଁ ନଦୀକୂଳ ଅବକ୍ଷୟ ହେବା ସହ ଗାଁ ପ୍ରତି ଏବେ ବିପଦ ସୃଷ୍ଟି ହେଉଛି । ଅଧିକ ପଢନ୍ତୁ...

ବାଲେଶ୍ବର: ଦୁଃଖରେ ଦିନ କାଟୁଛନ୍ତି ରେମୁଣା ବ୍ଲକ ବୁଢ଼ାବଳଙ୍ଗ ନଦୀ କୂଳରେ ରହୁଥିବା ମାକନ୍ଦା ଗ୍ରାମବାସୀ । ବାରମ୍ବାର ବନ୍ୟା ଯୋଗୁଁ ନଦୀକୂଳ ଅବକ୍ଷୟ ହେବା ସହ ଗ୍ରାମ ପ୍ରତି ଏବେ ବିପଦ ସୃଷ୍ଟି ହେଉଛି। ଗ୍ରାମର ନଦୀକୂଳ ଅଞ୍ଚଳ ରକ୍ଷଣାବେକ୍ଷଣ ନହେବା ଯୋଗୁଁ ନଦୀର ପ୍ରବଳ ସ୍ରୋତର ପ୍ରକୋପରେ ଯେଉଁ କ୍ଷୟ ହୋଇଛି ଏହାର ପ୍ରଭାବରେ ନଦୀଗର୍ଭରେ ବାଲିସ୍ତୃପ ସୃଷ୍ଟି ହୋଇଛି । ଯାହା ଆଂଶିକ ଭାବେ ନଦୀସ୍ରୋତର ଶକ୍ତିକୁ ପ୍ରତିରୋଧ କରୁଛି ।

ତେବେ ସେହି ବାଲିସ୍ତୃପ ନିଲାମ କରିବାର ନୋଟିସ୍ ରେମୁଣା ତହସିଲଦାରଙ୍କ ଦ୍ବାରା ଜାରି ହୋଇଛି। ଯାହାକୁ ଗ୍ରାମବାସୀ ବିରୋଧ କରିବା ସହ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି। ଗ୍ରାମବାସୀଙ୍କ ଅନୁପସ୍ଥିତି ଓ ମତାମତ ନନେଇ ଏଠାରେ ମାଇନିଂ ପ୍ଲାନ ପ୍ରସ୍ତୁତ ହେବା ସମ୍ପୂର୍ଣ୍ଣ ବେଆଇନ ବୋଲି ଗ୍ରାମବାସୀ କହିଛନ୍ତି । ତେବେ ବାଲି ଖାଦାନକୁ ସୈରାତ ସ୍ଥରୀକୃତ ଓ ଚୂଡାନ୍ତ କରିବା ପୂର୍ବରୁ ଜନଶୁଣାଣୀ କରାଯାଇନଥିବା ଅଭିଯୋଗ ହୋଇଛି। ନିଲାମ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବାତିଲ କରିବା ସହ ନଦୀଗର୍ଭକୁ ଯଥା ସ୍ଥାନରେ ରଖିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.