ETV Bharat / state

ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟରେ ବିଳମ୍ବ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

author img

By

Published : Aug 2, 2022, 1:01 PM IST

ଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି
ଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି

ବାଲିଆପାଳ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣରେ ବିଳମ୍ବ ହେବା ଓ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । ଅଧିକ ପଢନ୍ତୁ

ବାଲେଶ୍ବର: ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କାର୍ଯ୍ୟକୁ ଦୀର୍ଘ ୧୬ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇପାରିନାହିଁ । ଯାହାକୁ ବିରୋଧ କରି ବାଲିଆପାଳ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛି ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି । ବାଲିଆପାଳ ଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣରେ ବିଳମ୍ବ ହେବା ଓ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ଦାବିରେ ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି

ସୂଚନା ଅନୁସାରେ, ସୁବର୍ଣ୍ଣରେଖା ମୁହାଣରେ ସୁବର୍ଣ୍ଣରେଖା ବନ୍ଦର ଲିମିଟେଡ 2187 କୋଟି ଟଙ୍କା ବିନିଯୋଗରେ 10 ବର୍ଥ ବିଶିଷ୍ଟ ବନ୍ଦର ନିର୍ମାଣ ପାଇଁ 2006 ଡିସେମ୍ବର 18 ତାରିଖରେ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା । ଏଥିପାଇଁ ଜମି ଅଧିଗ୍ରହଣ ଓ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ମଧ୍ୟ ମିଳି ସାରିଛି । ମାତ୍ର ଉପଯୁକ୍ତ ସ୍ଥାନ ଓ ଗତିପଥକୁ ବାଦ ଦେଇ ସମ୍ପୃକ୍ତ କମ୍ପାନୀ ଅନ୍ୟପଟେ ବନ୍ଦର ନିର୍ମାଣ କାର୍ଯ୍ୟ କରିବାକୁ ଉଦ୍ୟମ କରୁଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରୁନାହିଁ ।

ବନ୍ଦର ନିର୍ମାଣ ହେଲେ ବାଲେଶ୍ଵର ଜିଲ୍ଲାର ପ୍ରାୟ 25 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ । କିନ୍ତୁ ଏଥିପ୍ରତି ଧ୍ୟାନ ନଦେଇ ସମ୍ପୃକ୍ତ କମ୍ପାନୀ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ତେବେ ତୁରନ୍ତ ବନ୍ଦର ନିର୍ମାଣ କାର୍ଯ୍ୟ ଶେଷ କରି ସ୍ଥାନୀୟ ବେରୋଜଗାର ପିଲାଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାପାଇଁ ଦାବି କରିଛି ବନ୍ଦର କ୍ରିୟାନୁଷ୍ଠାନ କମିଟି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.