ETV Bharat / state

ୟୁପିଏସସିରେ 31ନମ୍ବର ରାଙ୍କରେ ବାଲେଶ୍ୱରର ସିମି କରନ

author img

By

Published : Aug 5, 2020, 2:00 PM IST

simi karan got rank 31 in upsc result
ୟୁପିଏସସିରେ 31ନମ୍ବର ରାଙ୍କରେ ବାଲେଶ୍ୱରର ସିମି କରନ

ୟୁପିଏସସିରେ 31ନମ୍ବର ରାଙ୍କରେ ବାଲେଶ୍ୱରର ସିମି କରନ । ପ୍ରଥମଥର ଉଦ୍ୟମରେ ମିଳିଛି ସଫଳତା । ଅଧିକ ପଢନ୍ତୁ....

ବାଲେଶ୍ଵର: ୟୁପିଏସସିର ପରୀକ୍ଷା ଫଳ ପ୍ରକାଶ ପାଇଛି । ବାଲେଶ୍ଵର ସନ୍ତୋଷପୁରାର ଦେବେନ୍ଦ୍ରନାଥ କରନଙ୍କ ଝିଅ ସିମି କରନ ୟୁପିଏସସିରେ 31 ନମ୍ବର ସ୍ଥାନ ହାସଲ କରିଛନ୍ତି । ପ୍ରଥମ ଥର ଉଦ୍ୟମରେ ଏମିତି ସଫଳତା ପରେ ସିମି ଏକ ଭିଡିଓ ମାଧ୍ୟମରେ ଇଟିଭି ଭାରତକୁ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସିମି ଏବେ ମୁମ୍ବାଇରେ ରହୁଥିବା ବେଳେ ନିଜ ସଫଳତାର ଶ୍ରେୟ ବାପା ମା, ଅଜା ଓ ଆଇଙ୍କୁ ଦେଇଛନ୍ତି ।

ୟୁପିଏସସିରେ 31ନମ୍ବର ରାଙ୍କରେ ବାଲେଶ୍ୱରର ସିମି କରନ

ଏହାସହ ସିଭିଲ ସର୍ଭିସ ପାଇଁ ପ୍ରୋତ୍ସାହିତ କରିଥିବାରୁ ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର ଓ ଅବନୀ ପାତ୍ରଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି । ପ୍ରଥମ ଉଦ୍ୟମରେ ସଫଳତା ପରେ ସିମିଙ୍କୁ ଯାହାବି ଦାୟିତ୍ବ ଦିଆଯିବ ତାକୁ ସ୍ବାଗତ କରିବେ। ଲୋକଙ୍କୁ ସେବା ଯୋଗାଇବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ମହିଳା ସଶକ୍ତିକରଣ ଓ ଶିକ୍ଷା ବିଭାଗରେ କାର୍ଯ୍ୟ କରିବାକୁ ସେ ଇଚ୍ଛା ରଖିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.