ETV Bharat / state

ହନିଟ୍ରାପରେ ଫସିଛନ୍ତି DRDOର 4 ଠିକା କର୍ମଚାରୀ ! ପରିବାର ପାଖରେ ନାହିଁ କୌଣସି ସୂଚନା

author img

By

Published : Sep 15, 2021, 11:36 AM IST

Updated : Sep 15, 2021, 12:40 PM IST

ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଲିକ ମାମଲା; ସମସ୍ତ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ
ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଲିକ ମାମଲା; ସମସ୍ତ ଅଭିଯୁକ୍ତଙ୍କୁ କରାଯିବ କୋର୍ଟ ଚାଲାଣ

ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଲିକ ମାମଲା । ହନିଟ୍ରାପର ଶିକାର ସନ୍ଦେହ । ପରିବାର ପାଖରେ ନାହିଁ କୌଣସି ସୂଚନା । ଅଧିକ ପଢନ୍ତୁ...

ବାଲେଶ୍ଵର : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଗୁପ୍ତ ତଥ୍ୟ ପାକିସ୍ଥାନକୁ ପ୍ରଦାନ ମାମଲାରେ 4 ଜଣଙ୍କୁ ଗିରଫ କରିଛି ବାଲେଶ୍ବର ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି। ଗୁପ୍ତତଥ୍ୟ ପ୍ରଦାନ କରିବା ପାଇଁ କେମିତି ଅଭିଯୁକ୍ତ ମାନଙ୍କୁ ବ୍ୟବହାର କରାଯାଉଥିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ହନିଟ୍ରାପରେ ଫସିଛନ୍ତି DRDO ସଦସ୍ୟ ! ପରିବାର ପାଖରେ ନାହିଁ କୌଣସି ସୂଚନା

ଗିରଫ ଅଭିଯୁକ୍ତମାନେ ହେଲେ ବସନ୍ତ ବେହେରା, ହେମନ୍ତ କୁମାର ମିସ୍ତ୍ରୀ, ତାପସ ରଞ୍ଜନ ନାୟକ ଓ ସେଖ ମୂଷାଫିର। ସମସ୍ତ ଗିରଫ ଅଭିଯୁକ୍ତ ଡିଆରଡିଓରେ ଠିକା କର୍ମଚାରୀ ଥିବା ବେଳେ ଜଣେ କେବଳ ପିଏକ୍ସଇରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଅଭିଯୁକ୍ତମାନଙ୍କ ଘର ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ଡିଆରଡିଓ ଓ ପିଏକ୍ସଇ ପରିସରରେ ସେମାନେ ଠିକା ଶ୍ରମିକ ଭାବେ କାମ କରନ୍ତି।

ପୁଲିସ ସୋମବାର ବିଳମ୍ବିତ ରାତିରେ ସେମାନଙ୍କୁ ତାଙ୍କ ଘରୁ ଉଠାଇ ନେଇଥିବାବେଳେ ଏମାନେ ପାକିସ୍ଥାନର ଗୁଇନ୍ଦା ଏଜେଣ୍ଟକୁ ପ୍ରତିରକ୍ଷା ସମର୍କିତ କିଛି ଗୁପ୍ତତଥ୍ୟ ପ୍ରଘଟ କରୁଥିବା ସୂଚନା ମିଳିଥିଲା। ଏହା ପରେ ଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୁଲିସ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ସେମାନଙ୍କୁ ଗିରଫ କରିଥିଲା। ଏଭଳି ଦେଶଦ୍ରୋହ କାର୍ଯ୍ୟରେ ସମ୍ପୃକ୍ତି ଥିବା ସନ୍ଦିଗ୍ଧ ମାନଙ୍କୁ ଧରିବା ପାଇଁ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଥିଲା ଯେଉଁଥିରେ 6 ଆଇଆଇସି ଓ 6 ଡିଏସପି ରହିଥିଲେ। ଏମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପ୍ରାୟ ତିନି ଦିନ ଧରି ତନା ଘନା ଜାରି ରଖିଥିଲା। ଏହି 4 ଅଭିଯୁକ୍ତ ଦେଶର ସୁରକ୍ଷା , ସାର୍ବଭୌମତ୍ୱ ଓ ଆଖଣ୍ଡତା ଉପରେ ଗୁରୁତର କ୍ଷତି ପହଞ୍ଚାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ଖାଲି ସେତିକି ନୁହଁ ଡିଆରଡି ଓ ଏବଂ ପିଏକ୍ସଇରେ ଏସି ଅପରେଟର ସହ ଜେନେରେଟର ଅପରେଟର ଭାବେ କାର୍ଯ୍ୟକରୁଥିବା ଏହି ଅଭିଯୁକ୍ତମାନେ ବିଭିନ୍ନ ସମୟରେ ବିଦେଶୀ ସଂସ୍ଥାର ମହିଳା ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ କଥା ହେଉଥିଲେ । ଏହାସହ ସେମାନଙ୍କ ନିକଟରୁ ଟଙ୍କା ହାତେଇବା ପୋଲିସ ହାତରେ ପ୍ରମାଣ ଲାଗିଛି। ତେବେ ଏଭଳି ଦେଶଦ୍ରୋହ ମାମଲାରେ ଆଉ କେଉଁ ମାନଙ୍କ ହାତ ରହିଛି ପୋଲିସ ତାହାର ତଦନ୍ତ ଜାରି ରଖିଛି ।

ଅନ୍ୟପଟେ ଅଭିଯୁକ୍ତଙ୍କ ଗିରଫ ଘଟଣାକୁ ପରିବାର ଲୋକେ ସ୍ବୀକାର କରୁନାହାନ୍ତି । ଏତେ କଡା ସୁରକ୍ଷା ଭିତରେ ସେମାନେ ମୋବାଇଲ ଭିତରକୁ ନେଉ ନଥିଲେ ବୋଲି ପରିବାର ଲୋକେ ମତବ୍ୟକ୍ତ କରିଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ସ୍ଥାୟୀ ଡ୍ରାଇଭର ରହିଥିବା ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated :Sep 15, 2021, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.