ETV Bharat / state

ଦିଘା ମୁହାଣରୁ ଜାଲରେ ପଡିଲା ବଡ ମାଛ, ଦର ୫ ଲକ୍ଷ ଟଙ୍କା

author img

By

Published : Nov 5, 2022, 9:31 PM IST

ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦିଘା ମୁହାଣରୁ ଜାଲରେ ପଡ଼ିଲା ବଡ଼ ମାଛ । ଯାହାର ଓଜନ ୩୫ କେଜି ହୋଇଥିବା ବେଳେ ଦର ହେଉଛି ୫ ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

ଦିଘା ମୁହାଣରୁ ଜାଲରେ ପଡ଼ିଲା ବିରାଟ ବଡ଼ ମାଛ, ଦର ୫ଲକ୍ଷ ଟଙ୍କା
ଦିଘା ମୁହାଣରୁ ଜାଲରେ ପଡ଼ିଲା ବିରାଟ ବଡ଼ ମାଛ, ଦର ୫ଲକ୍ଷ ଟଙ୍କା

ବାଲେଶ୍ବର: ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦିଘା ମୁହାଣରୁ ଜାଲରେ ପଡ଼ିଲା ବଡ ମାଛ (Fish caught at Bay of Bengal mouth near Digha in West Bengal) । ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି (Giant fish sold for Rs 5 lakh) । ଏହି ଦର ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି, ମାତ୍ର ବାସ୍ତବରେ ମତ୍ସ୍ୟଜୀବୀଙ୍କ ଜାଲରେ ଏପରି ବହୁ ମୂଲ୍ୟର ବଡ଼ ମାଛ ଫସିଛି । ଏହି ବିରାଟ ମାଛକୁ କୋଲକାତାର ଏକ ଫାର୍ମା କମ୍ପାନୀକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ସୂଚନା ମିଳିଛି ।

ଦିଘା ମୁହାଣରୁ ଜାଲରେ ପଡିଲା ବଡ ମାଛ, ଦର ୫ ଲକ୍ଷ ଟଙ୍କା

ଏହି ବିରାଟ ମାଛ ହେଉଛି ତେଲିଆ ଭୋଳା ମାଛ । ଯାହାକି ମତ୍ସ୍ୟଜୀବୀଙ୍କୁ ଲକ୍ଷପତି କରିଛି । ଏମିତି ମାଛ ନିଲାମ ହେବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଓଜନ ୩୫ କେଜି ରହିଛି । ଏହି ମାଛର ଅନେକ ଔଷଧୀୟ ଗୁଣ (Fish bears immense medicinal value) ରହିଥିବାରୁ କୋଲକାତାର ଫାର୍ମା କମ୍ପାନୀ ଏହାକୁ କ୍ରୟ କରିଛି । ମତ୍ସ୍ୟଜୀବୀଙ୍କ କହିବାନୁସାରେ ଏହି ପ୍ରଜାତିର ମାଛ ମୁଖ୍ୟତଃ ଗଭୀର ସମୁଦ୍ର ମଧ୍ୟରେ ଚଳପ୍ରଚଳ କରିଥାନ୍ତି । ମାତ୍ର ସମୁଦ୍ର ମୁହାଣରେ ବେଳେ ବେଳେ ଏହି ମାଛକୁ ଧରିଥାନ୍ତି ମତ୍ସ୍ୟଜୀବୀ ।

ଏହା ବି ପଢନ୍ତୁ-ପାରିବାରିକ କଳହରୁ ବହିଲା ରକ୍ତର ନଦୀ, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ମାଛର ଔଷଧୀୟ ଗୁଣ:-

ମାଛ ଶରୀରେ ଥିବା ଏକ ଅଂଶ (Fish maw)ରୁ ତିଆରି ହେଉଥିବା ଔଷଧ ମୁଖ୍ୟତଃ ସଞ୍ଜୀବନୀ ବୋଲି କୁହାଯାଏ । ଏହା ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ । ଏଥିଲାଗି ଏହି ବିରାଟ ମାଛକୁ କୋଲକାତା କମ୍ପାନୀ ବହୁ ମୂଲ୍ୟ ଦେଇ କିଣିଛି । ଫିସ ମ ମାଛରେ ପେଟରେ ରହିଥାଏ । ଯାହାକି ମାଛକୁ ପହଁରିବା (Swim bladders of large fish)ରେ ସାହାଯ୍ୟ କରିଥାଏ । ଏହା ମାଛ ଶରୀରରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ବୋଲି କୁହାଯାଏ ।

ଲୋକେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହାକୁ ଖାଦ୍ୟ (anti-aging healthy food) ଭାବେ ମଧ୍ୟ ଗ୍ରହଣ କରିଥାନ୍ତି । କାରଣ ଏଥିରେ କୋଲାଜେନ (high collagen content)ର ପରିମାଣ ଅଧିକ ରହିଥାଏ । ଏହି ମାଛର ଚାହିଦା ଅଧିକ ରହିଥିବା ବେଳେ ଦେଶ ବାହାରେ ମଧ୍ୟ ଏହାକୁ ବହୁ ମୂଲ୍ୟରେ ବିକ୍ରୟ କରାଯାଏ । ଏହି ମାଛରୁ ଔଷଧ ସହିତ ମାଦକ ଦ୍ରବ୍ୟ ତିଆରି ହୋଇଥାଏ।ଔଷଧୀୟ ଗୁଣ ପାଇଁ ଏହି ମାଛର ଚାହିଦା ଅଧିକ ରହିଥାଏ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.