ETV Bharat / state

ଦୁର୍ଗାପୂଜାରେ ଉତ୍ସବମୁଖର ବାଲେଶ୍ବର, ଶକ୍ତିପୀଠରେ ମହାଷ୍ଟମୀ ପୂଜା ସମ୍ପନ୍ନ

author img

By ETV Bharat Odisha Team

Published : Oct 21, 2023, 10:57 PM IST

mahastami puja celebration
ଦୁର୍ଗାପୂଜାରେ ଉତ୍ସବମୁଖର ବାଲେଶ୍ବର

ବାଲେଶ୍ବର ଜିଲ୍ଲାର ଗାଁରୁ ସହର ସବୁଠି ମା'ଙ୍କ ମଣ୍ଡପ ସଜେଇ ହୋଇଛି । ଏହାସହ ଶକ୍ତିପୀଠରେ ମା'ଙ୍କ ମହାଷ୍ଟମୀ ପୂଜା ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ

ଦୁର୍ଗାପୂଜାରେ ଉତ୍ସବମୁଖର ବାଲେଶ୍ବର

ବାଲେଶ୍ବର: ମା' ଦୁର୍ଗାଙ୍କ ଆବାହନ ପାଇଁ ଭକ୍ତଙ୍କ ମନରେ ବେଶ ଆଗ୍ରହ ପ୍ରକାଶ ପାଇଛି । ଏଥିପାଇଁ ବାଲେଶ୍ବର ଜିଲ୍ଲାର ଗାଁରୁ ସହର ସବୁଠି ମା'ଙ୍କ ମଣ୍ଡପ ସଜେଇ ହୋଇଛି । ଶକ୍ତିପୀଠରେ ମଧ୍ୟ ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି। ମା'ଙ୍କ ପାଖରେ ନବରାତ୍ର ବ୍ରତ କରିଥିବା ନାରୀମାନେ ସଂକଳ୍ପ କରୁଥିବା ଦେଖିବାକୁ ମିଳିଛି । ମୃଣ୍ମୟୀ ମୂର୍ତ୍ତିଙ୍କର ଆଜି ମହାସପ୍ତମୀ ପୂଜା କରାଯାଇଥିବାବେଳେ ଶକ୍ତିପୀଠରେ ଆଜି ମହାଷ୍ଟମୀ ପାଳନ ହେଉଛି । ମା'ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି ଶ୍ରଦ୍ଧାଳୁ ।

ଏଥିପାଇଁ ମା'ଙ୍କ ମହାଗୌରୀ ବେଶ କରାଯାଇଛି । ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା ଚାଲିଥିବାବେଳେ ନବମୀ ଦିନ ମା'ଙ୍କ ଆଗରେ ନବକନ୍ୟାଙ୍କୁ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି । ତେବେ ଏହି କନ୍ୟାରତ୍ନ ପୂଜା ବୈଦିକ ରୀତି ଓ ସାମାଜିକ ଚଳଣି ଉପରେ ବେଶ ପ୍ରଭାବ ପକାଇଥାଏ । ଯେଉଁଠି ନାରୀ ମାନଙ୍କ ପୂଜା ହୋଇଥାଏ ସେଠାରେ ଦେବତାଙ୍କ ବାସ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏଥିପାଇଁ ସାମାଜିକ ସ୍ତରରେ ମଧ୍ୟ ନାରୀମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ ଯତ୍ନ ନେବା ପାଇଁ ଏମିତି ପରମ୍ପରା ମାଧ୍ୟମରେ ଆହ୍ବାନ ଦେଇଥାଏ।

ଏହା ବି ପଢନ୍ତୁ...Durga Puja Special: ଆକର୍ଷଣ ପାଲଟିଛି ଭଳିକି ଭଳି ଚାନ୍ଦିମେଢ, କେବେ ହୋଇଥିଲା ଆରମ୍ଭ ? ଜାଣନ୍ତୁ ଇତିହାସ

ଏହା ବି ପଢନ୍ତୁ...ଅନୁଗୋଳରେ ମଣ୍ଡପରେ ମହାସପ୍ତମୀ ପୂଜା, ମା'ଙ୍କ ଦର୍ଶନ କରି ଆଶିଷ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନବରାତ୍ର ପୂଜା ବର୍ଷରେ ୪ ଥର ହୋଇଥାଏ । ବାସନ୍ତୀକ ଦୁର୍ଗା ଉତ୍ସବ‌ ଓ ଶାରଦୀୟ ଦୁର୍ଗା ଉତ୍ସବ ସମେତ ଗୁପ୍ତ ନବରାତ୍ର ପୂଜା ଦୁଇ ପ୍ରକାର ରହିଛି । ଶାସ୍ତ୍ର ଅନୁସାରେ, ନବରାତ୍ର ପୂଜାର ବିଶେଷତ୍ଵ ହେଉଛି ମା' ଦୁର୍ଗା ନବକନ୍ୟା ରୂପରେ ଅବତୀର୍ଣ୍ଣ ହୋଇଥିଲେ। ସେ ହେଉଛନ୍ତି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ର ଘଣ୍ଟି, ସ୍କନ୍ଧମାତା, କାଳରାତ୍ରି, କୁସପାଣ୍ଡା, ମହାଗ୍ୟରୀ, କାର୍ତାୟନୀ ଓ ସିଦ୍ଧିଦାତ୍ରୀ।

ଏହା ବି ପଢନ୍ତୁ...Maha Saptami Puja: ଶହୀଦନଗରରେ ଚାନ୍ଦି ମେଢ଼, ସୁନା ମୁକୁଟରେ ଝଲସୁଛନ୍ତି ଦଶଭୂଜା

ଏହି ନବରାତ୍ରରେ ନବକନ୍ୟା ରୂପରେ ମା'ଙ୍କର ଆରାଧନା କରାଯାଇଥାଏ । ଏହାସହ ନବକନ୍ୟା ରୂପରେ ଝିଅମାନଙ୍କୁ ପୂଜା କରାଯିବାର ମଧ୍ୟ ବିଧି ରହିଛି । ମା'ଙ୍କର ପୂଜାରେ ଲାଗୁଥିବା ସିନ୍ଦୂର, ଉପଚାର କୁକୁମ,ବସ୍ତ୍ର ଏବଂ ଅଗୁରୁ , ନୈବେଦ୍ୟ, ଧୂପ, ଦୀପ, ଗନ୍ଧମାଲ୍ୟ ଆଦି ଅର୍ପଣ କରାଯାଇ ନବକନ୍ୟାଙ୍କୁ ପୂଜା କରାଯାଇଥାଏ। ୩ ବର୍ଷରୁ ୧୨ ବର୍ଷ ମଧ୍ୟରେ ଝିଅଙ୍କୁ ମା' ଦୁର୍ଗାଙ୍କ ରୂପରେ ପୂଜା କରାଯାଇଥାଏ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.