ETV Bharat / state

ବସରେ ଯାତ୍ରୀ ବଦଳରେ ଗୋ ଚାଲାଣ

author img

By ETV Bharat Odisha Team

Published : Sep 12, 2023, 4:25 PM IST

ବେଆଇନ ଗୋରୁ ଚାଲାଣ
ବେଆଇନ ଗୋରୁ ଚାଲାଣ

ବାଲେଶ୍ୱର ଜିଲ୍ଲା ସେରଗଡ଼ ଟୋଲଗେଟ ଦେଇ ବସରେ ଯାତ୍ରୀ ବଦଳରେ ହେଉଥିଲା ଗୋ ଚାଲାଣ । ୯ ରୁ ଅଧିକ ଗୋରୁଙ୍କୁ ଏକ ବସରେ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ପୋଲିସ ଗୋରୁଙ୍କୁ ଉଦ୍ଧାର କରିବା ସହ ବସକୁ ଜବତ କରିଛି । ଅଧିକ ପଢନ୍ତୁ

ବେଆଇନ ଗୋରୁ ଚାଲାଣ

ବାଲେଶ୍ବର : ରାଜ୍ୟରେ ଥମୁନି ବେଆଇନ ଗୋରୁ ଚାଲାଣ । ବାହାର ରାଜ୍ୟକୁ ଗୋ ଚାଲାଣ କରି ମାଲାମାଲ ହେଉଛନ୍ତି ଗୋ ମାଫିଆ । ବାଲେଶ୍ୱର ଜିଲ୍ଲା ସେରଗଡ଼ ଟୋଲଗେଟ ନିକଟରେ ବସରେ ଯାତ୍ରୀ ବଦଳରେ ହେଉଥିଲା ଗୋ ଚାଲାଣ । ୯ ରୁ ଅଧିକ ଗୋରୁଙ୍କୁ ଏକ ବସରେ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ବେଳେ ପୋଲିସ ଗୋରୁଙ୍କୁ ଉଦ୍ଧାର କରିବା ସହ ବସକୁ ଜବତ କରିଛି ।

ସୂଚନା ମୁତାବକ, ଟ୍ରକ କିମ୍ବା କଣ୍ଟେନର ଦ୍ୱାରା ଗୋ ଚାଲାଣ ହେଉଥିବା ବେଳେ ଗୋ ସୁରକ୍ଷା ସଦସ୍ୟ ଓ ଅନେକ ସମୟରେ ପୋଲିସ ଚଢ଼ାଉ କରି ଗୋ ଚାଲାଣ କାରୀ ମାନଙ୍କୁ ଗିରଫ କରିବା ଘଟଣା ସାମ୍ନାକୁ ଆସିଥାଏ। ବାରମ୍ବାର ଏମିତି ଘଟଣା ଘଟୁଥିବା ବେଳେ ଏଥର କିନ୍ତୁ ଗୋ ଚାଲାଣ କାରୀମାନେ ଏକ ନୂଆ ପନ୍ଥା ଆପଣେଇ ଗୋ ଚାଲାଣ କରୁଥିଲେ। ଗତକାଲି ସୋମବାର ରାତିରେ ଭଦ୍ରକ ଅଞ୍ଚଳରୁ ଏକ ବସରେ ଗୋରୁ ମାନଙ୍କୁ ଅତି ଅମାନୁଷିକ ଭାବେ ଲଦି ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିଲା। ଏ ବିଷୟରେ ଗୋ ସୁରକ୍ଷା ସଦସ୍ୟମାନେ ଖବର ପାଇ ସେରଗଡ଼ ଟୋଲଗେଟ ନିକଟରେ ଛକି ରହିଥିଲେ।

ଟୋଲଗେଟରେ ଗୋ ସୁରକ୍ଷା ସଦସ୍ୟ ଥିବା ଜାଣିପାରି ବସ ଡ୍ରାଇଭର ଅତି ଜୋର ବେଗରେ ବସ ଚଲାଇ ଟୋଲଗେଟ ବ୍ୟାରିକେଡ ଭାଙ୍ଗି ପଳାଇଥିଲା। ପରେ ବସ ପିଛା କରି ତାକୁ ନୀଳଗିରି ବାଇପାସ ଛକରେ ଧରାଯାଇଥିଲା। ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ ଜବତ କରିବା ସହ 9 ଟି ଗୋରୁ ଉଦ୍ଧାର କରି ବାମପଦା ଗୋଶାଳାରେ ଛଡିଥିବା ଜଣାପଡିଛି। ଅନ୍ୟପଟେ ବସ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ।

ଏହା ମଧ୍ୟ ପଢନ୍ତୁ- ଗୋରୁ ଚାଲାଣ ଗାଡିକୁ ଜବତ କଲେ ସ୍ଥାନୀୟ ବାସିନ୍ଦା

ପ୍ରକାଶ ଥାଉକି, ସେହିପରି କିଛି ଦିନ ପୂର୍ବେ ପୁରୀ ଜିଲ୍ଲା ଚାରିଛକ ଥାନା ଅଞ୍ଚଳରେ ଗୋ ଚାଲାଣ ଗାଡିକୁ ଜବତ କରିଥିଲା ପୋଲିସ । ଏକ ଗାଈ ବୋଝେଇ ପିକଅପ ଭ୍ୟାନକୁ ସ୍ଥାନୀୟ ଲୋକମାନେ ଜବତ କରିବା ସହ ଚାରିଛକ ଥାନା ପୋଲିସ ଜିମା ଦେଇଥିଲେ। ଚାରିଛକ ବଜାର ଉପରେ ଗୋରୁ ବୋଝେଇ ପିକଅପ ଭ୍ୟାନଟି ଜବତ ହୋଇଥିଲା।‌ ତେବେ ଗତ ଅଗଷ୍ଟ ୧୧ ତାରିଖ ଦିନ ୧୦ କୁଇଣ୍ଟାଲ ଗୋ ମାଂସକୁ ସ୍ଥାନୀୟ ଲୋକ ଜଵତ କରି ପୋଲିସ ଜିମା ଦେଇଥିଲେ। ଏହି ଘଟଣାରେ କେବଳ ଡ୍ରାଇଭରକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.