ETV Bharat / state

ଗୋରୁ ଚାଲାଣ ଗାଡିକୁ ଜବତ କଲେ ସ୍ଥାନୀୟ ବାସିନ୍ଦା

author img

By

Published : Aug 22, 2023, 3:53 PM IST

illegal cow smuggling
illegal cow smuggling

ପୁରୀ ଜିଲ୍ଲା ଚାରିଛକ ଥାନା ଅଞ୍ଚଳରେ ଗୋ ଚାଲାଣ ଗାଡିକୁ ଜବତ କରିବା ସହ ଚାରିଛକ ଥାନା ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

illegal cow smuggling

ନିଆଳି: ରାଜ୍ୟରେ ଥମୁନି ବେଆଇନ ଗୋରୁ ଚାଲାଣ । ବାହାର ରାଜ୍ୟକୁ ଗୋ ଚାଲାଣ କରି ମାଲାମାଲ ହେଉଛନ୍ତି ଗୋ ମାଫିଆ । ପୁରୀ ଜିଲ୍ଲା ଚାରିଛକ ଥାନା ଅଞ୍ଚଳରେ ଦିନକୁ ଦିନ ଗୋ ମାଂସ ଏବଂ ଗୋ ଚାଲାଣ ବଢୁଥିବା ନେଇ ଅଭିଯୋଗ ହୋଇଛି। ୧୦ ଦିନ ତଳେ ଏକ ଗୋ ବୋଝେଇ ମାଂସ ଗାଡି ଜବତ ହୋଇଥିବା ବେଳେ ପୁଣି ଏକ ଗୋ ଚାଲାଣ ଗାଡିକୁ ଜବତ କରି ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ଅନୁସାରେ, ଆଜି ଏକ ଗାଈ ବୋଝେଇ ପିକଅପ ଭ୍ୟାନକୁ ସ୍ଥାନୀୟ ଲୋକମାନେ ଜବତ କରିବା ସହ ଚାରିଛକ ଥାନା ପୋଲିସ ଜିମା ଦେଇଛନ୍ତି। ଚାରିଛକ ବଜାର ଉପରେ ଏହି ଗୋରୁ ବୋଝେଇ ପିକଅପ ଭ୍ୟାନଟି ଜବତ ହୋଇଥିବା ସୂଚନା ମିଳିଛି।‌ ତେବେ ଗତ ୧୧ ତାରିଖ ଦିନ ୧୦ କୁଇଣ୍ଟାଲ ଗୋ ମାଂସକୁ ସ୍ଥାନୀୟ ଲୋକ ଜଵତ କରି ପୋଲିସ ଜିମା ଦେଇଥିଲେ। ଏହି ଘଟଣାରେ କେବଳ ଡ୍ରାଇଭରକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଗୋଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ କେବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ସେନେଇ ସାଧାରଣ ପ୍ରଶ୍ନ ସୃଷ୍ଟି ହେଉଛି।‌ ଅନ୍ୟପଟେ ଯେଉଁମାନେ ଗୋମାଂସ ଜବତ କରି ପୋଲିସ ଜିମା ଦେଇଥିଲେ ସେମାନଙ୍କୁ ବୋମାମାଡ ପାଇଁ ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ବେଆଇନ ଗୋରୁ ଚାଲାଣ: ୨୦୦ରୁ ଊର୍ଦ୍ଧ୍ବ ଗୋରୁ ଉଦ୍ଧାର, ୭ ଅଟକ

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ବଲାଙ୍ଗୀର ଜିଲ୍ଲାରୁ ବାହାର ରାଜ୍ୟକୁ ବେଆଇନ ଗୋରୁ ଚାଲାଣ ବେଳେ ୨୦୦ରୁ ଊର୍ଦ୍ଧ୍ବ ଗୋରୁକୁ ଜବତ କରିଥିଲା ଲୋଇସିଂହା ପୋଲିସ । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ସାଲେଭଟା ରୋଉତ ଗ୍ରାମରୁ ଏହି ବେଆଇନ ଗୋରୁ ଚାଲାଣ ହେଉଥିବାର ପୋଲିସ ସୂଚନା ପାଇଥିଲା । ଦୁଇଟି ଟ୍ରକରେ ଚାଲାଣ ହେଉଥିବା ବେଳେ ଲୋଇସିଂହା ପୋଲିସ ଚଢ଼ାଉ କରି ୨ଟି ଟ୍ରକକୁ ଜବତ କରିଛି । ଯେଉଁଥିରେ ଗୋରୁ ମାନଙ୍କୁ ଅତି ଦୟନୀୟ ଭାବରେ ଦୁଇ ଥାକ କରି ଏଠୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡିଛି । ତେବେ ଏହି ମାମଲାରେ ଦୁଇ ଟ୍ରକ ଡ୍ରାଇଭରଙ୍କ ସହ ଦଲାଲ ଓ ବେପାରୀଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଉଦ୍ଧାର ସମସ୍ତ ଗୋରୁଙ୍କୁ ବଲାଙ୍ଗୀର ଠିକାଦାରପଡା ସ୍ଥିତ ଗୋଶାଳାରେ ପୋଲିସ ରଖିଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.