ETV Bharat / state

ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି ଜଳକା ଜଳସ୍ତର

author img

By

Published : Aug 20, 2020, 12:40 PM IST

flood situation in balesore
ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି ଜଳକା ନଦୀ ଜଳସ୍ତର

ଲଗାଣ ବର୍ଷା କାରଣରୁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ବାଲେଶ୍ବର: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । । ଏପଟେ ଲଗାଣ ବର୍ଷା କାରଣରୁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ବିପଦ ସଙ୍କେତ ଦେଇ ପ୍ରବାହିତ ହେଉଛି ଜଳକା ନଦୀ ଜଳସ୍ତର

ନଦୀର ଜଳସ୍ତର 5.50 ମିଟର ରହିଥିଲା ବେଳେ ବର୍ତ୍ତମାନ ନଦୀରେ 6.70 ମିଟର ଜଳ ପ୍ରବାହିତ ହେଉଛି । ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ କିଛି ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।

ବର୍ଷା ଲାଗି ରହିଲେ ବନ୍ୟା ହେବାର ସମ୍ଭାବନା ରହିଛି । ଯାହାଦ୍ବାରା 12 ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.