ETV Bharat / state

ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବେ ଅଙ୍ଗନବାଡ଼ି ଦିଦି !

author img

By ETV Bharat Odisha Team

Published : Sep 17, 2023, 9:01 AM IST

ବିଭିନ୍ନ ଦାବି ନେଇ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନ ପାଇଁ ସ୍କୁଲରେ ପାଠପଢ଼ା ସହ ପିଲାମାନଙ୍କର ମଧ୍ୟାହ୍ନ ଭୋଜନ ବାଧାପ୍ରାପ୍ତ ହେଉଛି । ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ଥିବା ଅଙ୍ଗନବାଡ଼ି ଦିଦିଙ୍କୁ ଦାୟିତ୍ବ ଦିଆଯାଇଛି ।

ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବେ ଅଙ୍ଗନବାଡ଼ି ଦିଦି !
ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବେ ଅଙ୍ଗନବାଡ଼ି ଦିଦି !

ଭୁବନେଶ୍ବର: ଏଣିକି ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବେ ଅଙ୍ଗନବାଡି ଦିଦି ! ରାଜ୍ୟରେ 3 ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ଜାରି ରହିଥିବା ବେଳେ ଏହା ଦ୍ୱାରା ବିଦ୍ୟାଳୟରେ ପାଠପଢା ସହ ପିଲାମାନଙ୍କର ମଧ୍ୟାହ୍ନ ଭୋଜନ ବାଧାପ୍ରାପ୍ତ ହେଉଛି । ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ଥିବା ଅଙ୍ଗନବାଡ଼ି ଦିଦିଙ୍କୁ ଦାୟିତ୍ବ ଦିଆଯାଇଛି । ଏନେଇ ଅଙ୍ଗନବାଡ଼ି ଦିଦିମାନଙ୍କୁ ବାଲେଶ୍ବର ଶିକ୍ଷା ଅଧିକାରୀ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ଦାବି ନେଇ ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଜାରି ରହିଛି । ତେବେ ଆନ୍ଦୋଳନ ପାଇଁ ସ୍କୁଲରେ ପାଠପଢ଼ା ସହ ପିଲାମାନଙ୍କର ମଧ୍ୟାହ୍ନ ଭୋଜନ ବାଧାପ୍ରାପ୍ତ ହେଉଛି । ମଧ୍ୟାହ୍ନ ଭୋଜନରେ ଅସୁବିଧା ନହେବା ପାଇଁ ଏକ ପଦକ୍ଷେପ ନିଆଯାଇଛି । ତେବେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ଥିବା ଅଙ୍ଗନବାଡ଼ି ଦିଦିଙ୍କୁ ଦାୟିତ୍ବ ଦିଆଯାଇଛି । ଏନେଇ ଅଙ୍ଗନବାଡ଼ି ଦିଦିମାନଙ୍କୁ ବାଲେଶ୍ବର ଶିକ୍ଷା ଅଧିକାରୀ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।


ଏପଟେ ରାଜ୍ୟର ଏଗାରଟି ଜିଲ୍ଲାର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କାର୍ଯ୍ୟ ଶତପ୍ରତିଶତ ଚାଲୁ ରହିଛି । ବାକି ଜିଲ୍ଲା ଗୁଡିକରେ ପ୍ରାୟତଃ ଶତକଡା ଷାଠିଏ ଭାଗ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ କରୁଛି । ସେହିପରି ରାଜ୍ୟରେ ପ୍ରାୟ ଶତକଡା ଷାଠିଏ ଭାଗ ଶିକ୍ଷକ ନିଜ କାର୍ଯ୍ୟରେ ଯୋଗଦାନ କରି ଅଧ୍ୟୟନ ଜାରି ରଖିଛନ୍ତି । ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଙ୍କ ସହ ବାରମ୍ବାର ଆଲୋଚନାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜ ନିଜ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଅନୁରୋଧ କରିଛି ବିଭାଗ ।

ସୂଚନା ଅନୁଯାୟୀ, ତିନି ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଠିକା ବ୍ୟବସ୍ଥା ଉଚ୍ଛେଦ କରିବା, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଭଳି ଦାବି ନେଇ ରାଜ୍ୟରେ ଥିବା ତିନିଶହରୁ ଅଧିକ ବିଇଓ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନେ । ପ୍ରାଥମିକ ଶିକ୍ଷକ ସଂଘ ଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । ସାମୂହିକ ଛୁଟିରେ ରାଜ୍ୟର ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ..ରାଜ୍ୟରେ ତେଜୁଛି ପ୍ରାଥମିକ ଶିକ୍ଷକ ଆନ୍ଦୋଳନ, ଏନଏଚଆରସିକୁ ଗଲା ମାମଲା

କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲରେ ପାଠପଢା ଠପ ହୋଇଛି । ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନଥିବାରୁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଥିବା କହିଛି ସଂଘ । ଅନେକ ସମୟରେ ଶିକ୍ଷକ ଓ ଅଧ୍ୟାପକଙ୍କୁ ରାଜ୍ୟରେ ସବୁବେଳେ ନିରୁତ୍ସାହିତ କରାଯାଉଥିବା ଅଭିଯୋଗ ହୋଇଆସୁଛି । ସେଥିପାଇଁ ଅନେକ ଥର ରାଜ୍ୟରେ ଶିକ୍ଷକ ଆନ୍ଦୋଳନ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ୱର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.