ETV Bharat / state

ଆରପାରିରେ ସ୍ୱାମୀ, ପାନ ଦୋକାନ କରି ଗୁଜୁରାଣ କରୁଛି ସ୍ତ୍ରୀ

author img

By

Published : Mar 8, 2022, 1:41 PM IST

ପାନ ଦୋକାନରେ ମହିଳାଙ୍କ ରୋଜଗାର, ସ୍ୱାମୀ ଆରପାରିରେ
ପାନ ଦୋକାନରେ ମହିଳାଙ୍କ ରୋଜଗାର, ସ୍ୱାମୀ ଆରପାରିରେ

ଅନ୍ତର୍ଜାତୀୟ ମହିଳା ଦିବସରେ ଜାଣନ୍ତୁ ଏମିତି ଜଣେ ମହିଳାଙ୍କ ସମ୍ପର୍କରେ ଯେ କି ସ୍ବାମୀଙ୍କ ଦେହାନ୍ତ ପରେ କିଭଳି ତୁଲାଉଛନ୍ତି ପରିବାରର ଦାୟିତ୍ୱ । ଅଧିକ ପଢନ୍ତୁ

ବାଲେଶ୍ବର: ଜଣେ ନାରୀର ସହିବା ଶକ୍ତି ଯେତିକି ଥାଏ ତା ଠୁଁ ଅଧିକ ଦାୟିତ୍ୱ ମଧ୍ୟ ସେ ମୁଣ୍ଡେଇ ପାରେ। କେବେ ସେ ମା ହୋଇ ସ୍ନେହ ମମତା ଅଜାଡି ଦିଏ ତ ପୁଣି କେବେ ପରିବାରର ସବୁ ଦାୟିତ୍ୱ ସୁରୁଖୁରରେ ତୁଲାଇଥାଏ। ସେମିତି ଜଣେ ମହିଳା ହେଉଛନ୍ତି ବାଲେଶ୍ଵର ସହରର ରାମେଶ୍ୱର ନଗର ଅଞ୍ଚଳର ଦୀପାରାଣୀ ସେଠୀ। ସ୍ବାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ନପଡି ଏକ ପାନ ଦୋକାନ କରି ନିଜ ପରିବାର ଚଲାଇବା ସହିତ ଦୁଇ ପୁଅ ଓ ଝିଅକୁ ପାଢ ପଢାଇବା ପାଇ ସକ୍ଷମ ହୋଇପାରିଛନ୍ତି ।

ସୂଚନାନୁସାରେ ଦୀପାରାଣୀଙ୍କ ସ୍ବାମୀ ଅନାଦି ଷ୍ଟେସନ ଛକ ନିକଟରେ ଏକ ଛୋଟ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ୫ ବର୍ଷ ତଳେ ପୌରପାଳିକା ପକ୍ଷରୁ ରାସ୍ତା କଡରୁ ଦୋକାନୀଙ୍କୁ ଉଚ୍ଛେଦ ସମୟରେ ଅନାଦିଙ୍କ ଦୋକାନ ମଧ୍ୟ ଉଠାଯାଇଥିଲା। ଫଳରେ ଅନେକ ମାସ ଦୋକାନ ବନ୍ଦ ହୋଇ ରହିଥିଲା । ବେରୋଜଗାର ଚିନ୍ତାରେ ଅନାଦିଙ୍କ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ତିନି ବର୍ଷ ଧରି ଅନାଦି ରୋଗରେ ପଡି ରହି ଶେଷରେ ୨୦୨୨ ଜାନୁଆରୀ ୭ ରେ ପ୍ରାଣ ହରାଇଥିଲେ ।

ସ୍ବାମୀ ଯିବା ପରେ ବାଧ୍ୟହୋଇ ଦୀପାରାଣୀ ଷ୍ଟେସନ ଛକରେ ନିଜେ ପାନ ଦୋକାନ ଦେଇ ପରିବାର ପୋଷଣ କରୁଛନ୍ତି । ସେ ପ୍ରତିଦିନ ସକାଳ ୧୦ ରୁ ଦୋକାନ ଖୋଲି ରାତି ପ୍ରାୟ ୯ଟାରେ ବନ୍ଦ କରୁଛନ୍ତି। ସାଙ୍ଗରେ ଖାଇବା ଆଣି ଦୋକାନରେ ଖାଇଦେଉଛନ୍ତି। ଜଣେ ଝିଅ ଓ ପୁଅକୁ ନେଇ ତାଙ୍କ ପରିବାର। ଝିଅ ପବ୍ଲିକ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ପୁଅ ଆଇଟିଆଇ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପାଠ ପଢୁଛନ୍ତି। ପିଲା ଦୁଇଙ୍କୁ ପାଠ ପଢ଼ାଇବା ପାଇଁ ଦୀପାରାଣୀଙ୍କ ସଂଗ୍ରାମ ଜାରି ରହିଛି। ଏଇଥିପାଇଁ ତ କୁହାଯାଏ ପରିସ୍ଥିତି ଯେତେ ବି ଭୟଙ୍କର ହେଉ ନା କାହିଁକି କେବେବି ଭାଙ୍ଗି ପଡେନି ନାରୀ ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.