ETV Bharat / state

ବିଜେଡିକୁ ପୁରୁଣା ନେତା ଫେରିବା ନେଇ ବଲାଙ୍ଗୀରରେ ବିଦ୍ରୋହ

author img

By

Published : Apr 11, 2021, 8:14 AM IST

Rebellion over return of old leader in BJD in Balangir
ବଲାଙ୍ଗୀର ବିଜେଡିରେ ପୁରଣା ନେତା ଫେରିବାକୁ ନେଇ ବିଦ୍ରୋହ

ବଲାଙ୍ଗୀର ଜିଲ୍ଲାରେ ବିଜେଡି ବେକ୍ ଫୁଟରେ ଥିବାବେଳେ ଏବେ ଦଳରେ ପୁଣି ବିଦ୍ରୋହ ଦେଖାଦେଇଛି । ପୂର୍ବରୁ ଗୋଷ୍ଠୀକନ୍ଦଳ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ଏବେ ଏହି ବିଦ୍ରୋହ ଦଳ ପାଇଁ ପୁଣି ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ବଲାଙ୍ଗୀର: ଜିଲ୍ଲା ବିଜେଡିରେ ଗୋଷ୍ଠୀକନ୍ଦଳ ଲାଗି ରହିଥିବା ବେଳେ ଏବେ ପୁଣି ଦଳରେ ବିଦ୍ରୋହ ଦେଖିବାକୁ ମିଳିଛି। ଦଳ ଛାଡିଥିବା କିଛି ପୁରୁଣା ନେତାଙ୍କ ଘର ବାହୁଡାକୁ ନେଇ ଏହି ବିଦ୍ରୋହ ସୃଷ୍ଟି ହୋଇଛି ।

ବଲାଙ୍ଗୀର ବିଜେଡିରେ ପୁରଣା ନେତା ଫେରିବାକୁ ନେଇ ବିଦ୍ରୋହ

ବଲାଙ୍ଗୀର ଜିଲ୍ଲାରେ ବିଜେଡି ବେକ୍ ଫୁଟରେ ଥିବାବେଳେ ଏବେ ଦଳରେ ପୁଣି ବିଦ୍ରୋହ ଦେଖିବାକୁ ମିଳିଛି। ଏଠି ପୂର୍ବରୁ ଗୋଷ୍ଟୀକନ୍ଦଳ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ଏବେ ଏହି ବିଦ୍ରୋହ ଦଳ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ। ତେବେ ଗତ ସାଧାରଣ ନିର୍ବାଚନରେ କିଛି ପୁରୁଣା ନେତା ବିଜେଡି ଛାଡି ବିଜେପିରେ ମିଶିଥିଲେ ଏବଂ ଏବେ ଏହି ନେତା ମାନେ ପୁଣି ବିଜେଡି ଦଳକୁ ଘର ବାହୁଡ଼ା କରିବା ପାଇଁ ଯୋଜନା କରିଛନ୍ତି। ଯାହାକୁ ଏଠିକାର ବିଜେଡି ଦଳର ସାଧାରଣ କର୍ମୀ ଓ ନେତା ତୀବ୍ର ବିରୋଧ କରିଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ଏମାନେ ବୈଠକ କରି ତାଙ୍କର ବିଦ୍ରୋହ ଭାବ ପ୍ରକାଶ କରିଛନ୍ତି। ତେବେ ଏହି ନେତା ମାନଙ୍କୁ ଦଳରେ ପୁଣି ସାମିଲ କରାଗଲେ ଏମାନେ ଦଳରୁ ସାମୂହିକ ଇସ୍ତଫା ଦେବେ ବୋଲି କହିଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲା ବିଜେଡିରେ ଗୋଷ୍ଟୀ କନ୍ଦଳ ପୂର୍ବରୁ ଥିବା ବେଳେ ଏଠି ଯୋଗୁଁ ଗତ ନିର୍ବାଚନରେ ବଲାଙ୍ଗୀରରେ ବିଜେଡି ସବୁଠୁ ଖରାପ ପ୍ରଦର୍ଶନ କରିଥିଲା। ଯେଉଁଥିରେ ତିନୋଟି ବିଧାନସଭା ଆସନ ଓ ସାଂସଦ ଆସନରେ ପରାଜୟ ବରଣ କରିଥିଲା ବିଜେଡି ଏବଂ ଏହାପରେ ଜିଲ୍ଲା ବିଜେଡିର କ୍ଷମତା କେନ୍ଦ୍ର ବଲାଙ୍ଗୀର ରାଜା ପରିବାର ପାଖରୁ କ୍ଷମତା ହ୍ରାସ କରାଯାଇଥିଲା।

ରାଜ ପରିବାରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହ ଦେଓଙ୍କ ଠାରୁ ବିଜେଡି ଜିଲ୍ଲା ସଭାପତି ଦାୟିତ୍ବ ହଟାଇ ନିଆଯାଇଥିଲା। ତାଙ୍କ ସ୍ଥାନରେ ଟିଟିଲାଗଡ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କୁ ଜିଲ୍ଲା ସଭାପତିର ଦାୟିତ୍ଵ ଦିଆଯାଇଥିଲା। ତେବେ ଏହାପରେ ମଧ୍ୟ ଅବସ୍ଥା ଆଗରୁ ଯେମିତି ଥିଲା ଏବେ ମଧ୍ୟ ତାହାହିଁ ରହିଛି। ତେବେ ଏଭଳି ପରିସ୍ଥିତିରେ ବିଜେଡି ଆଗକୁ ନିଜ ଘର କେମିତି ସଜାଡ଼ିବ ତାହା ଦେଖିବାକୁ ବାକି ରହିଲା।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.