ETV Bharat / state

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବି, SUCIର 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ପାଳନ

author img

By

Published : Oct 21, 2021, 4:23 PM IST

mamita meher mursder issue, suci communist party observed twelve hours balangir bandh
ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବି, SUCIର 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ପାଳନ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଦାବିରେ SUCI କମ୍ୟୁନିଷ୍ଟ ପାର୍ଟିର 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ପାଳନ । ଅଧିକ ପଢନ୍ତୁ...

ବଲାଙ୍ଗୀର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତାତି ଥମିବାର ନା ନେଉ ନାହିଁ । ଏହି ହତ୍ୟାକାଣ୍ଡରେ ବଡ଼ବଡ଼ିଆ ନେତାଙ୍କ ସଂପୃକ୍ତିକୁ ନେଇ ତୁମ୍ବି ତୋଫାନ ଚାଲିଛି । SUCI କମ୍ୟୁନିଷ୍ଟ ପାର୍ଟି ମଧ୍ୟ ସାମିଲ ହୋଇ ଗୁରୁବାର ବଲାଙ୍ଗୀର ବନ୍ଦ କରିଛି ।

ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବି, SUCIର 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ପାଳନ

ସଂଗଠନ ପକ୍ଷରୁ ଆଜି(ଗୁରୁବାର) 12 ଘଣ୍ଟିଆ ଜିଲ୍ଲା ବନ୍ଦ କରାଯାଇଛି । ଯେଉଁଥିରେ ସଂଗଠନର କର୍ମୀମାନେ ପିକେଟିଂ କରି ଦୋକାନ ବଜାର ସବୁ ବନ୍ଦ କରିଛନ୍ତି । ବନ୍ଦକୁ ବଲାଙ୍ଗୀରବାସୀ ପୂର୍ଣ୍ଣ ସମର୍ଥନ କରିଥିବା ସହ ମମିତା ମେହେରଙ୍କୁ ନ୍ୟାୟ ଦେବାରେ ଜିଲ୍ଲାବାସୀ ଏକ ହୋଇଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କର ଇସ୍ତଫା ଦାବି କରାଯାଇଛି । ସେହିପରି ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରି ଗିରଫ କରାଯାଉ ବୋଲି ସଂଗଠନର ସଦସ୍ୟ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି SUCI କମ୍ୟୁନିଷ୍ଟ ପାର୍ଟିର ବଲାଙ୍ଗୀର ଶାଖା ସଭାପତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.