ETV Bharat / state

କୋରୋନା ସଂକ୍ରମଣ, ବଲାଙ୍ଗୀରକୁ ରେଡ୍ ଜୋନ୍ ଘୋଷଣା

author img

By

Published : Apr 20, 2021, 8:50 PM IST

କୋରୋନା ସଂକ୍ରମଣ, ବଲାଙ୍ଗୀରକୁ ରେଡ୍ ଜୋନ୍ ଘୋଷଣା
କୋରୋନା ସଂକ୍ରମଣ, ବଲାଙ୍ଗୀରକୁ ରେଡ୍ ଜୋନ୍ ଘୋଷଣା

ବଲାଙ୍ଗୀରରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲକୁ ରେଡ୍ ଜୋନ୍ ଭାବେ ଘୋଷଣା । ଅଧିକ ପଢନ୍ତୁ....

ବଲାଙ୍ଗୀର: ଜିଲ୍ଲାରେ କୋରୋନା ଏବେ ଅଣାୟତ୍ତ ହେବାରେ ଲାଗିଛି । ବଲାଙ୍ଗୀରରେ ଦୈନିକ ସଂକ୍ରମଣ ଶତାଧିକ ଥିବାବେଳେ ଏବେ ଏହି ସଂଖ୍ୟା 300 ପାର କରିଛି । ଏଭଳି ପରିସ୍ଥିତିରେ ଜିଲ୍ଲାକୁ ରେଡ ଜୋନ ଘୋଷଣା କରାଯାଇଛି ।

କୋରୋନା ସଂକ୍ରମଣ, ବଲାଙ୍ଗୀରକୁ ରେଡ୍ ଜୋନ୍ ଘୋଷଣା

ତେବେ ଜିଲ୍ଲାରେ ଆଜି(ମଙ୍ଗଳବାର) ସଂକ୍ରମଣ ସଂଖ୍ୟା 300 ପାର କରି ଆଜି 322 ରେ ପହଞ୍ଚିଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସବୁଠି ସଂକ୍ରମଣ ଦୃତ ଗତିରେ ବଢ଼ିଛି । ଯେଉଁଥିରେ ଆଜି ବଲାଙ୍ଗୀର ପୌରାଞ୍ଚଳରୁ 41 ଜଣ, ଟିଟିଲାଗଡ ପୌରାଞ୍ଚଳରୁ 27 ଜଣ, ପାଟଣାଗଡ ଏନଏସିରୁ 34 ଜଣ ଓ କଣ୍ଟାବାଞ୍ଜିରୁ 13 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗ୍ରାମାଞ୍ଚଳ ମଧ୍ୟରେ ବଲାଙ୍ଗୀର ସଦର ବ୍ଲକରୁ 32 ଜଣ, ବେଲପଡ଼ାରୁ 16 ଜଣ, ଦେଓଗାଁରୁ 6 ଜଣ, ଗୁଡ ଭେଲାରୁ ପାଞ୍ଚ ଜଣ, ଲୋଇସିଂହାରୁ 44 ଜଣ ଓ ସଇଁତଳାରୁ 42 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 1172 ରେ ପହଞ୍ଚିଛି । ସେହିପରି କୋରୋନାରେ 47 ଜଣଙ୍କ ପ୍ରାଣହାନୀ ଘଟିଛି । ସେପଟେ ଏଭଳି ସଙ୍ଗୀନ ପରିସ୍ଥିତିରେ ଜିଲ୍ଲା ପ୍ରଶାସନର ସବୁ ବ୍ୟବସ୍ଥା ଫେଲ୍ ମାରିଥିବା ଅଭିଯୋଗ ହେବା ସହ ଲୋକଙ୍କୁ ଠିକ ଭାବରେ ଚିକିତ୍ସା ସୁବିଧା ଯୋଗାଇବାରେ ମଧ୍ୟ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ସେହିପରି କୋରୋନା ନିୟମ ମଧ୍ୟ ଠିକରେ ପାଳନ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.