ETV Bharat / state

ଦଳୀୟ ହୁଇପ ପରେ ଥମିଲା ବିଦ୍ରୋହ, ସନ୍ତୋଷ ପ୍ରଧାନ ହେଲେ AUCCB ସଭାପତି

author img

By

Published : Nov 19, 2022, 10:24 PM IST

ଦଳୀୟ ହୁଇପ ପରେ ଥମିଲା ବିଦ୍ରୋହ, ସନ୍ତୋଷ ହେଲେ AUCCB ସଭାପତି
ଦଳୀୟ ହୁଇପ ପରେ ଥମିଲା ବିଦ୍ରୋହ, ସନ୍ତୋଷ ହେଲେ AUCCB ସଭାପତି

ପ୍ରଶମିତ ହେଲା ଅନୁଗୋଳ ବିଜେଡିରେ ଅନ୍ତଃକନ୍ଦଳ । ଦଳୀୟ ହୁଇପ ପରେ ଥମିଲା ବିଦ୍ରୋହ । ସନ୍ତୋଷ ପ୍ରଧାନ ହେଲେ AUCCB ସଭାପତି (AUCCB president)। ଅଧିକ ପଢନ୍ତୁ

ଅନୁଗୋଳ: ବହୁ ବାଦବିବାଦ ଓ କଳ୍ପନା କଳ୍ପନାର ଅନ୍ତ ଘଟାଇ ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ (AUCCB)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସନ୍ତୋଷ କୁମାର ପ୍ରଧାନ । ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଚାଷୀମାନଙ୍କ ପାଇଁ ଗଠନ କରାଯାଇଥିବା ସମବାୟ ବ୍ୟାଙ୍କର ମୁଖ୍ୟ ହୋଇଛନ୍ତି ସନ୍ତୋଷ କୁମାର ପ୍ରଧାନ ।

ଦଳୀୟ ହୁଇପ ପରେ ଥମିଲା ବିଦ୍ରୋହ, ସନ୍ତୋଷ ପ୍ରଧାନ ହେଲେ AUCCB ସଭାପତି

ପୂର୍ବରୁ ବିଭିନ୍ନ ସମବାୟ ସମିତି ନିର୍ବାଚନ ଶେଷ ହୋଇଥିବା ବେଳେ ସଂଯୁକ୍ତ ସମବାୟ ବ୍ୟାଙ୍କର ଅଧକ୍ଷ ପଦ ପାଇଁ ଆଜି ନିର୍ବାଚନ ହୋଇଥିଲା(AUCCB president) । ଉଭୟ ଜିଲ୍ଲାରୁ ୧୫ଜଣ ନିର୍ଦ୍ଦେଶକ ନିର୍ବାଚିତ ହୋଇଥିବା ବେଳେ ଆଜି ସେମାନେ ଅଧ୍ୟକ୍ଷ ବାଛିଛନ୍ତି । ହୋଇଥିବା ନିର୍ବାଚନରେ ୧୫/୦ ରେ ସନ୍ତୋଷ ପ୍ରଧାନ ବିଜୟୀ ହୋଇଥିଲେ । ସନ୍ତୋଷଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବୀ ଭାବେ ନାମାନଙ୍କ ଭରିଥିଲେ ପ୍ରତାପ ମଲ୍ଲିକ । ତେବେ ଦଳୀୟ ନିଷ୍ପତ୍ତି ପରେ ସନ୍ତୋଷଙ୍କୁ ସମସ୍ତେ ଭୋଟ ଦେଇ ବିଜୟୀ କରାଇଛନ୍ତି ।

ପୂର୍ବରୁ ସଂଯୁକ୍ତ କେନ୍ଦ୍ର ସମବାୟ (ଏୟୁସିସି) ବ୍ୟାଙ୍କର ଅଧ୍ୟକ୍ଷ ନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନାମାଙ୍କନପତ୍ର ଦାଖଲ କରି ବିଜେଡିରେ ବିଦ୍ରୋହ ଘୋଷଣା କରିଥିଲେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭିଣୋଇ ପ୍ରତାପ ଚନ୍ଦ୍ର ମଲ୍ଲିକ । କିନ୍ତୁ ଦିନକ ପରେ ବିଦ୍ରୋହ ପ୍ରଶମିତ ହୋଇଛି । ଦଳର ବରିଷ୍ଠ ନେତାମାନେ ବୁଝାସୁଝା କରିବା ପରେ ପ୍ରତାପ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ସହ ସନ୍ତୋଷଙ୍କୁ ଭୋଟ ମଧ୍ୟ ଦେଇଛନ୍ତି ।

ଜିତିବା ପରେ ସମସ୍ତ ନିର୍ବାଚିତ ଡାଇରେକ୍ଟରମାନଙ୍କ ସହ ମିଶି କିଭଳି ଚାଷୀଙ୍କ ପାଇଁ କାମ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବେ ବୋଲି ନବନିର୍ବାଚିତ ଅଧ୍ୟକ୍ଷ ସନ୍ତୋଷ ପ୍ରଧାନ କହିଛନ୍ତି । ନିର୍ବାଚନ ପରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସନ୍ତୋଷଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.