ETV Bharat / state

ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ ଉଦ୍ଧାର

author img

By

Published : Apr 12, 2021, 9:10 PM IST

ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ ଉଦ୍ଧାର
ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ ଉଦ୍ଧାର

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜ ଅଞ୍ଚଳରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ଗରୁଡ ପକ୍ଷୀ । ଅଧିକ ପଢନ୍ତୁ...

ଅନୁଗୋଳ : ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜ ଅଞ୍ଚଳରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ଗରୁଡ ପକ୍ଷୀ । ପ୍ରତାପୁର ଗାଁ ଲୋକେ ଉଦ୍ଧାର ପକ୍ଷୀକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛନ୍ତି । ତେବେ ପକ୍ଷୀଟି ବିରଳ ପ୍ରଜାତିର ହୋଇଥିବା ଜଣାପଡିଛି ।

ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ ଉଦ୍ଧାର

ଆଜି ସକାଳ ସମୟରେ ପ୍ରତାପୁର ଗ୍ରାମର ପ୍ରଶାନ୍ତ ସାହୁ କାମ ସାରି ଏକ ପିକ-ଅପ ଗାଡି ଯୋଗେ ଫେରୁଥିବାବେଳେ ପକ୍ଷୀଟି ଗାଡି ଭିତରକୁ ପଶି ଯାଇଥିଲା । ପକ୍ଷୀଟିକୁ ପ୍ରଶାନ୍ତ କାବୁ କରିବା ସହ ନିଜ ଘରକୁ ଆଣି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ହଣ୍ଡପା ରେଞ୍ଜ କର୍ମଚାରୀ ମାନେ ପହଞ୍ଚି ପକ୍ଷୀଟିକୁ ଉଦ୍ଧାର କରିଛନ୍ତି । ପକ୍ଷୀଟି ରାତ୍ରୀଚର ହୋଇଥିବାରୁ ରାତିରେ ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.