ETV Bharat / state

‘କୋଭିଡ କଟକଣାରେ ବି ଅଧିକ ଉତ୍ପାଦନ ଲକ୍ଷ୍ୟ ରଖିଛି MCL’

author img

By

Published : Jul 21, 2021, 10:45 PM IST

‘କୋଭିଡ କଟକଣା ମଧ୍ୟରେ ବି ଅଧିକ ଉତ୍ପାଦନ ଲକ୍ଷ ରଖିଛି  MCL’
‘କୋଭିଡ କଟକଣା ମଧ୍ୟରେ ବି ଅଧିକ ଉତ୍ପାଦନ ଲକ୍ଷ ରଖିଛି MCL’

MCL ଏଥର ତାଳଚେର କୋଲ ଫିଲଡ଼ରୁ ଶହେ ମେଟ୍ରିକ ଟନ୍ କୋଇଲା ଉତ୍ପାଦନର ଲକ୍ଷ୍ୟ ରଖିଛି । ଗସ୍ତ ସମୟରେ ସୂଚନା ଦେଲେ CMD ପିକେ ସିହ୍ନା । ଅଧିକ ପଢନ୍ତୁ...

ଅନୁଗୋଳ : ମହାନଦୀ କୋଲ କମ୍ପାନୀ ବା MCL ଏଥର ତାଳଚେର କୋଲ ଫିଲଡ଼ରୁ ଶହେ ମେଟ୍ରିକ ଟନ୍ କୋଇଲା ଉତ୍ପାଦନର ଲକ୍ଷ୍ୟ ରଖିଛି । ଏନେଇ MCL CMD ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ ରେ କୋଇଲା ଉତ୍ପାଦନ ଓ ଯୋଗାଣ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପାଇଁ କମ୍ପାନୀ ସମସ୍ତ ଉଦ୍ୟମ ଜାରି ରଖିଥିବା ପରିଚାଳନା ନିର୍ଦ୍ଦେଶକ ପ୍ରଭାତ କୁମାର ସିହ୍ନା ଗଣମାଧ୍ୟମକୁ କହିଛନ୍ତି ।

‘କୋଭିଡ କଟକଣା ମଧ୍ୟରେ ବି ଅଧିକ ଉତ୍ପାଦନ ଲକ୍ଷ ରଖିଛି MCL’

ସେହିପରି ତାଳଚେର କୋଲ ଫିଲ୍ସକୁ 3ଦିନିଆ ଗସ୍ତରେ ଆସିଥିବା CMD ସିହ୍ନା, MCL ନିଜର ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବାକୁ ବହୁତ ଭଲ ଭାବେ କାର୍ଯ୍ୟ ଜାରି ରଖିଥିବା କହିଛନ୍ତି । ତନ୍ମଧ୍ୟରେ ଉତ୍ପାଦନ ୧୬୩ ମିଲିୟନ ଟନ୍ ଏବଂ ଡେସପାଚ୍ ୧୮୨ ମିଲିୟନ ଟନ୍ ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିବା ସେ ସୂଚନା ଦେଇଛନ୍ତି । କୋଇଲା ଉତ୍ପାଦନ ଓ ପରିବହନର ନିୟମିତ ଯାଞ୍ଚ, କାର୍ଯ୍ୟଦକ୍ଷତା ସମୀକ୍ଷା ଏବଂ ବିଭିନ୍ନ CSR କାର୍ଯ୍ୟ, କର୍ମଚାରୀ ଓ ପାରିପାଶ୍ୱିର୍କ ଲୋକଙ୍କ ସହ ଜଡ଼ିତ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାକୁ CMDଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଏହି ଗ୍ରସ୍ତ ସମୟରେ MCLର ସମସ୍ତ ନିର୍ଦେଶକ, ଜଗନ୍ନାଥ ଖଣିର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.