ETV Bharat / state

ଅର୍ଥନୈତିକ ସ୍ୱାଧୀନତା ଦେଲେ ଦେଶ ଚଳେଇବାର ଦକ୍ଷତା ଅଛି: ଢେଙ୍କାନାଳ ସାଂସଦ

author img

By

Published : Feb 13, 2021, 11:07 AM IST

ବିଜୁ ବାବୁଙ୍କ କଥାକୁ ଦୋହରାଇଲେ ଢେଙ୍କାନାଳ ସାଂସଦ ମହେଶ ସାହୁ । ଅର୍ଥନୈତିକ ସ୍ୱାଧୀନତା ଦେଲେ ଦେଶ ଚାଲିବାର ଦକ୍ଷତା ଅଛି କହିଲେ ସାଂସଦ । ଅଧିକ ପଢନ୍ତୁ...

ଅର୍ଥନୈତିକ ସ୍ୱାଧୀନତା ଦେଲେ ଦେଶ ଚାଲିବାର ଦକ୍ଷତା ଅଛି
ଅର୍ଥନୈତିକ ସ୍ୱାଧୀନତା ଦେଲେ ଦେଶ ଚାଲିବାର ଦକ୍ଷତା ଅଛି

ଢେଙ୍କାନାଳ: ବିଜୁ ବାବୁଙ୍କ କଥାକୁ ଦୋହରାଇଲେ ଢେଙ୍କାନାଳ ସାଂସଦ ମହେଶ ସାହୁ । ଅର୍ଥନୈତିକ ସ୍ୱାଧୀନତା ଦେଲେ ଦେଶ ଚଳେଇବାର ଦକ୍ଷତା ଅଛି କହିଲେ ସାଂସଦ । ଅନୁଗୋଳ-ଢେଙ୍କାନାଳ ଲୋକସେବା କ୍ଷେତ୍ର ଅଞ୍ଚଳରେ ଥିବା ଶିଳ୍ପ ସଂସ୍ଥା ଓ ଖଣି ଖାଦାନରୁ ଯେତିକି ରାଜସ୍ବ ମିଳୁଛି ସେଥିରେ ରାଜ୍ୟ ସମେତ ଦେଶ ଚଳାଇବାରେ ଅସୁବିଧା ହେବ ନାହିଁ ବୋଲି ମହେଶ କହିଛନ୍ତି ।

ଅର୍ଥନୈତିକ ସ୍ୱାଧୀନତା ଦେଲେ ଦେଶ ଚାଲିବାର ଦକ୍ଷତା ଅଛି

ଏହା ସହ ସେ, କେନ୍ଦ୍ରୀୟ ବଜେଟକୁ ନୈରାଶ୍ୟଜନକ କହିଛନ୍ତି । ଏହା ସହ ସେ ଅନୁଗୋଳ ଢେଙ୍କାନାଳ ଜିଲ୍ଲାରେ ଗଢି ଉଠୁଥିବା ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ନେଇ କମ୍ପାନୀ ଓ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଯଦି ତାହା ନ ହୁଏ ଜିଲ୍ଲାବାସୀ ଅର୍ଥନୈତିକ ଅବରୋଧ କରିବାକୁ ପଛାଇବେ ନାହିଁ ବୋଲି ସାଂସଦ ଦାବି ଉଠାଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.