ETV Bharat / state

ହସ୍ପିଟାଲ ଛାତ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଅଗ୍ନିଶମ ଟିମ

author img

By

Published : Sep 1, 2021, 7:23 PM IST

ହସ୍ପିଟାଲ ଛାତ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଅଗ୍ନିଶମ ଟିମ
ହସ୍ପିଟାଲ ଛାତ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଅଗ୍ନିଶମ ଟିମ

ହସ୍ପିଟାଲ ଛାତରୁ ଡେଇଁ ଯୁବକର ଆତ୍ମହତ୍ୟା ଉଦ୍ୟମ। ଦୀର୍ଘ ୨ ଘଣ୍ଟା ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହେଲା ଅଗ୍ନିଶମ ଟିମ । ଅଧିକ ପଢନ୍ତୁ...

ଅନୁଗୋଳ: ହସ୍ପିଟାଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଦୀର୍ଘ ୨ ଘଣ୍ଟା କାଳ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହୋଇଛି ଅଗ୍ନିଶମ ଟିମ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ଉଦ୍ୟମ କରିଥିବା ଯୁବକଙ୍କ ନାଁ ଭଜମନ ଗୋଚ୍ଛାୟତ ଓ ସେ ସାମାନ୍ୟ ମାନସିକ ବିକାରଗ୍ରସ୍ତ ଥିବା ଜଣାପଡିଛି ।

ହସ୍ପିଟାଲ ଛାତ ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଅଗ୍ନିଶମ ଟିମ

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଭଜମନ ହସ୍ପିଟାଲରେ ଥିବା 6 ମହଲା କୋଠାର ପଛପାଖ ଝରକା ତାଜା ଉପରେ ଚଢି ଯାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ହସ୍ପିଟାଲରେ କାମ କରୁଥିବା ସଫେଇ କର୍ମଚାରୀ ଏହା ଦେଖିବା ପରେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ତୁରନ୍ତ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲା । ତଳେ ଜାଲ ବାନ୍ଧିବା ସହ ସିଡି ସାହାଯ୍ୟରେ ଯୁବକକୁ ଉଦ୍ଧାର କରିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଶେଷରେ ପଛ ପାଖରେ ଥିବା ସ୍କାଏ ଲାଇଟ ପଟେ ରଶି ସାହାଯ୍ୟରେ ଯୁବକକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବକ ସହର ଉପକଣ୍ଠ ଅଞ୍ଚଳର ବୋଲି ଜଣାପଡିଛି । ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଚିକିତ୍ସା ପାଇଁ ତାକୁ ହସ୍ପିଟାଲ ଅଣାଯାଇ ଥିବାବେଳେ ଚିକିତ୍ସା ସୁବିଧା ନ ମିଳିବାରୁ ସେ ଏପରି ଉଦ୍ୟମ କରିଥିବା ଯୁବକଙ୍କ ମା କହିଥିବାବେଳେ ଚିକିତ୍ସା ଅବହେଳା ଅଭିଯୋଗକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.