ETV Bharat / state

କୋଭିଡ କେୟାର ସେଣ୍ଟର ଉଦଘାଟନ ବିବାଦ, ଶ୍ରେୟ ପାଇଁ ସାଂସଦ ଓ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ

author img

By

Published : Jun 5, 2021, 9:18 PM IST

କୋଭିଡ କେୟାର ସେଣ୍ଟର ଉଦଘାଟନ ବିବାଦ, ଶ୍ରେୟ ପାଇଁ ସାଂସଦ ଓ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ
କୋଭିଡ କେୟାର ସେଣ୍ଟର ଉଦଘାଟନ ବିବାଦ, ଶ୍ରେୟ ପାଇଁ ସାଂସଦ ଓ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ

ଅନୁଗୋଳରେ କୋଭିଡ କେୟାର ସେଣ୍ଟର ଉଦଘାଟନବେଳେ ମୁହାଁମୁହିଁ ହେଲେ ସାଂସଦ ଓ ବିଧାୟକଙ୍କ ସମର୍ଥକ । ଅଧିକ ପଢନ୍ତୁ....

ଅନୁଗୋଳ: କୋଭିଡ କେୟାର ସେଣ୍ଟର ଉଦଘାଟନକୁ ସାଂସଦ ଓ ବିଧାୟକ ମୁଁହାମୁହିଁ । ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ତୁମ୍ବି ତୋଫାନ । ଅଶ୍ଳୀଳ ଭାଷା ଗାଳି ଗୁଳଜରେ ଫାଟି ପଡିଥିଲା କୋଭିଡ ସେଣ୍ଟର । ଆଜି ଏଭଳି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲା ପାଲଲହଡ଼ାରେ ।

କୋଭିଡ କେୟାର ସେଣ୍ଟର ଉଦଘାଟନ ବିବାଦ, ଶ୍ରେୟ ପାଇଁ ସାଂସଦ ଓ ବିଧାୟକଙ୍କ ସମର୍ଥକ ମୁହାଁମୁହିଁ

ପାଲଲହଡା ଠାରେ ଆଜି ଆରମ୍ଭ ହୋଇଥିବା କୋଭିଡ କେୟାର ସେଣ୍ଟର ଫିତା କଟାକୁ ନେଇ ସ୍ଥାନୀୟ ବିଧାୟକ ମୁକେଶ ପାଳ ଓ ଏମପି ମହେଶ ସାହୁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ହାତାହାତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ପାଲଲହଡାରେ ଆଜି ଏକ କୋଭିଡ କେୟାର ସେଣ୍ଟର ଉଦଘାଟନ କରାଗଲା। ସକାଳ ପ୍ରାୟ ସାଢେ ୧୦ଟା ସମୟରେ ପାଲଲହଡା ବିଧାୟକ ମୁକେଶ ପାଳ ନିଜ ସମର୍ଥକଙ୍କ ସହ ଆସି ଫିତା କାଟି ଦେଇଥିଲେ। କିଛି ସମୟ ପରେ ଏମପି ମହେଶ ସାହୁ ନିଜ ସମର୍ଥକଙ୍କ ସହ ଆସି ଉଦଘାଟନ ହୋଇ ସାରିଥିବା ଦେଖି ଉତ୍ୟକ୍ତ ହୋଇ ପଡ଼ିଥିଲେ। ଉଭୟ ବିଧାୟକ ଓ ଏମପିଙ୍କ ମଧ୍ୟରେ ଉଚବାଚ ହୋଇଥିଲା। ଏହା ଦେଖି ଉଭୟଙ୍କ ସମର୍ଥକମାନେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଥିଲେ । ପରିସ୍ଥିତି ଏମିତି ହେଲା ଯେ ଶେଷରେ ସେମାନେ ହାତାହାତି ହେବାକୁ ପଛେଇ ନଥିଲେ । ଦୀର୍ଘ ସମୟ ଧରି ଏଭଳି ପରିସ୍ଥିତି ଲାଗି ରହିଥିଲା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.