ETV Bharat / state

ପୁଣି ଭାରସାମ୍ୟ ହରାଇ ଓଲଟିଲା ବସ, 20 ଯାତ୍ରୀ ଆହତ

author img

By

Published : Jul 28, 2019, 10:27 AM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ଅନୁଗୋଳ

ଭାରସାମ୍ୟ ହରାଇ ଓଲଟିଲା ବସ୍ । ବସରେ ଥିବା 35 ଜଣ ଯାତ୍ରୀଙ୍କ ମଧ୍ୟରୁ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଅନୁଗୋଳ: ଜିଲ୍ଲା ହଣ୍ଡପା ଥାନା 55 ନମ୍ବର ଜାତୀୟ ରାଜପଥର ଛେଳିଆଢିପ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ବସ ଓଲଟି ପଡିବାରୁ 20 ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ବସରେ ଥିବା ଅନ୍ୟ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଅନୁଗୋଳ

ସୂଚନାନୁସାରେ, ଆଜି ଭୋରୁ ଭୁବନେଶ୍ବରରୁ ସୁନ୍ଦରଗଡ ଅଭିମୁଖେ ଯାଉଥିବା 'ସୀତାରାମ ବସ' ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଜମିକୁ ଓଲଟି ପଡିଥିଲା । ଦୁର୍ଘଟଣା ସମୟରେ ବସରେ ପ୍ରାୟ 35 ଜଣ ଯାତ୍ରୀ ଥିଲେ । ତନ୍ମଧ୍ୟରୁ 20 ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ତେବେ ଆହତଙ୍କୁ ସ୍ଥାନୀୟବାସିନ୍ଦା ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ଓଲଟିଲା ବସ । ବଡ ଧରଣର ର ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ଯାତ୍ରୀ Body:ଭାରସମ୍ୟ ହରାଇ ଓଲଟିଲା ବସ । ଏକ ବଡ ଧରଣର ଦୁର୍ଘଟଣା ରୁ ବର୍ତିଲେ ଯାତ୍ରୀ ।55 ନଂ ଜାତୀୟ ରାଜପଥ ଅନୁଗୋଳ ଜିଲ୍ଲା ହଣ୍ଡାପା ଥାନା ଛେଳିଆଢ଼ିପ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୁବନେଶ୍ୱରରୁ ସୁନ୍ଦରଗଡ ଅଭିମୁଖେ ଯାଉଥିବା ସୀତାରାମ ଵସ ଆଜି ଭୋର ସମୟରେ ଜାତୀୟ ରାଜପଥ ୫୫ ର ଛେଳିଆଢ଼ିପ ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଜମିରେ ଓଲଟି ପଡିଥିଲା । ଦୁର୍ଘଟଣା ବସରେ ଥିବା ପ୍ରାୟ ୩୫ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ସାମାନ୍ୟ ଆହତ ହୋଇଛନ୍ତି । । ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଛି।Conclusion:ତେବେ ଦୁର୍ଘଟଣା ର ପ୍ରକୃତ କାରଣ ଜଣାପଡି ନାହିଁ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.