ETV Bharat / state

ହଟିଲା କଟକଣା, ଜିଲ୍ଲା ମହୋତ୍ସବରେ ଝୁମିଲେ ଅନୁଗୋଳବାସୀ

author img

By

Published : Apr 9, 2022, 1:22 PM IST

ହଟିଲା କଟକଣା: ଜିଲ୍ଲା ମହୋତ୍ସବରେ ଝୁମିଲେ ଅନୁଗୋଳବାସୀ
ହଟିଲା କଟକଣା: ଜିଲ୍ଲା ମହୋତ୍ସବରେ ଝୁମିଲେ ଅନୁଗୋଳବାସୀ

ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଶୁକ୍ରବାର ଠାରୁ ଅନୁଗୋଳ ଜିଲ୍ଲା ମହୋତ୍ସବ ଆରମ୍ଭ ହୋଇଛି । ୩ ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ଅନୁଗୋଳ: ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଆରମ୍ଭ ହୋଇଛି ଜିଲ୍ଲା ମହୋତ୍ସବ । ଶୁକ୍ରବାର ଠାରୁ ଅନୁଗୋଳ ଜିଲ୍ଲା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩ ଦିନ ଧରି ଚାଲିବ। ଶୁକ୍ରବାର ସଂନ୍ଧ୍ୟାରେ ଉପବାଚସ୍ପତି ରଜନୀ କାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ।

ହଟିଲା କଟକଣା: ଜିଲ୍ଲା ମହୋତ୍ସବରେ ଝୁମିଲେ ଅନୁଗୋଳବାସୀ

ଅନ୍ୟ ମାନଙ୍କ ମଧ୍ୟରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି ଜଗମୋହନ ମୀନା, ନାଲକୋ, ଏନଟିପିସି ଏବଂ ଅନ୍ୟାନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକର ବରିଷ୍ଠ ଅଧିକାରୀମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ସନ୍ଧ୍ୟାରେ ବର୍ଷା ଯୋଗୁଁ ବହୁ ବିଳମ୍ବରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତଥାପି ହଜାର ହଜାର ସଂଖ୍ୟାରେ ଦର୍ଶକ ମନ ଭରି ଉପଭୋଗ କରିଥିଲେ। ପ୍ରଥମ ଦିନରେ ଓଡିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ଓଡ଼ିଶାର ସୁନାମଧନ୍ୟ ଗାୟିକା ନାଭିଆଙ୍କ ସଙ୍ଗୀତ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।

ଏହାପରେ ନନସେନସ ମଣି ତାଙ୍କ ବ୍ୟଙ୍ଗାତ୍ମକ କଥାରେ ଦର୍ଶକଙ୍କୁ କିଛି ସମୟ ପାଇଁ ହସାଇ ଥିଲେ। ତେବେ ପ୍ରଥମ ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ବଲିଉଡର ଜଣାଶୁଣା କଳାକାର ଷ୍ଟେବିନ ବେନଙ୍କ ସଙ୍ଗୀତ। ଷ୍ଟେବିନ ତାଙ୍କ ଚିରାଚରିତ ଷ୍ଟାଇଲରେ ପ୍ରାୟ ଦୁଇ ଘଣ୍ଟା ଧରି ଗୀତ ଗାଇ ଦର୍ଶକଙ୍କୁ ବିମୋହିତ କରିଥିଲେ। ତାଙ୍କ ଗୀତରେ ଦର୍ଶକ ଝୁମିଥିଲେ।

ପୁରା ଅନୁଗୋଳ ଷ୍ଟାଡିଅମ ପ୍ରକମ୍ପିତ ହୋଇ ଉଠିଥିଲା। କୋରୋନା କଟକଣା ସମ୍ପୂର୍ଣ୍ଣ କୋହଳ ହେବା ପରେ ଜିଲ୍ଲାରେ ଏହା ପ୍ରଥମ କାର୍ଯ୍ୟକ୍ରମ ହୋଇଥିବାରୁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା।ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଚାଲିବ। ତେଣୁ ଏହି ଦୁଇ ଦିନରେ ବଲିଉଡ ଏବଂ ଓଡ଼ିଶାର ଜଣାଶୁଣା କଳାକାର ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.