ETV Bharat / sports

ଟୋକିଓ ପାରାଲିମ୍ପିକ୍ସ ଉଦ୍‌ଯାପିତ, ୧୯ ବର୍ଷୀୟା ଅବନୀ ହେଲେ ଭାରତର ଧ୍ବଜାବାହକ

author img

By

Published : Sep 5, 2021, 7:40 PM IST

Tokyo Paralympics: Avani Lekhara leads Indian contingent at Closing Ceremony
ଟୋକିଓ ପାରାଲମ୍ପିକ୍‌ସ ଉଦ୍‌ଯାପିତ, ୧୯ ବର୍ଷୀୟା ଅବନୀ ହେଲେ ଭାରତର ଧ୍ବଜାବାହକ

ଉଦ୍‌ଯାପିତ ହେଲା ଟୋକିଓ ପାରାଲମ୍ପିକ୍‌ସ ୨୦୨୦ । ସ୍ବର୍ଣ୍ଣ ପଦକ ବିଜୟିନୀ ୧୯ ବର୍ଷୀୟା ସୁଟର ଅବନୀ ଲେଖାରା ଉଦଯାପନୀ ସମାରୋହରେ ହାତରେ ତ୍ରିରଙ୍ଗା ଧରି(ଧ୍ବଜାବାହକ) ଭାରତୀୟ ଟିମର ନେତୃତ୍ବ ନେଇଥିଲେ । ଅଧିକ ପଢନ୍ତୁ...

ଟୋକିଓ: ଉଦ୍‌ଯାପିତ ହେଲା ଟୋକିଓ ପାରାଲିମ୍ପିକ୍ସ ୨୦୨୦ । ସ୍ବର୍ଣ୍ଣ ପଦକ ବିଜୟିନୀ ୧୯ ବର୍ଷୀୟା ସୁଟର ଅବନୀ ଲେଖାରା ଉଦଯାପନୀ ସମାରୋହରେ ହାତରେ ତ୍ରିରଙ୍ଗା ଧରି(ଧ୍ବଜାବାହକ) ଭାରତୀୟ ଟିମର ନେତୃତ୍ବ ନେଇଥିଲେ । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଥିବା ଟୋକିଓ ପାରାଲମ୍ପିକ୍‌ ସେପ୍ଟେମ୍ବର ୫ରେ ଶେଷ ହୋଇଛି । ଏହି ସଂସ୍କରଣର ପାରାଲିମ୍ପିକ୍ସ ମୋଟ ୨୨ଟି ଭିନ୍ନ ଖେଳରେ ୫୩୯ ପଦକ ଇଭେଣ୍ଟସ ଖେଳାଯାଇଥିଲା । ଟୋକିଓ ପାରାଲିମ୍ପିକ୍ସରେ ୯ଟି ଭିନ୍ନ ଖେଳରେ ମୋଟ ୫୪ ଜଣ ଭାରତୀୟ ପାରା-ଆଥଲେଟ୍‌ ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପନୀ ସମାରୋହରେ ୧୧ଜଣ ଭାରତୀୟ ସଦସ୍ୟ ସାମିଲ ହୋଇଥିଲେ ।

ଶୁକ୍ରବାର ଅବନୀ ମହିଳା ୫୦ ମିଟର ଏୟାର ରାଇଫଲ ୩ ପୋଜିସନ SH୧ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିଲେ । ଏହା ତାଙ୍କର ଟୋକିଓ ପାରାଲିମ୍ପିକ୍ସରେ ଦ୍ବିତୀୟ ପଦକ ଥିଲା । ପୂର୍ବରୁ ଦେଶପାଇଁ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ ଅବନୀ । ଏହି ସଂସ୍କରଣରେ ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଛି ଭାରତ । ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ସହିତ ମୋଟ ୧୯ଟି ପଦକ ସହ ଭାରତ ପଦକ ତାଲିକାର ୨୪ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ବ୍ୟାଡମିଣ୍ଟନ ଓ ତାଇକୋଣ୍ଡୋ ଖେଳ ଟୋକିଓରେ ଡେବ୍ୟୁ କରିଥିଲା । ଉଭୟ ଖେଳରେ ଭାରତ ପ୍ରତିନିଧିତ୍ବ କରିଥିଲା ।

ବର୍ଷ ୧୯୬୮ ପ୍ରଥମ ଥର ଭାରତର ପାରାଲମ୍ପିକ୍‌ ଅଂଶଗ୍ରହଣ ପରଠାରୁ ୨୦୧୬ ରିଓ ପାରାଲିମ୍ପିକ୍ସ ସଂସ୍କରଣ ପର୍ଯ୍ୟନ୍ତ ଭାରତ ମୋଟ ୧୨ଟି ପଦକ ଜିତିପାରିଥିଲା । ତେବେ ଟୋକିଓ ପାରାଲମ୍ପିକ୍‌ ୨୦୨୦ରେ ସମସ୍ତ ସଂସ୍କରଣ ଠାରୁ ଏକାକୀ ୭ଟି ପଦକ ଅଧିକ ହାସଲ କରିପାରିଛି ଭାରତ । ଫଳରେ ଏହା ପାରାଆଥଲେଟ୍‌ଙ୍କ ଐତିହାସିକ ପ୍ରଦର୍ଶନ । ମୋଟ ୧୬୨ଟି ଦେଶ ଏହି ସଂସ୍କରଣର ପାରାଲମ୍ପିକ୍‌ରେ ଅଂଶଗ୍ରହଣ କରିଥିଲେ ଓ ଭାରତ ପଦକ ତାଲିକାର ୨୪ତମ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.