ETV Bharat / sports

Tokyo Olympics Day 13: ଭାରତର କାର୍ଯ୍ୟସୂଚୀ, ମହିଳା ହକି ଟିମ୍‌ ସହ ନଜରରେ ନୀରଜ, ଲଭଲିନା

author img

By

Published : Aug 3, 2021, 9:42 PM IST

Tokyo Olympics, Day 13: Indian athletes to watch out for
Tokyo Olympics: 4 ଅଗଷ୍ଟ ପାଇଁ ଭାରତର କାର୍ଯ୍ୟସୂଚୀ, ହକି ଟିମ୍‌ ସହ ନଜରରେ ନୀରଜ, ଲଭଲିନା

ଆସନ୍ତୁ ଜାଣିବା ୪ ଅଗଷ୍ଟ ପାଇଁ କଣ ରହିଛି ଭାରତୀୟ କାର୍ଯ୍ୟସୂଚୀ । ଭାରତୀୟ ମହିଳା ହକି ଟିମ୍‌ ସହ ଜାଭେଲିନ ଥ୍ରୋ ରେ ନିରଜ ଚୋପ୍ରା, ଓ ବକ୍ସିଂରେ ଲଭଲିନା ବର୍ଗୋହେନଙ୍କ ଉପରେ ପଦକ ଆଶା ରହିବ । ଅଧିକ ପଢ଼ନ୍ତୁ...

ଟୋକିଓ: Tokyo Olympics ରେ ମଙ୍ଗଳବାର ଖୁବ୍‌ ପରିଶ୍ରମ ସତ୍ତ୍ବେ ନିରାଶ ହୋଇଛନ୍ତି ଭାରତୀୟ ଆଥଲେଟ । ପ୍ରଥମେ ପୁରୁଷ ହକି ଟିମ ବେଲଜିୟମ ଠାରୁ ସେମିଫାଇନାଲରେ ୫-୨ ରେ ପରାଜିତ ହୋଇଥିଲା । ଏହାସହ କୁସ୍ତି ଓ ଶଟ୍‌ପୁଟ୍‌ରେ ମଧ୍ୟ ପରାଜୟ ମିଳିଥିଲା ।

ତେବେ ହାରିବା ପରେ ମଧ୍ୟ ଭାରତୀୟ ହକି ଟିମ କାଂସ୍ୟ ପଦକ ପାଇଁ ଜର୍ମାନୀ ସହ ଗୁରୁବାର ମୁକାବିଲା କରିବ । ତେବେ ବୁଧବାର ଭାରତୀୟ ଆଥଲେଟଙ୍କ ପାଖରେ ନିଜର ସାମର୍ଥ୍ୟ ଦେଖାଇବା ପାଇଁ ରହିଛି ସୁଯୋଗ । ଏମିତି ଅନେକ ଆଥଲେଟ ଅଛନ୍ତି ଯାହାଙ୍କ ଉପରେ ରହିବ ଦେସବାସୀଙ୍କ ନଜର । ପ୍ରଥମେ ଭାରତୀୟ ମହିଳା ହକି ଟିମ୍‌ ର ସେମିଫାଇନାଲ ଏହା ସହ ଜାଭେଲିନ ଥ୍ରୋ ରେ ନିରଜ ଚୋପ୍ରା, ଓ ବକ୍ସିଂରେ ଲଭଲିନା ବର୍ଗୋହେନଙ୍କ ଉପରେ ପଦକ ଆଶା ରହିବ ।

ତେବେ ଆସନ୍ତୁ ଜାଣିବା ୪ ଅଗଷ୍ଟ ପାଇଁ କଣ ରହିଛି ଭାରତୀୟ କାର୍ଯ୍ୟସୂଚୀ ।

ଆଥଲେଟିକ୍ସ (ପୁରୁଷ ଜାଭେଲିନ ଥ୍ରୋ, ଗ୍ରୁପ-ଏ କ୍ବାଲିଫିକେସନ): ନୀରଜ ଚୋପ୍ରା

ଭାରତୀୟ ସମୟ ସକାଳ ୫.୩୫ ରୁ ଆରମ୍ଭ ।

ଗଲ୍ଫ (ମହିଳା ପ୍ରଥମ ରାଉଣ୍ଡ): ଅଦିତି ଅଶୋକ

ଭାରତୀୟ ସମୟ ସକାଳ ୫.୫୫ ରୁ ଆରମ୍ଭ ।

ଆଥଲେଟିକ୍ସ (ପୁରୁଷ ଜାଭେଲିନ ଥ୍ରୋ, ଗ୍ରୁପ-ବି କ୍ବାଲିଫିକେସନ): ଶିବପାଲ ସିଂହ

ଭାରତୀୟ ସମୟ ସକାଳ ୭.୦୫ ରୁ ଆରମ୍ଭ ।

ଗଲ୍ଫ (ମହିଳା ପ୍ରଥମ ରାଉଣ୍ଡ): ଦିକ୍ଷା ଦାଗର

ଭାରତୀୟ ସମୟ ସକାଳ ୫.୫୫ ରୁ ଆରମ୍ଭ ।

କୁସ୍ତି (ପୁରୁଷ ୫୭ କିଗ୍ରା ଫ୍ରିଷ୍ଟାଇଲ ୧/୮ ଫାଇନାଲ ଓ କ୍ବାର୍ଟର ଫାଇନାଲ): ରବି ଦହିୟା

ଭାରତୀୟ ସମୟ ସକାଳ ୮.୦୦ଟା ରୁ ଆରମ୍ଭ ।

କୁସ୍ତି (ମହିଳା ୫୭ କିଗ୍ରା ଫ୍ରିଷ୍ଟାଇଲ ୧/୮ ଫାଇନାଲ ଓ କ୍ବାର୍ଟର ଫାଇନାଲ): ଅଂଶୁ ମଲିକ

ଭାରତୀୟ ସମୟ ସକାଳ ୮.୦୦ଟା ରୁ ଆରମ୍ଭ ।

କୁସ୍ତି (ପୁରୁଷ ୮୬ କିଗ୍ରା ଫ୍ରିଷ୍ଟାଇଲ ୧/୮ ଫାଇନାଲ ଓ କ୍ବାର୍ଟର ଫାଇନାଲ): ଦୀପକ ପୁନିଆ

ଭାରତୀୟ ସମୟ ସକାଳ ୮.୦୦ଟା ରୁ ଆରମ୍ଭ ।

ବକ୍ସିଂ (ମହିଳା ୬୯ କିଗ୍ରା ସେମି ଫାଇନାଲ-୧): ଲଭିଲିନା ବର୍ଗୋହେନ

ଭାରତୀୟ ସମୟ ଦିନ ୧୧.୦୦ଟା ରୁ ଆରମ୍ଭ ।

କୁସ୍ତି (ପୁରୁଷ ୫୭ କିଗ୍ରା ଫ୍ରିଷ୍ଟାଇଲ ସେମିଫାଇନାଲ ): ରବି ଦହିୟା (ଯଦି କ୍ବାଲିଫାଏ କରନ୍ତି)

ଭାରତୀୟ ସମୟ ଦିନ ୨.୪୫ ରୁ ଆରମ୍ଭ ।

କୁସ୍ତି (ମହିଳା ୫୭ କିଗ୍ରା ଫ୍ରିଷ୍ଟାଇଲ ସେମିଫାଇନାଲ): ଅଂଶୁ ମଲିକ (ଯଦି କ୍ବାଲିଫାଏ କରନ୍ତି)

ଭାରତୀୟ ସମୟ ଦିନ ୨.୪୫ ରୁ ଆରମ୍ଭ ।

କୁସ୍ତି (ପୁରୁଷ ୮୬ କିଗ୍ରା ଫ୍ରିଷ୍ଟାଇଲ ସେମିଫାଇନାଲ): ଦୀପକ ପୁନିଆ (ଯଦି କ୍ବାଲିଫାଏ କରନ୍ତି)

ଭାରତୀୟ ସମୟ ଦିନ ୨.୪୫ ରୁ ଆରମ୍ଭ ।

ହକି (ମହିଳା ସେମି ଫାଇନାଲ): ଭାରତ ବନାମ ଆର୍ଜେଣ୍ଟିନା

ଭାରତୀୟ ସମୟ ଦିନ ୩.୩୦ ରୁ ଆରମ୍ଭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.