ETV Bharat / sports

Tokyo Paralympics: ରିପଚେଜ୍ ତାଇକୋଣ୍ଡୋ ଇଭେଣ୍ଟ କ୍ବାର୍ଟର ଫାଇନାଲରୁ ଓହରିଲେ ଅରୁଣା

author img

By

Published : Sep 2, 2021, 10:28 PM IST

Updated : Sep 3, 2021, 4:53 PM IST

Tokyo Paralympics: ରିପଚେଜ୍ ତାଇକୋଣ୍ଡ ଇଭେଣ୍ଟ କ୍ବାର୍ଟର ଫାଇନାଲରୁ ଓହରିଲେ ଅରୁଣଆ
Tokyo Paralympics: ରିପଚେଜ୍ ତାଇକୋଣ୍ଡ ଇଭେଣ୍ଟ କ୍ବାର୍ଟର ଫାଇନାଲରୁ ଓହରିଲେ ଅରୁଣଆ

ପାରାଲମ୍ପିକ୍ସ ତାଇକୋଣ୍ଡୋ ରିପଚେଜ୍ କ୍ବାର୍ଟରଫାଇନାଲରୁ ଓହରିଲେ ଭାରତୀୟ ମହିଳା କ୍ରୀଡ଼ାବିତ । ୪୪ରୁ ୪୯ ବର୍ଗର ଇଭେଣ୍ଟରେ କ୍ବାର୍ଟରଫାଇନାଲରେ ଫାଇନାଲରେ ପହଞ୍ଚିଥିଲେ ଅରୁଣା ତନୱର । ଅଧିକ ପଢ଼ନ୍ତୁ...

ଟୋକିଓ: ପାରାଲମ୍ପିକ୍ସ ତାଇକୋଣ୍ଡୋ ରିପଚେଜ୍ କ୍ବାର୍ଟରଫାଇନାଲରୁ ଓହରିଲେ ଭାରତୀୟ ମହିଳା କ୍ରୀଡ଼ାବିତ । ୪୪ରୁ ୪୯ ବର୍ଗର ଇଭେଣ୍ଟରେ କ୍ବାର୍ଟରଫାଇନାଲରେ ଫାଇନାଲରେ ପହଞ୍ଚିଥିଲେ ଅରୁଣା ତନୱର । ତେବେ ଆହତଜନିତ ସମସ୍ୟା ଯୋଗୁଁ ସେ କ୍ବାର୍ଟର ଫାଇନାଲରୁ ଓହରି ଯାଇଛନ୍ତି ।

କ୍ବାର୍ଟରଫାଇନାଲ ପୂର୍ବ ମ୍ୟାଚରେ ଅରୁଣା ତନୱର ସର୍ବିଆର ତାଇକୋଣ୍ଡୋ କ୍ରୀଡାବିତଙ୍କୁ ୨୯-୯ରେ ମାତ ଦେଇଥିଲେ । ତେବେ ଏହାର ପରବର୍ତ୍ତୀ ମ୍ୟାଚରେ ପେରୁର କ୍ରୀଡ଼ାବିତଙ୍କଠାରୁ ଅରୁଣାଙ୍କୁ ପରାଜିତ ହେବାକୁ ପଡ଼ିଥିଲା । ତେବେ ସର୍ବିଆର କ୍ରୀଡ଼ାବିତଙ୍କ ସହ ମ୍ୟାଚ ବେଳେ ହିଁ ଅରୁଣା ତନୱର ଆହତ ହୋଇଥିଲେ ।

ତେବେ ଏହାପରେ ତାଙ୍କୁ ରିପଚେଜ୍ କ୍ବାର୍ଟରଫାଇନାଲର ଓହରିବାକୁ ପଡ଼ିଛି । ଏହାକୁ ନେଇ ଭାରତୀୟ ପାରାଲମ୍ପିକ୍ସ ପକ୍ଷରୁ କୁହାଯାଇଛି ଯେ, 'ଆହତ ଜନିତ ସମସ୍ୟା ଯୋଗୁଁ ତାଇକୋଣ୍ଡୋ ରିପଚେଜ୍ କ୍ବାର୍ଟର ଫାଇନାଲ ଇଭେଣ୍ଟରୁ ଅରୁଣା ତନୱରଙ୍କୁ ଓହରିବାକୁ ପଡ଼ିଛି । ଆମେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛୁ । ତାଙ୍କୁ କ୍ରୀଡ଼ାଗ୍ରାମର ପଲି କ୍ଲିନିକକୁ ପଠାଇ ଦିଆଯାଇଛି ।'

ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିଛନ୍ତି ଅରୁଣା ତନୱର । ଟୋକିଓ ପାରାଲମ୍ପିକ୍ସରେ ୱାଇଲ୍ଡ କାର୍ଡରେ ପ୍ରବେଶ କରିଥିଲେ । ସେ ରିପଚେଜ୍ କ୍ବାର୍ଟର ଫାଇନାଲରୁ ଓହରିବା ପରେ ବର୍ତ୍ତମାନ ତାଇକୋଣ୍ଡୋ ଇଭେଣ୍ଟରେ ଭାରତର ପଦକ ଆଶା ମଉଳି ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 3, 2021, 4:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.