ETV Bharat / sports

Tokyo Olympics, Day 11: ପୁଣି ଥରେ ରେସ୍ ଟ୍ରାକକୁ ଓହ୍ଲାଇବେ ଦୂତି ଚାନ୍ଦ

author img

By

Published : Aug 1, 2021, 10:10 PM IST

dutee chand to compete in 200 meter sprint evenet in Tokyo Olympics, Day 11
Tokyo Olympics, Day 11: ପୁଣି ଥରେ ରେସ୍ ଟ୍ରାକୁ ଓହ୍ଲାଇବେ ଦୂତି ଚାନ୍ଦ

ଚାହୁଁ ଚାହୁଁ ୧୧ତମ ଦିନରେ ଆସି ପହଞ୍ଚିଛି ଟୋକିଓ ଅଲମ୍ପିକ୍ସ ଗେମ୍ସ । ୧୧ତମ ଦିନ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । ଅଧିକ ପଢ଼ନ୍ତୁ...

ଟୋକିଓ: ଚାହୁଁ ଚାହୁଁ ୧୧ତମ ଦିନରେ ଆସି ପହଞ୍ଚିଛି ଟୋକିଓ ଅଲମ୍ପିକ୍ସ ଗେମ୍ସ । ୧୧ତମ ଦିନ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ । କାରଣ ସୋମବାର ପୁନଃ ରେସ୍ ଟ୍ରାକକୁ ଓହ୍ଲାଇବେ ଦୌଡ଼ରାଣୀ ଦୂତି ଚାନ୍ଦ । ଡିସ୍କସ ଥ୍ରୋରେ ପଦକ ପାଇଁ ପ୍ରତିଦ୍ବନ୍ଦିତା କରିବେ ଭାରତୀୟ ଆଥଲେଟ କମଲପ୍ରୀତ କୌର । ତା ସାଙ୍ଗକୁ ମହିଳା ହକି ଦଳ ମଧ୍ୟ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ ।

ଦୂତି ଚାନ୍ଦ

100 ମିଟର ରେସ ଇଭେଣ୍ଟରେ ଫେଲ ମାରିଥିଲେ ଓଡ଼ିଆ ଅଲମ୍ପିଆନ ଦୂତି ଚାନ୍ଦ। ଏହାପରେ ସେ ୨୦୦ ମିଟରେ ରେସ୍ ଇଭେଣ୍ଟ ଉପରେ ନଜର ରଖିଛନ୍ତି । ଏହି ୨୦୦ ମିଟର ସ୍ପ୍ରିଣ୍ଟ ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ଅଲମ୍ପିକ୍ସରେ ପ୍ରଥମ ପଦକ ହାସଲ କରିବା ଲକ୍ଷ୍ୟରେ ରହିବେ ଦୂତି । ସକାଳ ୭ଟା ସମୟରେ ଏହି ଇଭେଣ୍ଟ ଖେଳାଯିବ ।

କମଲପ୍ରୀତ କୌର

ଟୋକିଓ ଅଲମ୍ପିକ୍ସର ୧୧ତମ ଦିନରେ ଭାରତ ଆଉ ଏକ ପଦକ ଆଶା କରିବ । କାରଣ ଡିସ୍କସ୍ ଥ୍ରୋ' ଫାଇନାଲରେ ପହଞ୍ଚିଛନ୍ତି କମଲପ୍ରୀତ କୌର । ଏହି ଇଭେଣ୍ଟ ଭାରତ ଆଉ ଏକ ପଦକ ବିଜୟୀ ହୋଇପାରେ । ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ କମଲପ୍ରୀତ କୌର ଦମଦାର ପ୍ରଦର୍ଶନ କରିଥିଲେ । ଭାରତ ପକ୍ଷରୁ ଡିସ୍କସ୍ ଥ୍ରୋ ଇଭେଣ୍ଟରେ ପ୍ରଥମ ଥର ପାଇଁ କୌଣସି କ୍ରୀଡ଼ାବିତ ଏଭଳି ଚମତ୍କାର ପ୍ରଦର୍ଶନ କରି ପାରିଛନ୍ତି । ଅପରାହ୍ଣ ୪.୩୦ ମିନିଟରେ ଖେଳାଯିବ ଏହି ଇଭେଣ୍ଟ ।

ସେମିଫାଇନାଲରେ ୨୫ ବର୍ଷୀୟ କମଲପ୍ରୀତ କୌର ୬୪ ମିଟର ଦୂରକୁ ଡିସ୍କସ୍ ଫୋପାଡ଼ି ଥିଲେ । ଯାହା ଫଳରେ ସେ କ୍ରୀଡ଼ାବିତ ତାଲିକାରେ ଦ୍ବିତୀୟ ସ୍ଥାନରେ ରହି ପାରିଥିଲେ ।

ଭାରତୀୟ ମହିଳା ହକି ଦଳ

ଟୋକିଓ ଅଲମ୍ପିକ୍ସର ପୁଲ ମ୍ୟାଚରେ ଆୟରଲ୍ୟାଣ୍ଡକୁ ମାତ ଦେଇ ପ୍ରଥମ ଥର ପାଇଁ କ୍ବାର୍ଟର ଫାଇନାଲରେ ପହଞ୍ଚିଛି ଭାରତୀୟ ମହିଳା ହକି ଦଳ । ଗ୍ରୁପ - Aରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । କ୍ବାର୍ଟର ଫାଇନାଲରେ ଭାରତ ପୁଲ-Bର ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ଦଳକୁ ଭେଟିବ । ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ଟୋକିଓ ଅଲମ୍ପିକ ଗେମ୍ସରେ ଗୋଟିଏ ମଧ୍ୟ ମ୍ୟାଚ ହାରିନାହିଁ । ଲଗାତାର ୫ଟି ମ୍ୟାଚରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ନିଜ ଦମ ଦେଖାଇଛି । ପୁରା ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଦଳ ୧୩ ଗୋଲ ଦେଇଥିବା ବେଳେ କେବଳ ଗୋଟିଏ ଗୋଲ ପ୍ରତିପକ୍ଷ ଦଳଠାରୁ ନେଇଛି । ଏଥିପାଇଁ ଭାରତୀୟ ଦଳକୁ ସତର୍କ ହେବା ସହ ସେହି ଅନୁଯାୟୀ ରଣନୀତି ପ୍ରସ୍ତୁତି କରିବାକୁ ହେବ । ସକାଳ ୮ଟା ବେଳେ ଖେଳାଯିବ ଏହି ମ୍ୟାଚ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.