ETV Bharat / sports

କ୍ଲିଭେଲାଣ୍ଡ ଚମ୍ପିଆନସିପ ରନର୍ସଅପ ହେଲେ ସାନିଆ- କ୍ରିଷ୍ଟିଆନା ଯୋଡ଼ି

author img

By

Published : Aug 29, 2021, 6:13 PM IST

କ୍ଲିଭେଲାଣ୍ଡ ଚମ୍ପିଆନସିପ ରନର୍ସଅବ ହେଲେ  ସାନିଆ- କ୍ରିଷ୍ଟିଆନା ଯୋଡ଼ି
କ୍ଲିଭେଲାଣ୍ଡ ଚମ୍ପିଆନସିପ ରନର୍ସଅବ ହେଲେ ସାନିଆ- କ୍ରିଷ୍ଟିଆନା ଯୋଡ଼ି

କ୍ଲିଭେଲାଣ୍ଡ ଟେନିସ ଚମ୍ପିଆନସିପ ମହିଳା ଡବଲ୍ସରେ ଉପବିଜେତା ହେଲେ ସାନିଆ ମିର୍ଜା ଓ କ୍ରିଷ୍ଟିଆନା ମ୍ୟାକହେଲ । ଅଧିକ ପଢ଼ନ୍ତୁ...

ନ୍ୟୁୟର୍କ : କ୍ଲିଭେଲାଣ୍ଡ ଟେନିସ ଚମ୍ପିଆନସିପର ମହିଳା ଡବଲ୍ସରେ ଉପବିଜେତା ହେଲେ ସାନିଆ ମିର୍ଜା ଓ କ୍ରିଷ୍ଟିଆନା ମ୍ୟାକହେଲ। ମହିଳା ଡବଲ୍ସର ଫାଇନାଲ ମ୍ୟାଚରେ ଜାପାନର ସୁକୋ ଆୟୋମା ଓ ସିବାହାରାଙ୍କଠାରୁ ପରାଜିତ ହୋଇଛନ୍ତି ସାନିଆ ଓ କ୍ରିଷ୍ଟିଆନା । ଏହି ଇଣ୍ଡୋ-ଆମେରିକାନ ଯୋଡ଼ି ଦୁଇଟି ସିଧା ସେଟରେ ପ୍ରତିପକ୍ଷ ଦଳ ଠାରୁ ପରାଜିତ ହୋଇଛି ।

ପ୍ରଥମ ସେଟରେ ସାନିଆ- କ୍ରିଷ୍ଟିଆନା ଓ ଆୟୋମା- ସିବାହାରାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏହାସତ୍ତ୍ବେ ଜାପାନର ମହିଳା ଡବଲ୍ସ ଯୋଡ଼ି ଏହି ସେଟକୁ ୭-୫ରେ ଜିତି ନେଇଥିଲା । ଏହାପରେ ଦ୍ବିତୀୟ ସେଟରେ ମଧ୍ୟ ଜାପାନର ଯୋଡ଼ି ସାନିଆ- କ୍ରିଷ୍ଟିଆନାଙ୍କୁ ଅତି ସହଜରେ ୬-୩ରେ ପରାଜିତ କରିଥିଲା ।

ଏହି ମ୍ୟାଚ ୩୦ ମିନିଟ ଧରି ଚାଲିଥିଲା । ଏହାପରେ ସାନିଆ ମିର୍ଜା ନ୍ୟୁୟର୍କ ଗସ୍ତ କରି ୟୁଏସ ଓପନରେ ପ୍ରତିଦ୍ବନ୍ଦିତା କରିବେ । ୟୁଏସ ଓପନ ମହିଳା ଡବଲ୍ସରେ ୱାଇଲ୍ଡ କାର୍ଡ ଜରିଆରେ ପ୍ରବେଶ କରିବେ ସାନିଆ ମିର୍ଜା । ଏହା ସାନିଆଙ୍କ ପାଇଁ ସିଜିନର ଶେଷ ଗ୍ରାଣ୍ଡସ୍ଲାମ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.