ETV Bharat / sports

SAFF U-19 Championship: ବାଂଲାଦେଶ ବିପକ୍ଷରେ 3-0ରେ ଜିତିଲା ଭାରତ

author img

By ETV Bharat Odisha Team

Published : Sep 22, 2023, 11:37 AM IST

19 ବର୍ଷରୁ କମ ସାଫ ଚମ୍ପିଆନସିପ
SAFF U19 Championship

19 ବର୍ଷରୁ କମ ସାଫ ଚମ୍ପିଆନସିପ୍‌ରେ ବାଂଲାଦେଶ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଛି ଭାରତୀୟ ଫୁଟବଲ ଦଳ । ଅଧିକ ପଢ଼ନ୍ତୁ

କାଠମାଣ୍ଡୁ: 19 ବର୍ଷରୁ କମ ସାଫ ଚମ୍ପିଆନସିପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ବାଂଲାଦେଶ ବିପକ୍ଷରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଏକ ସହଜ ବିଜୟ ହାସଲ କରିଛି ଦଳ । ଦଶରଥ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ବାଂଲାଦେଶକୁ 3-0 ଗୋଲରେ ପରାସ୍ତ କରିଛି । ଭାରତ ପକ୍ଷରୁ ଜି ଗୋୟାରୀ, ନାଓବା ମୈତି ଓ ଅର୍ଜୁନ ସିଂ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ବାଂଲାଦେଶ ଖାତା ବି ଖୋଲି ପାରି ନଥିଲା ।

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭାରତ ଆରମ୍ଭରୁ ଶେଷ ଯାଏଁ ଆଧିପାତ୍ୟ ବିସ୍ତାର କରିଥିଲା । ଭାରତ ପକ୍ଷରୁ ଜି ଗୋୟାରୀ, ନାଓବା ମୈତି ଓ ଅର୍ଜୁନ ସିଂ ଗୋଟିଏ ଲେଖାଏଁ ଗୋଲ କରିଥିଲେ । ଖେଳର ପ୍ରଥମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା ଭାରତ । ଜି ଗୋୟାରୀ ଏହି ଗୋଲ୍‌ କରିଥିଲେ । ପ୍ରଥମାର୍ଦ୍ଧ ଟାଇମ (45+5) ନାଓବା ମୈତି ଦ୍ବିତୀୟ ଗୋଲ ଦେଇ ଭାରତକୁ 2-0ରେ ଆଗୁଆ କରିଥିଲେ । ପୁଣି 90ତମ ମିନିଟରେ ଅର୍ଜୁନ ସିଂ ତୃତୀୟ ଗୋଲ କରିଥିଲେ । ବାଂଲାଦେଶ ଶେଷ ଯାଏଁ ଖାତା ଖୋଲି ପାରି ନଥିଲା । 3-0 ଗୋଲରେ ଅଗ୍ରଣୀ ଭାରତ ମ୍ୟାଚକୁ ଜିତି ନେଇଥିଲା ।

ଏହା ବି ପଢନ୍ତୁ...Asian Games: ନିର୍ଣ୍ଣାୟକ କ୍ଷଣରେ ଛେତ୍ରୀଙ୍କ ଗୋଲ, ବାଂଲାଦେଶକୁ ହରାଇଲା ଭାରତ

ବାଂଲାଦେଶକୁ ଗୋଲ କରିବାକୁ ସୁଯୋଗ ଦେଇନଥିଲେ ଭାରତୀୟ ଖେଳାଳି । ବାଂଲାଦେଶ କମ୍‌ବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲା ମାତ୍ର ବିଫଳ ହୋଇଥିଲା । ବାଂଲାଦେଶ ଖେଳାଳି ଭାରତର ଡିଫେନ୍ସ ଭେଦ କରିବାରେ ଫେଲ ମାରିଥିଲେ । ଶେଷରେ ବାଂଲାଦେଶକୁ ବିନା ଗୋଲରେ ମ୍ୟାଚ ଶେଷ କରିବାକୁ ପଡିଥିଲା । ଭାରତ, ଭୁଟାନ ଓ ବାଂଲାଦେଶ ଗ୍ରୁପ ବିରେ ରହିଛି । ଏହି ବିଜୟ ସହ ଦଳ ନକ୍‌ଆଉଟ ମ୍ୟାଚ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଗ୍ରୁପ ଏ'ରେ ଥିବା ନେପାଳ, ମାଳଦ୍ବୀପ ଓ ପାକିସ୍ତାନ ରହିଛନ୍ତି । ଗ୍ରୁପର ଅନ୍ତିମ ମ୍ୟାଚରେ ଭାରତ ଆସନ୍ତା 25 ତାରିଖରେ ଭୁଟାନକୁ ଭେଟିବ ।

ଏହା ବି ପଢନ୍ତୁ...SAFF U-16 Championship: ଭାରତ ଚମ୍ପିଆନ, 2-0 ଗୋଲରେ ହାରିଲା ବାଂଲାଦେଶ

ପ୍ରକାଶ ଥାଉ କି, 16 ବର୍ଷରୁ କମ୍ ସାଫ ଚାମ୍ପିଆନସିପ୍‌ରେ ବାଜି ମାରି ନେଇଥିଲା ଭାରତ । ବାଂଲାଦେଶକୁ 2-0ରେ ପରାସ୍ତ କରି 16 ବର୍ଷରୁ କମ୍ ସାଫ୍‌ ଚମ୍ପିଆନ ହୋଇଥିଲା ଭାରତୀୟ ଫୁଟବଲ ଦଳ । ଭୁଟାନର ଥିମ୍ପୁରେ ଅନୁଷ୍ଠିତ ସାଫ୍‌ ଚାମ୍ପିଅନସିପ ଫାଇନାଲ ମୁକାବିଲା ଖେଳାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.