ETV Bharat / sports

SAFF U-16 Championship: ଭାରତ ଚମ୍ପିଆନ, 2-0 ଗୋଲରେ ହାରିଲା ବାଂଲାଦେଶ

author img

By ETV Bharat Odisha Team

Published : Sep 11, 2023, 7:40 AM IST

16 ବର୍ଷରୁ କମ୍ ସାଫ ଚାମ୍ପିଆନସିପରେ ବାଜି ମାରି ନେଇଛି ଭାରତୀୟ ଫୁଟବଲ ଦଳ । ବାଂଲାଦେଶକୁ 2-0ରେ ପରାସ୍ତ କରି ଚମ୍ପିଆନ ହୋଇଛି ଭାରତ । ଅଧିକ ପଢନ୍ତୁ

Under 16 SAFF Championship
ଭାରତ ଚମ୍ପିଆନ

ଥିମ୍ପୁ: 16 ବର୍ଷରୁ କମ୍ ସାଫ ଚମ୍ପିଆସିପରେ ଭାରତୀୟ ଫୁଟବଲ ଦଳ ବିଜେତା ହୋଇଛି । ଭୁଟାନର ଥିମ୍ପୁରେ ଅନୁଷ୍ଠିତ ସାଫ ଚାମ୍ପିଅନସିପ ଫାଇନାଲ ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରି ଚମ୍ପିଆନ ହୋଇଛି ଭାରତୀୟ ଦଳ । 2-0 ଗୋଲରେ ବାଂଲାଦେଶକୁ ମାତ ଦେଇ ବିଜୟ ମୁକୁଟ ପିନ୍ଧିଛି ଭାରତ । ମହମ୍ମହ ଅରବାଜ ମୋଷ୍ଟ ଭାଲ୍ୟୁଏବୁଲ ପ୍ଲେୟାର ବିବେଚିତ ହୋଇଥିବା ବେଳେ ସୁରଜ ସିଂହ ଶ୍ରେଷ୍ଠ ଗୋଲରକ୍ଷକ ପୁରସ୍କାର ପାଇଛନ୍ତି । ଚାଙ୍ଗ୍ଲିମିଥାଙ୍ଗ ଷ୍ଟାଡିୟମରେ ସାଫ ଚମ୍ପିଆନସିପ ଫୁଟବଲର ଅଷ୍ଟମ ସଂସ୍କରଣ ଫାଇନାଲ ମ୍ୟାଚ ଖେଳାଯାଇଥିଲା ।

ମ୍ୟାଚରେ ଭାରତ ଅଧିପତ୍ୟ ବିସ୍ତାର କରିଥିଲା । ପ୍ରଥମାର୍ଦ୍ଧର ଅଷ୍ଟମ ମିନିଟରେ ଭରତ ଲାଇରେଞ୍ଜାମ ଗୋଲ ଦେଇ ଭାରତକୁ ଆଗୁଆ କରିଥିଲେ । ହାଫ ଟାଇମରେ 1-0 ଗୋଲରେ ଆଗୁଆ ଥିଲା ଭାରତୀୟ ଦଳ । ବାଂଲାଦେଶ ଗୋଲ ପରିଶୋଧ କରିବାକୁ ସୁଯୋଗ ଖୋଜୁଥିଲେ ବି ବିଫଳ ହୋଇଥିଲା । ଦ୍ବିତୀୟାର୍ଦ୍ଧରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଥିଲା । 74ତମ ମିନିଟରେ ଲେଭିସ ଜାଙ୍ଗମିନଲୁନ ଦଳ ପକ୍ଷରୁ ଦ୍ବିତୀୟ ଗୋଲ ଦେଇଥିଲେ । ବାଂଲାଦେଶ ଖାତା ଖୋଲି ପାରିନଥିଲା । ବାଂଲାଦେଶ ବିପକ୍ଷରେ ଭାରତ ଅପରାଜେୟ ରହିଛି । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ଗ୍ରୁପ ଏରେ ଥିବା ଭାରତ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ।

ଏହା ବି ପଢନ୍ତୁ...SAFF U-16 Championship: ନେପାଳକୁ ହରାଇ ସେମିରେ ଭାରତ

ଏହା ବି ପଢନ୍ତୁ...SAFF U-16 Championship: ଭାରତର ବିଜୟ ଅଭିଯାନ

ପ୍ରକଶ ଥାଉ କି, 16 ବର୍ଷରୁ କମ ଚମ୍ପିଆନସିପ ଫୁଟବଲର ଅଷ୍ଟମ ସଂସ୍କରଣର ସେମିଫାଇନାଲରେ ମାଲଦ୍ବୀପକୁ 8-0 ଗୋଲରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା ଭାରତ । ଏହା ପୂର୍ବରୁ ନେପାଳକୁ 1-0 ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିବା ବ୍ଲୁକ୍ଲଟସ । ପ୍ରଥମ ମୁକାବିଲାରେ ବାଂଲାଦେଶକୁ ଭେଟିଥିଲା । ଫାଇନାଲରେ ମଧ୍ୟ ବାଂଲାଦେଶକୁ 1-0 ଗୋଲରେ ପରାସ୍ତ କରି ସାଫ ଚମ୍ପିଆନସିପରେ ବାଜି ମାରି ନେଇଛି ଭାରତ ।

ଭାରତୀୟ ସିନିୟର ପୁରୁଷ ଦଳ ଚଳିତ ସାଫ ଚମ୍ପିଆନସିପ ଚମ୍ପିଆନ ହୋଇଛି । କୁଏତକୁ ପେନାଲ୍ଟି ସୁଟଆଉଟରେ 5-4 ଗୋଲରେ ହରାଇ ନବମ ସାଫ ଚମ୍ପିଆନସିପ ଟାଇଟଲ ହାସଲ କରିଥିଲା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ନମଗୋହୁ ମାଟେଙ୍କ ନେତୃତ୍ବାରେ ଏବେ ଜୁନିୟର ପୁରୁଷ ଭାରତୀୟ ଦଳ 16 ବର୍ଷକୁ କମ ସାଫ ଚାମ୍ପିଆନସିରେ ଚମ୍ପିଆନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.