ETV Bharat / sports

SAFF U-16 Championship: ଭାରତର ବିଜୟ ଅଭିଯାନ

author img

By ETV Bharat Odisha Team

Published : Sep 3, 2023, 11:12 AM IST

SAFF U-16 Championship
India vs Bangladesh

16 ବର୍ଷରୁ କମ ସାଫ ଚମ୍ପିଆନସିପ ଫୁଟବଲରେ ଭାରତ ଦମଦାର ଆରମ୍ଭ କରିଛି । ବାଂଲାଦେଶକୁ 1-0 ଗୋଲରେ ପରାସ୍ତ କରିଛି । ଅଧିକ ପଢନ୍ତୁ

ଥିମ୍ପୁ: ସାଫ ଚମ୍ପିଆନସିପରେ ଭାରତର ଦମଦାର ଆରମ୍ଭ । ଭୁଟାନ ରାଜଧାନୀ ଥିମ୍ପୁରେ ଆରମ୍ଭ ହୋଇଥିବା 16 ବର୍ଷରୁ କମ ସାଫ ଚମ୍ପିଆନସିପ ଫୁଟବଲରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚରେ ବାଂଲାଦେଶକୁ 1-0 ଗୋଲରେ ପରାସ୍ତ କରିଛି ।

16 ବର୍ଷରୁ କମ ସାଫ ଚମ୍ପିଆନସପି ଫୁଟବଲର ଅଷ୍ଟମ ସଂସ୍କରଣରେ ଭାରତ ତାର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ଭେଟିଥିଲା । ସ୍ଥାନୀୟ ଚାଙ୍ଗ୍ଲିମିଥାଙ୍ଗ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିବା । ମ୍ୟାଚଟି ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧ ସୁଦ୍ଧା ମ୍ୟାଚ ଗୋଲଶୂନ୍ୟ ରହିଥିଲା । ଉଭୟ ଦଳ ଖେଳାଳି ଗୋଲ ସ୍କୋର କରିବାକୁ ସୁଯୋଗ ଖୋଜୁଥିଲେ । ଭାରତ ପାଇଁ 74ତମ ମିନିଟରେ ଥୋଙ୍ଗାମ୍ବା ସିଂ ଉଶାମ ମ୍ୟାଚରେ ଏକମାତ୍ର ଗୋଲ ସ୍କୋର କରିଥିଲେ । ବାଂଲାଦେଶ ଗୋଲ ପରିଶୋଧ କରିବାକୁ ପ୍ରୟାସ କରିଥିଲା ମାତ୍ର ବିଫଳ ହୋଇଥିଲା । ଅନ୍ୟପଟେ ଭାରତ ଅଧିକ ଗୋଲ ସ୍କୋର କରିବାକୁ ଚେଷ୍ଟା କରିଥିଲା । ମାତ୍ର ବାଂଲାଦେଶ ଗୋଲ ରକ୍ଷକ ନାହିହୁଲ ଇସଲାମ ଦମଦାର ପ୍ରଦର୍ଶନ କରିଥିଲେ ଓ ଭାରତକୁ 16 ବର୍ଷରୁ କମ ସାଫ ଚମ୍ପିଆନସପି ଫୁଟବଲରେ ଦେଇ ନଥିଲେ । ଥୋଙ୍ଗାମ୍ବା ସିଂ ଉଶାମଙ୍କ ବିଜୟ ଗୋଲରେ ଭାରତ ତାର ପ୍ରଥମ ମ୍ୟାଚରେ ବାଜି ମାରି ନେଇଥିଲା ।

ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ଭାରତର ବିଶାଳ ଯାଦବ ପ୍ରଥମାର୍ଦ୍ଧରେ ଦମଦାର ପ୍ରଦର୍ଶନ କରିଥିଲେ । 14ତମ ମିନିଟରେ ଭରତଙ୍କୁ ଏକ ପାସ ଦେଇଥିଲେ । ମାତ୍ର ବାଂଲାଦେଶ ଗୋଲକିପର ଏହାକୁ ରକ୍ଷା କରି ଦେଇଥିଲେ । ବାଂଲାଦେଶକୁ ଗୋଲ ସ୍କୋର କରିବାକୁ ଅନେକ ସୁଯୋଗ ମିଳିଲା ମାତ୍ର ଦଳ ବିଫଳ ହୋଇଥିଲା । ଦ୍ବିତୀୟର୍ଦ୍ଧରେ ଭାରତର ସମାନ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । 74ତମ ମିନିଟରେ ସଫଳ ହୋଇଥିଲା । ପ୍ରଥମ ମ୍ୟାଚ ପରେ ଭାରତକୁ 4ଦିନ ବିଶ୍ରାମ । ସେପ୍ଟେମ୍ବର 6 ତାରିଖରେ ନେପାଳକୁ ଭେଟିବ ଭାରତ । ଗ୍ରୁବ ବିରେ ଆୟୋଜକ ଭୁଟାନ, ପାକିସ୍ତାନ ଓ ମାଳଦ୍ବୀପ ରହିଛନ୍ତି । ଶୀର୍ଷ ଦୁଇଦଳ ସେମି ଫାଇନାଲକୁ ପ୍ରବେଶ କରିବେ ।

ଏହା ବି ପଢନ୍ତୁ...SAFF Championship 2023: କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ

ଏହା ବି ପଢନ୍ତୁ...Asian Mens Hockey 5s World Cup Qualifier: ପାକିସ୍ତାନକୁ ସୁଟ ଆଉଟରେ ହରାଇ ଭାରତ ଚମ୍ପିଆନ୍

ପ୍ରକାଶ ଥାଉ କି, ଭାରତୀୟ ସିନିୟର ପୁରୁଷ ଦଳ ଚଳିତ ସାଫ ଚମ୍ପିଆନସିପ ଚମ୍ପିଆନ ହୋଇଛି । କୁଏତକୁ ପେନାଲ୍ଟି ସୁଟଆଉଟରେ 5-4 ଗୋଲରେ ହରାଇ ନବମ ସାଫ ଚମ୍ପିଆନସିପ ଟାଇଟଲ ହାସଲ କରିଥିଲା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.