ETV Bharat / sports

Paavo Nurmi Games 2022: ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାତେଇଲେ ନୀରଜ

author img

By

Published : Jun 15, 2022, 8:55 AM IST

ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାତେଇଲେ ନୀରଜ
ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାତେଇଲେ ନୀରଜ

ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି । ଫିନଲାଣ୍ଡରେ ଆୟୋଜିତ ପାଭୋ ନୁରମି ଗେନ୍ସରେ ନୂଆ ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି । ଫିନଲାଣ୍ଡରେ ଆୟୋଜିତ ପାଭୋ ନୁରମି ଗେନ୍ସରେ ନୂଆ ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା । 89.30 ମିଟର ଜାଭେଲିନ ପିଙ୍ଗି ଏହି ସଫଳତା ହାସଲ କରିଛନ୍ତି ନୀରଜ ।

ଟୋକିଓ ଅଲମ୍ପିକ୍ସ ପରେ ପ୍ରଥମ ଥର ପ୍ରତିଯୋଗିତାକୁ ଓହ୍ଲାଇଥିଲେ ନୀରଜ ଫାଇନାଲରେ ନିଜର ଦ୍ବିତୀୟ ପ୍ରୟାସରେ 89. 30 ମିଟର ସହ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ଟୋକିଓରେ 87.85 ମିଟର ଜାଭେଲିନ ଫିଙ୍ଗି ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଫିନଲାଣ୍ଡରେ ନିଜ ରେକର୍ଡ ନିଜେ ଭାଙ୍ଗି 89. 30 ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି । ଅନ୍ୟ ପଟରେ ଆୟୋଜକ ଦେଶର ଓଲିଭର ହିଲାଣ୍ଡର (89.83) ସ୍ବର୍ଣ୍ଣ ପଦକ ଏବଂ ଗ୍ରେନାଡାର ଆଣ୍ଡରସନ ପିଟର୍ସ (86.60) ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଫିନଲାଣ୍ଡର ପାଭୋ ନୁରମି ଗେନ୍ସରେ ନୀରଜଙ୍କ ଏହି ସଫଳତା ପରେ କୌରଟାନେ ଗେନ୍ସ ପାଇଁ ପ୍ରସ୍ତୁତ ହେବେ । ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ରେ ପାଭୋ ନୁରମି ଗେମ୍ସ ଏକ ସ୍ବର୍ଣ୍ଣ ଇଭେଣ୍ଟ । ଏହା ଏକ ସବୁଠାରୁ ବଡ ଟ୍ରାକ୍ । ଏହା ପରେ ସେ ଜୁଲାଇ 28 ରୁ ବର୍ମିଂହାମରେ ହେବାକୁ ଥିବା କମନୱେଲଥ ଗେମ୍ସ ପୂର୍ବରୁ ଜୁଲାଇ 15 ରୁ 24 ପର୍ଯ୍ୟନ୍ତ ଓରେଗନରେ ଆଥଲେଟିକ୍ସ ବିଶ୍ୱ ଚାମ୍ପିଅନସିପରେ ଭାଗ ନେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.