ETV Bharat / sports

World Athletics Championships: ରୌପ୍ୟ ଜିତିଲେ ସୁନାପୁଅ ନୀରଜ

author img

By

Published : Jul 24, 2022, 8:31 AM IST

Updated : Jul 24, 2022, 8:58 AM IST

ରୌପ୍ୟ ଜିତିଲେ ନୀରଜ ଚୋପ୍ରା
ରୌପ୍ୟ ଜିତିଲେ ନୀରଜ ଚୋପ୍ରା

ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଇତିହାସ ରଚିଲେ ନୀରଜ ଚୋପ୍ରା । ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ରୌପ୍ୟ ପଦକ ଜିତିଛନ୍ତି ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା । ୮୮.୧୩ ମିଟର ଜାଭଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି ନୀରଜ । ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ପଦକ ଜିତିଲେ ନୀରଜ । ୨୦୦୩ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିଅନସିପରେ ଅଞ୍ଜୁ ଲଙ୍ଗ ଜମ୍ପରେ ବ୍ରୋଞ୍ଜ୍ ଜିତିଥିବାବେଳେ ନୀରଜ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସ୍ପର୍ଣ୍ଣ ବିଜେତାଙ୍କ ଆଉ ଏକ ସଫଳତାକୁ ନେଇ ଚାରିଆଡେ ଖୁସିର ଲହରି ।

ଫାଇନାଲ ମୁକାବିଲାରେ ଗ୍ରେନାଡିଆନ୍ (Grenadian) ଜାଭଲିନ ଥ୍ରୋୟର ଅଣ୍ଡସନ ପିଟର 90.54 ମିଟର ଜାଭଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଜୁଲାଇ 22ରେ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ପ୍ରଥମ ଉଦ୍ୟମରେ ପୁରୁଷ ଜାଭଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଥିଲେ ନୀରଜ । ୮୮.୩୯ ମିଟର ଜାଭଲିନ ଫିଙ୍ଗି ଫାଇନାଲରେ ପ୍ରବେଶ କରିଥିଲେ ନୀରଜ ଚୋପ୍ରା । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ ଭାବେ ଇତିହାସ ସୃଷ୍ଟି କରିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା ।

ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । କ୍ରମାଗତ ଭାବରେ ସଫଳତା ହାସଲ କରୁଛନ୍ତି ନୀରଜ । ଜୁନ 1ରେ ଡାଇମଣ୍ଡ ଲିଗରେ 89.94 ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ଜିତିଥିଲେ ନୀରଜ । ଫିନଲାଣ୍ଡରେ କୋର୍ଟେନ ଗେମ୍ସ ଜାଭେଲିନ ଥ୍ରୋ ଇଭେଣ୍ଟ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଥିଲେ । ଏହାସହିତ ଫିନଲାଣ୍ଡରେ ଆୟୋଜିତ ପାଭୋ ନୁରମି ଗେନ୍ସରେ ନୂଆ ଜାତୀୟ ରେକର୍ଡ ସହ ରୌପ୍ୟ ପଦକ ହାସଲ କରିଥିଲେ ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା । ଆଗକୁ ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ହେବାକୁ ଯାଉଛି । ଜୁନ 28ରୁ ଏହା ଆରମ୍ଭ ହୋଇ ଅଗଷ୍ଟ 8 ଯାଏଁ ଚାଲିବ । ଏଥିରେ ନୀରଜଙ୍କ ପ୍ରଦର୍ଶନ ଉପରେ ନଜର ରହିବ ।

Last Updated :Jul 24, 2022, 8:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.