ETV Bharat / sports

Hockey World Cup: କଣ ହେବ ଟିମ୍ ଇଣ୍ଡିଆର ରଣନୀତି ? ଡ୍ରାଗ ଫ୍ଲିକର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ଦିଲ୍ଲୀପ ତିର୍କୀ

author img

By

Published : Dec 20, 2022, 10:06 PM IST

ସାରା ଓଡିଶାରେ ଏବେ ହକି ବିଶ୍ବକପ ଫିଭର । ଅଷ୍ଟ୍ରେଲିଆ ହକି ଟେଷ୍ଟ ସିରିଜରେ ସଫଳ ପ୍ରଦର୍ଶନ କରିନଥିବାରୁ ଭାରତକୁ ତାର ରଣକୌଶଳରେ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡିଛି ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ । ଅଧିକ ପଢନ୍ତୁ

ହକି ବିଶ୍ବକପ ନେଇ ରଣନୀତି ପ୍ରସ୍ତୁତ, ଡ୍ରାଗ ଫ୍ଲିକର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଲେ ହକି ଇଣ୍ଡିଆ ସଭାପତି
ହକି ବିଶ୍ବକପ ନେଇ ରଣନୀତି ପ୍ରସ୍ତୁତ, ଡ୍ରାଗ ଫ୍ଲିକର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଲେ ହକି ଇଣ୍ଡିଆ ସଭାପତି

ହକି ବିଶ୍ବକପ ନେଇ ରଣନୀତି ପ୍ରସ୍ତୁତ, ଡ୍ରାଗ ଫ୍ଲିକର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଲେ ହକି ଇଣ୍ଡିଆ ସଭାପତି

ଭୁବନେଶ୍ବର: ସାରା ଓଡିଶାରେ ଏବେ ହକି ବିଶ୍ବକପ ଫିଭର । ତାରିଖ ଯେତେ ପାଖଉଛି ଖେଳାଳି ଓ ପ୍ରଶଂସକଙ୍କଠାରେ ଉତ୍ସାହ ସେତେ ବଢୁଛି । ଜାନୁଆରୀ ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏହି ମୁହାକୁମ୍ଭ । ଭୁବନେଶ୍ବର ଓ ଇସ୍ପାତ ନଗରୀ ରାଉରକେଲାରେ ମ୍ୟାଚ ହେବ । ୫ଟି ମହାଦେଶର ୧୬ ଟି ଦେଶ ଏଥିରେ ଅଂଶଗ୍ରହଣ କରିବେ । ପୁଲ Dରେ ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ସହିତ ସ୍ଥାନ ପାଇଛି ଭାରତ । ଜାନୁଆରୀ ୧୩ ତାରିଖ ସନ୍ଧ୍ୟା ୭ ଟା ବେଳେ ସ୍ପେନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଏନେଇ ଦଳ ମଧ୍ୟ ଘୋଷଣା ସରିଛି ।

ଆଉ 4ବର୍ଷ ପରେ ପୁଣିଥରେ ନିଜ ମା଼ଟିରେ ବିଶ୍ବକପ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ଖେଳାଳି ଚୟନ ହୋଇସାରିଥିବା ବେଳେ ଭାରତ ଇଂଲଣ୍ଡ, ସ୍ପେନ ଓ ୱେଲ୍ସ ସହିତ ଲିଗ ମ୍ୟାଚ ଖେଳିବ । ତେବେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ସଫଳ ପ୍ରଦର୍ଶନ କରିନଥିବାରୁ ଭାରତକୁ ତାର ରଣକୌଶଳରେ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡିଛି ବୋଲି କହିଛନ୍ତି କ୍ରୀଡା ସମୀକ୍ଷକ ସମ୍ବିତ ମହାପାତ୍ର । ତେଣୁ ଭାରତକୁ ମିଡ ଫିଲ୍ଡ ଏବଂ ଅପରେ ପୁସ କରିବାକୁ ପଡିବ । ଡିଫେଣ୍ଡ କରିବା ପାଇଁ ଭାରତୀୟ ଦଳ ଖେଳିବା ଦରକାର ନାହିଁ ବୋଲି କହିଛନ୍ତି ସମ୍ବିତ । ଦଳର ବ୍ୟାକଲାଇନ ଭଲ ନଥିବାରୁ ମିଡ ଫିଲ୍ଡରେ କମାଲ ଦେଖାଇବାକୁ ପଡିବ । ଏହା ନିର୍ଭର କରୁଛି ହାର୍ଦ୍ଦିକ ଏବଂ ମନପ୍ରିତଙ୍କ ଉପରେ । ସେହିପରି ବ୍ୟାକଲାଇନରେ ଅମିତ ରୋହିଦାସ ଏବଂ ହରମନପ୍ରିତଙ୍କୁ କମାଲ ଦେଖାଇବାକୁ ପଡିବ । ସେହିପରି ସ୍କୋୟାର ପାସ ନ ଖେଳି ଫାଷ୍ଟ ଟାଇମର ହେବାକୁ ପଡିବ । ଆକାଶଦିପ ଏବଂ ମନଦୀପଙ୍କ ଉପରେ ଦଳ ଭରସା ରଖିଛି । ଶେଷ 3ରୁ 4ମିନିଟ ରେ ଭାରତ ଅଧିକ ଗୋଲ ଖାଉଥିବାରୁ ଫରଓ୍ବାର୍ଡ ଏବଂ ମିଡଫିଲ୍ଡ ଉପରେ ଗୁରୁତ୍ବ ଦେବା ଜରୁରୀ ହୋଇପଡିଛି ବୋଲି କହିଛନ୍ତି ଏହି କ୍ରୀଡା ସମୀକ୍ଷକ ।

ନିଜ ମାଟିରେ ପୁଣି ଥରେ ଟ୍ରଫି ହାତେଇବା ପାଇଁ ଭାରତ ପାଖରେ ସୁଯୋଗ ରହିଛି । ବିଶ୍ବକପରେ ସମସ୍ତଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଡିଫେଣ୍ଡର, ମିଡ ଫିଲଡର, ଫରୱାର୍ଡ ଏବଂ ଡ୍ରାଗଫ୍ଲିକର ଭୂମିକା ଦଳରେ ମହତ୍ବପୂର୍ଣ୍ଣ ରହିଛି । ଅତୀତର ସେହି ଦଳର ଦବଦବା ରହିଛି ଯାହାର ଡ୍ରାଗ ଫ୍ଲିକର ପ୍ରଦର୍ଶନ ଉଚ୍ଚକୋଟିର ରହିଥିଲା । ତେଣୁ ଟିମ୍ ଇଣ୍ଡିଆ କ୍ଷେତ୍ରରେ ମଧ୍ୟ ଡ୍ରାଗ ଫ୍ଲିକର ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର ବୋଲି କହିଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ । ସେହିପରି ଅନ୍ତର୍ଜାତୀୟ ହକି ଖେଳାଳି ଲାଜାରୁସ ବାର୍ଲା ଭାରତୀୟ ଦଳର ଫରଓ୍ବାର୍ଡ ରଣନୀତି ଉପରେ ଗୁରୁତ୍ବ ଦେଇଛନ୍ତି ।

ଭାରତ ଶେଷ ଥର ପାଇଁ 1975 ମସିହାରେ ବିଶ୍ବକପ ଟ୍ରଫି ହାତେଇଥିଲା । ୪୮ ବର୍ଷ ପରେ ପୁଣି ଥରେ ବିଶ୍ବ ବିଜେତା ହେବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ତେଣୁ ଦଳର ସମସ୍ତ ତ୍ରୁଟିକୁ ସୁଧାରି ଏଥର ବିଶ୍ବକପରେ ଇଂଲଣ୍ଡ, ସ୍ପେନ ଏବଂ ବିପକ୍ଷରେ ଭାରତ କିପରି ପ୍ରଦର୍ଶନ କରୁଛି ଏବେ ତା ଉପରେ ନଜର ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.