ETV Bharat / sports

CWG 2022: ଭାରୋତ୍ତୋଳନରେ କାଂସ୍ୟ ଜିତିଲେ ହରଜିନ୍ଦର, ପଦକ ସଂଖ୍ୟା 9କୁ ବୃଦ୍ଧି

author img

By

Published : Aug 2, 2022, 8:10 AM IST

ଭାରୋଉତ୍ତୋଳନରେ କାଂସ୍ୟ ଜିତିଲେ ହରଜିନ୍ଦର
ଭାରୋଉତ୍ତୋଳନରେ କାଂସ୍ୟ ଜିତିଲେ ହରଜିନ୍ଦର

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଢ଼ିଲା ପଦକ ସଂଖ୍ୟା । ପୁଣି ଭାରୋତ୍ତୋଳନରେ ଆଉ ଏକ ପଦକ ଜିତିଛନ୍ତି ଭାରୋତ୍ତୋଳକାରୀ ହରଜିନ୍ଦର କୌର । ଅଧିକ ପଢନ୍ତୁ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଢ଼ିଲା ପଦକ ସଂଖ୍ୟା । ପୁଣି ଭାରୋତ୍ତୋଳନରେ ଆଉ ଏକ ପଦକ ଜିତିଛନ୍ତି ଭାରୋତ୍ତୋଳକାରୀ ହରଜିନ୍ଦର କୌର । ମହିଳା 71କିଲୋ ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ହରଜିନ୍ଦର କୌର । ଭାରତର ପଦକ ସଂଖ୍ୟା ବଢି 9ରେ ପହଞ୍ଚିଛି । ଭାରୋତ୍ତୋଳନରେ ଭାରତ ପାଖରେ 7 ପଦକ ରହିଛି ସେଥିରୁ 3ଟି ସ୍ବର୍ଣ୍ଣ ପଦକ ରହିଛି ।

ଏହା ବି ପଢନ୍ତୁ...CWG 2022: ୬୦ କେଜି ଜୁଡୋ ଇଭେଣ୍ଟର କାଂସ୍ୟ ପଦକ ଆଣିଲେ ବିଜୟ

ହରଜିନ୍ଦର କୌର ମୋଟ 212 କିଲୋ ଭାର ଉଠାଇଥିଲେ । ସେ ସ୍ନାଚରେ 93 କିଲୋ ଓ କ୍ଲିନ ଆଣ୍ଡ ଜର୍ଗରେ 119 କିଲୋ ଭାରୋତ୍ତୋଳନ କରିଥିଲେ । ସ୍ବର୍ଣ୍ଣ ଦୌଡରେ ଥିବା ନାଇଜେରିଆର ଜୟ ଓଗନେ ଇଜି କ୍ଲିନ ଓ ଜର୍କରେ 3ଟି ପ୍ରୟାସରେ ବିଫଳ ହେବାରୁ ହରଜିନ୍ଦରଙ୍କ କାଂସ୍ୟ ନିଶ୍ଚିନ୍ତ ହୋଇଥିଲା ।

ବ୍ରିଟେନର ସାରା ଡେଭି, କ୍ରୀଡା ରେକର୍ଡ ସ୍ଥାପନ କରିବା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ସେ ମୋଟ 229କିଲୋ ଉଠାଇଥିଲେ । ସ୍ନାଚରେ ସେ 103 କିଲୋ ଓ କ୍ଲିନ ଆଣ୍ଡ ଜର୍କରେ 126 କିଲୋ ଭାର ଉଠାଇଥିଲେ । କାନାଡାର ଆଲକ୍ସିସ ଆଶୱର୍ଥ ମୋଟ 214 କିଲୋ ଉଠାଇ ରୌପ୍ୟ ପଦକ ଜିତିଛନ୍ତି । ସେ ସ୍ନାଚରରେ 91 ଓ ଜର୍କରେ 123 କିଲୋ ଭାର ଉଠାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.