ETV Bharat / sports

CWG 2022: ୬୦ କେଜି ଜୁଡୋ ଇଭେଣ୍ଟର କାଂସ୍ୟ ପଦକ ଆଣିଲେ ବିଜୟ

author img

By

Published : Aug 1, 2022, 10:50 PM IST

CWG 2022: ୬୦ କେଜି ଜୁଡୋ ଇଭେଣ୍ଟର କାଂସ୍ୟ ପଦକ ଆଣିଲେ ବିଜୟ
CWG 2022: ୬୦ କେଜି ଜୁଡୋ ଇଭେଣ୍ଟର କାଂସ୍ୟ ପଦକ ଆଣିଲେ ବିଜୟ

୬୦ କେଜି ବର୍ଗର ଜୁଡୋ ଇଭେଣ୍ଟର ପୁରୁଷ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି ବିଜୟ କୁମାର ଯାଦବ । ଏକ ତରଫା ଭାବରେ ପେଟ୍ରୋସ ଖ୍ରୀଷ୍ଟୋଡୁଲିଡିସ୍‌ଙ୍କୁ ପରାଜିତ କରିଛନ୍ତି ବିଜୟ କୁମାର ଯାଦବ । ଅଧିକ ପଢ଼ନ୍ତୁ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଢ଼ିଲା ପଦକ ସଂଖ୍ୟା । ୬୦ କେଜି ବର୍ଗର ଜୁଡୋ ଇଭେଣ୍ଟର ପୁରୁଷ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି ବିଜୟ କୁମାର ଯାଦବ । କାଂସ୍ୟ ପଦକ ମ୍ୟାଚ୍‌ରେ ସାଇପ୍ରସ୍‌ର ପେଟ୍ରୋସ ଖ୍ରୀଷ୍ଟୋଡୁଲିଡିସ୍‌ଙ୍କୁ ପରାଜିତ କରିଛନ୍ତି । ଏକ ତରଫା ଭାବରେ ପେଟ୍ରୋସ ଖ୍ରୀଷ୍ଟୋଡୁଲିଡିସ୍‌ଙ୍କୁ ପରାଜିତ କରିଛନ୍ତି ବିଜୟ କୁମାର ଯାଦବ ।

ଏହି ମ୍ୟାଚ୍‌ରେ ୧୦-୦ ପଏଣ୍ଟରେ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିଛନ୍ତି ବିଜୟ କୁମାର ଯାଦବ । ଏହି କାଂସ୍ୟ ପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି । ଏହାପୂର୍ବରୁ ମହିଳା ବିଭାଗର ୪୮ କେଜି କାଟାଗୋରୀରେ ସୁଶୀଳା ଦେବୀ ରୌପ୍ୟ ପଦକ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.