ETV Bharat / sports

Djokovic Visa Row: ପୁଣି ଜୋକଭିକ୍‌ଙ୍କ ଭିସା ବାତିଲ, କୋର୍ଟରେ ଓକିଲ କହିଲେ ଅଯୌକ୍ତିକ

author img

By

Published : Jan 14, 2022, 10:09 PM IST

Cancellation of Novak Djokovic's visa 'irrational', his lawyers tell court
Djokovic visa row: ପୁଣି ଜୋକଭିକ୍‌ଙ୍କ ଭିସା ବାତିଲ, କୋର୍ଟରେ ଓକିଲ କହିଲେ ଅଯୌକ୍ତିକ

ଅଷ୍ଟ୍ରେଲିଆରେ ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକଙ୍କ ଭିସା ପୁଣିଥରେ ବାତିଲ ହୋଇଛି । ଏନେଇ ଜୋକଭିକ କୋର୍ଟର ଦ୍ବାରସ୍ଥ ହୋଇଥିବାବେଳେ, ତାଙ୍କର ଓକିଲ ଅଷ୍ଟ୍ରେଲିଆ ସରକାରଙ୍କ ଭିସା ବାତିଲ ନିଷ୍ପତ୍ତିକୁ ଅଯୌକ୍ତିକ କହିଛନ୍ତି । ଅଧିକ ପଢନ୍ତୁ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରେ ବିଶ୍ବର ନମ୍ବର ୧ ଟେନିସ ଖେଳାଳି ନୋଭାକ ଜୋକଭିକଙ୍କ ଭିସା ପୁଣିଥରେ ବାତିଲ ହୋଇଛି । ଏନେଇ ଜୋକଭିକ କୋର୍ଟର ଦ୍ବାରସ୍ଥ ହୋଇଥିବାବେଳେ, ତାଙ୍କର ଓକିଲ ଅଷ୍ଟ୍ରେଲିଆ ସରକାରଙ୍କ ଭିସା ବାତିଲ ନିଷ୍ପତ୍ତିକୁ ଅଯୌକ୍ତିକ କହିଛନ୍ତି । ଅଷ୍ଟ୍ରେଲିଆ ଓପନରେ ଅଂଶଗ୍ରହଣ କରିବାକୁ ଯାଇଥିବା ଜୋକଭିକ ବିବାଦରେ ଫସିଯାଇଛନ୍ତି । ବିମାନବନ୍ଦରରେ କୋଭିଡ-୧୯ ଟିକାର ସଠିକ୍‌ ପ୍ରମାଣପତ୍ର ଦେଖାଇବାକୁ ଅସମର୍ଥ ହେବାରୁ ସ୍ଥାନୀୟ ପୋଲିସ ତାଙ୍କୁ ଅଟକ ରଖିଥିଲା । ଏହାପରେ ବିଶ୍ବବ୍ୟାପୀ କ୍ରୀଡାଜଗତରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ: IND vs SA: ସିରିଜ ଜିତିଲା ଦକ୍ଷିଣ ଆଫ୍ରିକା, ଭାରତର ସ୍ବପ୍ନ ଧୁଳିସାତ୍‌

ଦେଶରେ ଜୋକଭିକଙ୍କ ଉପସ୍ଥିତି କୋଭିଡ ଟିକାବିରୋଧୀ ଅନୁଭବକୁ ଉତ୍ସାହିତ କରିବାର ଆଶଙ୍କା କରି ଅଷ୍ଟ୍ରେଲିଆ ସରକାର ଜୋକଭିକଙ୍କ ଭିସା ବାତିଲ କରିଥିବା କହିଛନ୍ତି, ଏଥିପାଇଁ ନୁହେଁ ଯେ କୋଭିଡ-୧୯ ଟିକା ବିନା ସ୍ବାସ୍ଥ୍ୟ ପାଇଁ ବିପଦଜନକ ହୋଇପାରନ୍ତି । ଏହା କହିବା ସହ ଅଷ୍ଟ୍ରେଲିଆ ସରକାରଙ୍କ ଏହି ନିଷ୍ପତ୍ତିକୁ 'ଅଯୌକ୍ତିକ' ଦର୍ଶାଇଛନ୍ତି ଜୋକଭିକ ପକ୍ଷ ରଖୁଥିବା ଓକିଲ ।

ଟିକା ନେଇନଥିବାରୁ ଦେଶରେ ରହିବାର ଅଧିକାର ନାହିଁ ବୋଲି ଦର୍ଶାଇ ଅଷ୍ଟ୍ରେଲିଆ ଦ୍ବିତୀୟ ଥର ପାଇଁ ଜୋକଭିକଙ୍କ ଭିସା ବାତିଲ କରିଛି । ଅଷ୍ଟ୍ରେଲିଆର ଇମିଗ୍ରେସନ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ସ୍ବାସ୍ଥ୍ୟ ଓ ସୁରକ୍ଷା ଆଧାରରେ ନୋଭାକ ଜୋକଭିକ ଭିସା ବାତିଲ କରାଯାଉଛି । ଅଷ୍ଟ୍ରେଲିଆ ଓପନ ଜାନୁଆରୀ ୧୭ରୁ ଆରମ୍ଭ ହେବାକୁ ଯାଉଛି । ତେବେ ସର୍ବିୟାର ଟେନିସ ସୁପରଷ୍ଟାର ଜୋକଭିକଙ୍କ ଅଡୁଆ ବଢିବାରେ ଲାଗିଛି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.