ETV Bharat / sports

Asian Games 2023: ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ବ୍ରୋଞ୍ଜ ଜିତିଲେ ପ୍ରଣୟ, ପଦକ ସଂଖ୍ୟା 88

author img

By ETV Bharat Odisha Team

Published : Oct 6, 2023, 2:07 PM IST

Asian Games 2023
Asian Games

19 ତମ ଏସୀୟ କ୍ରୀଡାରେ ଭାରତକ ଆଉ 2ଟି ପଦକ ମିଳିଛି । ରିପୋର୍ଟ ଲେଖା ହେବା ସୁଦ୍ଧା ଭାରତର ମୋଟ ପଦକ ସଂଖ୍ଯା 88ରେ ପହଞ୍ଚିଛି । ଅଧିକ ପଢନ୍ତୁ

ହଙ୍ଗଝୌ: ଚୀନରେ ଚାଲିଥିବା 17ତମ ଏସୀୟ କ୍ରୀଡାରେ ଭାରତ ପଦକ ଅଭିଯାନ ଜାରି ରହିଛି । 13ତମ ଦିନରେ ଖବର ଲେଖାଯିବା ସୁଦ୍ଧା ଭାରତକୁ 2ଟି ପଦକ ମିଳିଛି । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଏଚଏସ ପ୍ରଣୟ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ତୀରନ୍ଦାଜୀରେ ମହିଳା ରିକର୍ଭ ଟିମ୍‌ ଇଭେଣ୍ଟରେ କାଂସ୍ୟ ପଦକ ମିଳିଛି । ଏହା ସହିତ ଭାରତ ପଦକ ସଂଖ୍ୟା 88ରେ ପହଞ୍ଚିଛି ।

ଏହା ବି ପଢନ୍ତୁ...Asian Games 2023: ତିଲକ ବର୍ମାଙ୍କ ଅର୍ଦ୍ଧଶତକ, ବାଂଲାଦେଶକୁ 9 ୱିକେଟରେ ହରାଇ ଫାଇନାଲରେ ଭାରତ

ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଏଚଏସ ପ୍ରଣୟ ସେମିଫାଇନାରେ ଚୀନ ପ୍ରତିପକ୍ଷଙ୍କଠୁ ପରାସ୍ତ ହୋଇ କାଂସ୍ୟ ପଦକ ଜିତିଛନ୍ତି । ଦ୍ବିତୀୟ ସେଟ୍‌ରେ ପ୍ରଣୟ 3-2ରେ ଆଗୁଆ ରହିଥିଲେ । ହେଲେ ଚୀନ ପ୍ରତିପକ୍ଷ ଜବରଦସ୍ତ କମବ୍ୟାକ୍‌ କରି ବାଜି ମାରି ନେଇଥିଲେ । ଫଳରେ ପ୍ରଣୟଙ୍କୁ କାଂସ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଚୀନ ପ୍ରତିପକ୍ଷ ପ୍ରଥମ ସେଟ୍‌ରେ 21-16 ସ୍କୋର କରିଥିଲେ । ସେମିରେ ପରାସ୍ତ ହେବା ପରେ ବି ପ୍ରଣୟ ଏସୀୟ କ୍ରୀଡ଼ା ପୁରୁଷ ସିଙ୍ଗଲ୍ସରେ ଦ୍ବିତୀୟ ପଦକ ହାସଲ କରି ରେକର୍ଡ କରିଛନ୍ତି ।

ଏହା ବି ପଢନ୍ତୁ...Asian Games 2023: ମଉଳିଲା ମହିଳା ହକି ଦଳର ସ୍ବର୍ଣ୍ଣ ପଦକ ଆଶା, ଜାପାନ ସହ ବ୍ରୋଞ୍ଜ ଲଢେଇ

ରିପୋର୍ଟ ଲେଖା ଯିବା ସୁଦ୍ଧା ଭାରତକୁ 2ଟି ବୋଞ୍ଜ ପଦକ ମିଳିଛି । ବ୍ୟାଡମିଣ୍ଟନ ସହ ତୀରନ୍ଦାଜୀରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ମହିଳା ରିକର୍ଭ ଟିମ୍‌ ଇଭେଣ୍ଟରେ କାଂସ୍ୟ ପଦକ ମିଳିଛି । ଭିଏତନାମକୁ 6-2ରେ ହରାଇ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି ଭାରତୀୟ ଟିମ୍ । ଅଙ୍କିତା, ଭଜନ କୌର ଓ ସିମରନଜିତଙ୍କ ପ୍ରଦର୍ଶନ ବଳରେ ଭାରତ ଏହି ସଫଳତା ହାସଲ କରିଛି । ଗତକାଲି ଭାରତ ତୀରନ୍ଦାଜୀରେ 2ଟି ସ୍ବର୍ଣ୍ଣ ପଦକ ଜିତିଥିଲା ।

ପ୍ରକାଶ ଥାଉ କି, ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି । ମୋଟ 88 ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସେଥିରେ 21ଟି ସ୍ୱର୍ଣ୍ଣ ଓ 32ଟି ରୌପ୍ୟ ଓ 35ଟି ବ୍ରୋଞ୍ଜ ମେଡାଲ୍‌ ରହିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି । ଏସୀୟ କ୍ରୀଡ଼ା ଶେଷ ସୁଦ୍ଧା ଯଦି ଭାରତର ଏହି ପ୍ରଦର୍ଶନ ଜାରି ରୁହେ ତେବେ ଏଥର ପଦକ ସଂଖ୍ୟା 100 ପାର୍‌ ଲକ୍ଷ୍ୟ ପୂରଣ ହେବ ବୋଲି ଅନୁମାନ କରାଯାଉଛି । ଏଥର 100 ପାର ଲକ୍ଷ୍ୟ ପୂରଣ ପାଇଁ ଆଉ ମାତ୍ର 12ଟି ପଦକ ଦୂରରେ ଅଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.