ETV Bharat / sports

Asian Games 2023: ମଉଳିଲା ମହିଳା ହକି ଦଳର ସ୍ବର୍ଣ୍ଣ ପଦକ ଆଶା, ଜାପାନ ସହ ବ୍ରୋଞ୍ଜ ଲଢେଇ

author img

By ETV Bharat Odisha Team

Published : Oct 6, 2023, 7:48 AM IST

19 ତମ ଏସୀୟ କ୍ରୀଡାରେ ମହିଳା ହକି ଦଳ ସେମିଫାଇନାଲରେ ଚୀନଠୁ ପରାସ୍ତ ହୋଇଛି । ଆସନ୍ତାକାଲି ଜାପାନ ବିପକ୍ଷରେ କାଂସ୍ୟ ପଦକ ପାଇ ଲଢିବ । ଅଧିକ ପଢନ୍ତୁ

Asian Games 2023
Asian Games 2023

ହଙ୍ଗଝୌ: ଏସୀୟ କ୍ରୀଡ଼ା ହକି ସେମିଫାଇନାଲରେ ପରାସ୍ତ ହୋଇଛି ଭାରତୀୟ ମହିଳା ଦଳ । ଚୀନଠୁ 4-0 ଗୋଲରେ ପରାସ୍ତ ହେବାରୁ ମହିଲା ଦଳର ସ୍ବର୍ଣ୍ଣ ସ୍ବପ୍ନ ଧୂଳିସାତ ହୋଇଛି । ଏହା ସହି ସିଧାସଳଖ ଅଲମ୍ପିକ୍ସ ଟିକେଟ୍‌ ହାତେଇବାରେ ବିଫଳ ହୋଇଛି ଦଳ । ଆସନ୍ତାକାଲି(ଶନିବାର) କାଂସ୍ୟ ପଦକ ପାଇଁ ଜାପାନ ବିପକ୍ଷରେ ଖେଳିବ ।

ଏସୀୟ କ୍ରୀଡ଼ା ଆରମ୍ଭରୁ ମହିଳା ହକି ଦଳ ଭଳ ପ୍ରଦର୍ଶନ କରିଥିଲା । 4ଟି ମ୍ୟାଚ୍‌ ଖେଳି 3ଟି ବିଜୟ ଓ ଗୋଟିଏ ଡ୍ର' ସହ ଶୀର୍ଷରେ ରହିଥିଲା । ହେଲେ ସେମିଫାଇନାଲରେ ଚୀନଠୁ ପରାସ୍ତ ହୋଇଛି । ମିଡଫିଲ଼୍ଡ ଓ ଫରୱାର୍ଡ ଖେଳାଳିଙ୍କ ମଧ୍ୟରେ ତାଳମେଳର ଅଭାବ ଦଳର ପରାଜୟର ମୁଖ୍ୟ କାରଣ ହୋଇଛି । ଚୀନ ପକ୍ଷରୁ 25 ମିନିଟରେ ଝୌଙ୍ଗ, 40 ମିନିଟରେ ଏମ ଜୌ, 55 ମିନିଟରେ ମୁୟ୍ଯୁ ଲିଙ୍ଗ୍‌ ଓ 60 ମିନିଟରେ ବିଙ୍କଫେଙ୍ଗ ଗୁ ଗୋଲ ସ୍କୋର କରିଥିଲେ । ଭାରତ ଗୋଟିଏ ବି ଗୋଲ ପରିଶୋଧ କରି ପାରିନଥିଲା ।

ଏହା ବି ପଢନ୍ତୁ...Asian Games 2023: ଫାଇନାଲରେ ଭାରତୀୟ ପୁରୁଷ ହକି ଦଳ, ଜାପାନ ସହ ସ୍ବର୍ଣ୍ଣ ଲଢେଇ

ଆଜି ଜାପାନ ଭାରତ ଫାଇନାଲ: ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଆଜି ସ୍ବର୍ଣ୍ଣ ପଦକ ପାଇଁ ଜାପାନ ବିପକ୍ଷରେ ଖେଳିବ । ପ୍ରଥମ ମ୍ୟାଚରେ ଉଜବେକିସ୍ତାନ ଏହାପରେ ସିଙ୍ଗାପୁରୁ ତୃତୀୟ ମ୍ୟାଚରେ ଜାପାନ ବିପକ୍ଷରେ 4-2 ଗୋଲରେ ବିଜୟ ହାସଲ କରିଥିଲା । ଏହାପରେ ଚତୁର୍ଥ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଧୂଳି ଚଟାଇ 10-2 ଗୋଲରେ ବାଜି ମାରିଥିଲା ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ପୁରୁଷ ହକି ଦଳ । ଏସୀୟ କ୍ରୀଡ଼ାରେ ଏପର୍ଯ୍ୟନ୍ତ ଅପରାଜେୟ ରହି ସେମିଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ହକି ଦଳ ଆଜି ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ । ଆଜି ଜାପାନ ବିପକ୍ଷରେ ଫାଇନାଲରେ ବିଜୟ ସହ ଭାରତୀୟ ଦଳ ପ୍ୟାରିସ ଅଲିମ୍ପକ୍ସ ଟିକେଟ୍‌ ହାତେଇବାକୁ ପ୍ରୟାସ କରିବେ ।

ଏହା ବି ପଢନ୍ତୁ...Asian Games 2023: ଭାରତକୁ ଆଉ ଏକ ସ୍ବର୍ଣ୍ଣ, ସ୍କ୍ବାଶ ମିକ୍ସଡ ଡବଲ୍ସରେ ଗୋଲ୍ଡ

ପ୍ରକାଶ ଥାଉ କି, ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଛି । ମୋଟ 86 ପଦକ ସହ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସେଥିରେ 21ଟି ସ୍ୱର୍ଣ୍ଣ ଓ 32ଟି ରୌପ୍ୟ ଓ 33ଟି ବ୍ରୋଞ୍ଜ ମେଡାଲ୍‌ ରହିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜାପାନ ଦ୍ବିତୀୟ ଓ ଦକ୍ଷିଣ କୋରିଆ ତୃତୀୟ ସ୍ଥାନରେ ରହିଛି । ଏସୀୟ କ୍ରୀଡ଼ା ଶେଷ ସୁଦ୍ଧା ଯଦି ଭାରତର ଏହି ପ୍ରଦର୍ଶନ ଜାରି ରୁହେ ତେବେ ଏଥର ପଦକ ସଂଖ୍ୟା 100 ପାର୍‌ ଲକ୍ଷ୍ୟ ପୂରଣ ହେବ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.