ETV Bharat / sports

National Women Hockey Championship: ବିଜୟ ପରେ ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶା ହକି ଟିମ୍

author img

By

Published : May 18, 2022, 11:00 PM IST

National Women Hockey Championship: ବିଜୟ ପରେ ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶା ହକି ଟିମ୍
National Women Hockey Championship: ବିଜୟ ପରେ ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶା ହକି ଟିମ୍

ଜାତୀୟ ସିନିଅର ମହିଳା ହକି ଚାମ୍ପିଅନସିପ ବିଜୟ ପରେ ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶା ହକି ଟିମ୍ । ଅଧିକ ପଢନ୍ତୁ

ଭୁବନେଶ୍ୱର: ଫେରିଲେ ଚଳିତ ବର୍ଷ ଜାତୀୟ ସିନିଅର ମହିଳା ହକି ଚାମ୍ପିଅନସିପ ବିଜେତା ଓଡ଼ିଶା ହକି ଦଳ । ଗତକାଲି(ବୁଧବାର) କର୍ଣ୍ଣାଟକକୁ ହରାଇ ସ୍ବର୍ଣ୍ଣ ଜିତିବା ପରେ ମହିଳା ସିନିୟର ହକି ଟିମ୍ ଆଜି ଓଡିଶା ଫେରିଛନ୍ତି । ଭୁବନେଶ୍ବର ବିମାନବନ୍ଦରରେ ବିଜେତା ଖେଳାଳିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

National Women Hockey Championship: ବିଜୟ ପରେ ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶା ହକି ଟିମ୍

ଚଳିତ ବର୍ଷ ଭୋପାଳରେ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟରେ ଫାଇନାଲରେ କର୍ଣ୍ଣାଟକକୁ 2-0 ରେ ହରାଇ ପ୍ରଥମ ଥର ପାଇଁ ଟାଇଟେଲ ଜିତିଛି ଓଡ଼ିଶା । ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ପୂର୍ଣ ଟୁର୍ଣ୍ଣାମେଣ୍ଟରେ ଅନେକ ଶକ୍ତିଶାଳୀ ଦଳ ଥିଲେ ଏବଂ ପ୍ରତ୍ୟେକ ମ୍ୟାଚରେ ଟିମ ଓଡିଶା ଦମଦାର ପ୍ରଦର୍ଶନ କରିଥିବା ଦଳର ଅଧିନାୟିକା କହିଛନ୍ତି । ଅନ୍ୟପକ୍ଷରେ କିଛି ସିନିଅର ଖେଳାଳି ଉପସ୍ଥିତ ରହି ପିଲାଙ୍କୁ ପ୍ରଶିକ୍ଷଣ କରିବା ଏବଂ ପିଲାମାନେ ସେମାନଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିବା ଫଳରେ ଏହି ଟୁର୍ନାମେଣ୍ଟ ଓଡିଶା ଜିତିଥିବା କହିଛନ୍ତି ଦଳର ସପୋର୍ଟ ଷ୍ଟାଫ ଲୁସିଲା ଏକ୍କା ।



ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.