ETV Bharat / sports

ମଙ୍ଗଳବାର ଓଡିଶା ଆସୁଛି ହକି ଟିମ ଇଣ୍ଡିଆ, ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି

author img

By

Published : Aug 16, 2021, 5:26 PM IST

Updated : Aug 16, 2021, 5:39 PM IST

Olympics Hockey Team India coming to Odisha tomorrow, preparations for Welcome are in full swing
ଓଡିଶା ଆସୁଛି ହକି ଟିମ ଇଣ୍ଡିଆ, ସମ୍ବର୍ଦ୍ଧନା ପାଇଁ ଜୋରଦାର ପ୍ରସ୍ତୁତି

ଅଲମ୍ପିକ ହକି ଟିମ ଇଣ୍ଡିଆକୁ ମଙ୍ଗଳବାର ଭୁବନେଶ୍ବରରେ ସ୍ବାଗତ କରିବ ଓଡିଶା । ଅଧିକ ପଢନ୍ତୁ...

ଭୁବନେଶ୍ବର: ଅଲମ୍ପିକ ହକି ଟିମ ଇଣ୍ଡିଆକୁ ମଙ୍ଗଳବାର ଭୁବନେଶ୍ବରରେ ସ୍ବାଗତ କରିବ ଓଡିଶା ଆସନ୍ତାକାଲି(ମଙ୍ଗଳବାର) ଓଡିଶା ଆସୁଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଟିମର ଖେଳାଳି । ଉଭୟ ପୁରୁଷ ଓ ମହିଳା ଟିମର ମୁଖ୍ୟ ପ୍ରାୟୋଜକ ରହିଛି ଓଡିଶା । ଫଳରେ ସଦ୍ୟସମାପ୍ତ ଟୋକିଓ ଅଲମ୍ପିକ୍‌ରେ ଐତିହାସିକ ପ୍ରଦର୍ଶନ କରିଥିବା ହକି ଟିମକୁ ସମ୍ବର୍ଦ୍ଧନା କରିବାକୁ ସରକାର ଜୋରଦାର ପ୍ରସ୍ତୁତି କରୁଛି ।

ମଙ୍ଗଳବାର ଓଡିଶା ଆସୁଛି ହକି ଟିମ ଇଣ୍ଡିଆ, ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି

ଆସନ୍ତାକାଲି ସକାଳ 11.00 ଟାରେ ଭୁବନେଶ୍ବର ବିମାନବନ୍ଦରରେ ୨ଟି ଯାକ ହକି ଟିମ ପହଞ୍ଚିବାର ସୂଚନା ରହିଛି । ସେମାନଙ୍କୁ ସ୍ବାଗତ କରିବା ପାଇଁ ଜୋରଦାର ବ୍ୟବସ୍ଥା କରାଯାଇଛି ।

୪୧ ବର୍ଷରେ ଅଲମ୍ପିକ ହକି ପ୍ରତିଯୋଗିତାରେ ଟୋକିଓରେ ଭାରତୀୟ ପୁରୁଷ ହକି ଟିମ ବ୍ରୋଞ୍ଜ ଜିତି ଇତିହାସ ରହିଛି । ସେହିପରି ସେମିଫାଇନାଲ୍‌ରେ ମହିଳା ହକି ଟିମର ଲଢ଼ୁଆ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଟିମକୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ।

ଓଡିଶା ସରକାର ଉଭୟ ଟିମର ପ୍ରାୟୋଜକ ଥିବାରୁ ଓଡିଶା ମାଟିରେ ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଜୋରଦାର ପ୍ରସ୍ତୁତି ହେଉଛି ।

ଉଭୟ ମହିଳା ଓ ପୁରୁଷ ହକି ଟିମ ସ୍ୟାଣ୍ଡି ଟାଓ୍ବାରରେ ରହିବା ନେଇ ବ୍ୟବସ୍ଥା ହୋଇଛି । ସେଠାରେ ସେମାନଙ୍କ ପାଇଁ ୪୦ଟି ରୁମ୍ ବୁକ୍ କରାଯାଇଛି । ସମସ୍ତ କୋଭିଡ କଟକଣା ମଧ୍ୟରେ ସେମାନଙ୍କୁ ସ୍ବାଗତ କରିବା ପାଇଁ ହେଟେଲ୍‌ ପକ୍ଷରୁ ବହୁତ ସୁନ୍ଦର ବ୍ୟବସ୍ଥା ସବୁ କରାଯାଇଛି । ପୂର୍ବରୁ ପ୍ରାକ୍ଟିସ ସମୟରେ ଖେଳାଳିମାନେ ସେହି ହୋଟେଲରେ ରହିଥିଲେ । ଫଳରେ ସେଠାରେ ମନ ପସନ୍ଦର ଖାଦ୍ୟ ଖେଳାଳିଙ୍କୁ ଅପେକ୍ଷା କରିଥିବା କହିଛନ୍ତି ସ୍ୟାଣ୍ଡି ଟାୱାର ର ସେଫ୍ । ହୋଟେଲ୍ ର ସମସ୍ତ କର୍ମଚାରୀ ଯେଉଁମାନେ ଖେଳାଳିଙ୍କ ସେବାରେ ରହିବେ ସମସ୍ତଙ୍କ RT-PCR ଟେଷ୍ଟ ସହ ସେମାନେ ଡବଲ ଡୋଜ୍ ଟିକା ନେଇଛନ୍ତି । ଖେଳାଳିମାନେ ରହିବାକୁ ଥିବା ରୁମ୍ ଗୁଡିକୁ ସାନିଟାଇଜ୍ କରାଯାଇ ସୁନ୍ଦର ଭାବେ ସଜାଯାଇଛି । ଡାଇନିଂ ଟେବୁଲ୍ ମଧ୍ୟ ଖୁବ୍ ସୁନ୍ଦର ଭାବେ ସଜାଯାଇଛି ।

ମନ୍ ପସନ୍ଦର ଖାଦ୍ୟରେ ଭେଜ୍‌ରେ ଷ୍ଟାଟର ଭାବେ ସୁଫିଆନ୍ ପନିର ଟିକ୍କା, କ୍ରିସପି କର୍ କବାନ୍, ନନ୍ ଭେଜ୍ ରେ ଚିକେନ୍, ଚିଙ୍ଗୁଡି ଓ ମାଛର ବିଭିନ୍ନ ଷ୍ଟାଟର ରହିଛି । ସୁପ୍ ରେ ମଧ୍ୟ ଭେରାଇଟି ସୁପ୍ ରହିଛି ବିଭିନ୍ନ ପ୍ରକାର ନନ୍‌ ଭେଜ୍ ବିରିୟାନୀ ସେମାନଙ୍କୁ ପରଷାଯିବ । ମିଠାରେ ସେମାନଙ୍କୁ ଛେନା ପୋଡ, ରସଗୋଲା, ଗୁଲାବ ଜାମୁନ ପରଷାଯିବ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :Aug 16, 2021, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.