ETV Bharat / sports

ବାପା ହେବେ ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହ

author img

By

Published : Oct 1, 2021, 8:07 PM IST

ବାପା ହେବେ ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହ
ବାପା ହେବେ ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହ

ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହଙ୍କ ଘରକୁ ଆସିବାକୁ ଯାଉଛନ୍ତି ନୂଆ ଅତିଥି । ଅଧିକ ପଢନ୍ତୁ...

ଚଣ୍ଡିଗଡ: ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହଙ୍କ ଘରକୁ ଆସିବାକୁ ଯାଉଛନ୍ତି ନୂଆ ଅତିଥି । ଖୁବ ଶୀଘ୍ର ବାପା ହେବେ ଅଲମ୍ପିକ ବ୍ରୋଞ୍ଜ ବିଜେତା ହକି ଟିମ ଇଣ୍ଡିଆ କ୍ୟାପଟେନ ମନପ୍ରୀତ । ନଭେମ୍ବର ମାସରେ ମନପ୍ରୀତ ଓ ପତ୍ନୀ ଇଲି ସିଦ୍ଦିକି ପ୍ରଥମ ସନ୍ତାନର ପିତାମାତା ଦେବାକୁ ଯାଉଛନ୍ତି । ଏନେଇ ଉଭୟ ଷ୍ଟାର ଦମ୍ପତ୍ତି ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ।

ମନପ୍ରୀତ ଓ ଇଲି ପ୍ରଥମେ ୨୦୧୨ରେ ମାଲେସିୟାରେ ପରସ୍ପରକୁ ଭେଟିଥିଲେ । ମନପ୍ରୀତଙ୍କ ନେତୃତ୍ବରେ ଭାରତୀୟ ସିନିୟର ହକି ଟିମ ସୁଲତାନ ଅଫ ଜୋହର କପ ପାଇଁ ମାଲେସିୟା ଗସ୍ତ କରିଥିଲା । ପରେ ଏହାର ଦୁଇବର୍ଷ ପରେ ୨୦୧୪ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ସେଠାରେ କିଛି ଫ୍ୟାନ୍ସ ମନପ୍ରୀତଙ୍କୁ ଭେଟିଥିଲେ । ଫ୍ୟାନ୍ସଙ୍କ ମଧ୍ୟରେ ଇଲି ଥିଲେ ଓ ପରସ୍ପର ପ୍ରେମରେ ପଡିବା ସହ ଉଭୟଙ୍କ ମଧ୍ୟରେ ଫୋନ୍‌ ନମ୍ବର ମଧ୍ୟ ଅଦଳବଦଳ ହୋଇଥିଲା । ପରେ ଡିସେମ୍ବର ୨୦୧୭ରେ ଗାର୍ଲଫ୍ରେଣ୍ଡଙ୍କୁ ଜୀବନସାଥୀ କରିଥିଲେ ମନପ୍ରୀତ ।

ବାପା ହେବେ ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହ
ବାପା ହେବେ ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହ

ବର୍ଷ ୨୦୧୭ରୁ ମନପ୍ରୀତ ଭାରତୀୟ ହକି ଟିମର ନେତୃତ୍ବ ନେଇଆସୁଛନ୍ତି ।

ବାପା ହେବେ ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହ
ବାପା ହେବେ ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହ

ମନପ୍ରୀତଙ୍କ ଏହି ସୂଚନା ପରେ କ୍ରୀଡା ଜଗତର ଅନେକ ମହାରଥୀ ଓ ଫ୍ୟାନ୍ସ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ପୁରୁଷ ହକି ଟିମ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିଲା । ଏହାସହ ୪୧ ବର୍ଷର ଅଲମ୍ପିକ ପଦକ ମରୁଡିକୁ ଶେଷ କରିଥିଲା ।

ବାପା ହେବେ ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହ
ବାପା ହେବେ ହକି ଟିମ ଇଣ୍ଡିଆ କ୍ୟାପେଟନ ମନପ୍ରୀତ ସିଂହ

ମେନ ଇନ ବ୍ଲୁ ପୁଲ୍‌ ଏ'ରେ ରହିଥିଲା ଓ ଗ୍ରୁପ ପର୍ଯ୍ୟାୟର ୫ଟି ମ୍ୟାଚରୁ ୪ଟି ବିଜୟ ସହ ଦ୍ବିତୀୟ ସ୍ଥାନରେ ରହି କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିଲା । ପରେ କ୍ବାର୍ଟରରେ ଗ୍ରେଟ ବ୍ରିଟେନକୁ ୩-୧ରେ ହରାଇ ସେମିରେ ପ୍ରବେଶ କରିଥିଲା । ମାତ୍ର ବେଲଜିୟମ ବିପକ୍ଷରେ ସେମିଫାଇନାଲ ମ୍ୟାଚ୍‌ରେ ୫-୨ରେ ପରାସ୍ତ ହୋଇଥିଲା । ଫଳରେ ତୃତୀୟ ସ୍ଥାନ ପାଇଁ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ଜର୍ମାନୀକୁ ୫-୪ରେ ହରାଇ ଐତିହାସିକ ବିଜୟ ହାସଲ କରିଥିଲା ମନପ୍ରୀତ ବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.