ETV Bharat / sports

EXCLUSIVE: 'ଟୋକିଓ ଅଲମ୍ପିକ୍ସରେ ଭୟମୁକ୍ତ ହକି ଖେଳିବ ଟିମ ଇଣ୍ଡିଆ'

author img

By

Published : Jul 3, 2021, 10:07 PM IST

EXCLUSIVE: 'I expect the team to be fearless at Tokyo Olympics,' says Indian women's hockey team coach Sjoerd Marijne
EXCLUSIVE: 'ଟୋକିଓ ଅଲମ୍ପିକ୍ସରେ ଭୟମୁକ୍ତ ହକି ଖେଳିବ ଟିମ ଇଣ୍ଡିଆ'

ଭାରତୀୟ ମହିଳା ହକି ଟିମ ପ୍ରଥମ ମ୍ୟାଚ ବିଶ୍ବ ମାନ୍ୟତାର ନମ୍ବର 1 ଟିମ ଓ ଦ୍ବିତୀୟ ମ୍ୟାଚ ବିଶ୍ବ ମାନ୍ୟତାର ନମ୍ବର 2 ଟିମ ସହ ଖେଳିବ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଭାରତୀୟ ମହିଳା ହକି ଟିମ କୋଚ୍‌ ଜୋର୍ଡ ମାରିଜନେ ଚାହାନ୍ତି ଟୋକିଓ ଅଲମ୍ପିକ୍ସରେ ତାଙ୍କ ଟିମ ମୁକ୍ତ ଓ ନିର୍ଭୟ ଭାବେ ଖେଳୁ । ଯାହାଦ୍ବାରା ଫଳାଫଳ ଆଶାନୁଯାୟୀ ହେବ ।

ଟୋକିଓରେ ଖେଳିବା ସହ ଅଲମ୍ପିକ୍ସର କ୍ରମାଗତ ଦ୍ବିତୀୟ ସଂସ୍କରଣରେ ଭାରତୀୟ ମହିଳା ହକି ଟିମ ଦମ ଦେଖାଇବ । ରାନୀ ରାମପାଲଙ୍କ ନେତୃତ୍ବରେ ଟିମ ଭଲ ପ୍ରଦର୍ଶନ କରିବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି ।

1980 ମସ୍କୋ ଅଲମ୍ପିକ୍ସରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । ଏହାଥିଲା ଗ୍ରୀଷ୍ମକାଳୀନ ଅଲମ୍ପିକ୍ସରେ ଭାରତୀୟ ଟିମର ଶ୍ରେଷ୍ଠ ପ୍ରଦର୍ଶନ ।

ତେବେ ଡଚ୍‌ କୋଚ୍‌ କହିଛନ୍ତି, "ଟୋକିଓରେ ଟିମ ବିନା ଚାପରେ ଖେଳିବ କାରଣ ପଦକ ଦାବିଦାର ପ୍ରମୁଖ ତାଲିକାରେ ଗଣନା କରାଯାଉନାହିଁ । ବିଶ୍ବର ଶ୍ରେଷ୍ଠ କ୍ରୀଡା ଇଭେଣ୍ଟରେ ଖେଳାଳିମାନେ ନିଜର ଦେଶର ପ୍ରତିନିଧିତ୍ବ କରିବେ ଫଳରେ ଶ୍ରେଷ୍ଠ ପ୍ରଦର୍ଶନର ଆଶା ରହିଛି ।" ତେବେ ଟୋକିଓରେ ଟିମ ଇଣ୍ଡିଆ ପାଇଁ ବଡ ଆହ୍ବାନ ଅପେକ୍ଷା କରିଛି ବୋଲି ସ୍ବୀକାର କରିଛନ୍ତି କୋଚ୍‌ ।

ଭାରତୀୟ ମହିଳା ଟିମ ପ୍ରଥମ ମ୍ୟାଚ ବିଶ୍ବ ମାନ୍ୟତାର ନମ୍ବର 1 ଟିମ ଓ ଦ୍ବିତୀୟ ମ୍ୟାଚ ବିଶ୍ବ ମାନ୍ୟତାର ନମ୍ବର 2 ଟିମ ସହ ଖେଳିବ । ଏହା ଆହ୍ବାନପୂର୍ଣ୍ଣ ମ୍ୟାଚ ବୋଲି କହିଛନ୍ତି କୋଚ୍‌ ମାରିଜନେ । ଏଥିରେ ବିଜୟ ମିଳିଲେ ଖୁସି ଓ ନମିଳିଲେ ସକରାତ୍ମକ ରହିବାକୁ ହେବ । ଗୋଟିଏ ମ୍ୟାଚ ପରାଜୟରେ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଯାଏନାହିଁ । ସେଥିପାଇଁ ଧୈର୍ଯ୍ୟ ଓ ଆବେଗ ସହ ଉଚିତ ସମନ୍ବୟ ରଖିବାକୁ ହେବ । ପରାଜୟକୁ ଭୁଲି ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତ ହେବାକୁ ପଡିବ, କାରଣ ଏହା ଆଗାମୀ ମ୍ୟାଚରେ ପ୍ରଦର୍ଶନକୁ ପ୍ରଭାବିତ କରିପାରେ ବୋଲି କୋଚ୍‌ କହିଛନ୍ତି ।

"ସୁଯୋଗ ସବୁବେଳେ ଥାଏ, କଣ ଘଟିବ କେହି ଆକଳନ କରିବା କଷ୍ଟ । ପ୍ରତିଟି ମ୍ୟାଚରେ ବିଜୟ ପାଇଁ ଶତପ୍ରତିଶତ ପ୍ରଦର୍ଶନ କରିବାକୁ ହେବ ।" ଇତିହାସ ରଚିବାକୁ ଟିମ ପାଖରେ ସୁଯୋଗ ରହିଥିବା କହିବା ସହ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି କୋଚ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.