ETV Bharat / sports

Rishabh Pant Health Update: ଶୀଘ୍ର ଫେରିବେ ପନ୍ତ ! 140km ସ୍ପିଡ୍‌ ବଲରେ କରୁଛନ୍ତି ଅଭ୍ୟାସ

author img

By

Published : Aug 5, 2023, 7:46 PM IST

Rishabh Pant Health Update
Rishabh Pant Health Update

ମୈଦାନକୁ ଫେରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି ଷ୍ଟାର ୱିକେଟକିପର ଋଷଭ ପନ୍ତ । ବର୍ତ୍ତମାନ ଜାତୀୟ କ୍ରିକେଟ ଏକାଡେମୀରେ ସେ ଘଣ୍ଟାପ୍ରତି ପ୍ରାୟ ୧୪୦ କିମି ବେଗରେ ଆସୁଥିବା ବଲକୁ ଖେଳୁଥିବା ଦେଖାଯାଇଛି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ପ୍ରଶଂସକଙ୍କ ପାଇଁ ଆସିଛି ଭଲ ଖବର । ଖୁବଶୀଘ୍ର ଦଳକୁ ଫେରିବାକୁ ଯାଉଛନ୍ତି ଷ୍ଟାର ୱିକେଟକିପର ଋଷଭ ପନ୍ତ । କାର୍‌ ଦୁର୍ଘଟଣା ପରେ ଦୀର୍ଘ ୮ ମାସ ଧରି କ୍ରିକେଟରୁ ଦୂରେଇ ରହିଥିବା ପନ୍ତ ଏବେ ଜୋରଦାର ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସେ ଘଣ୍ଟାପ୍ରତି ପ୍ରାୟ ୧୪୦ କିମି ବେଗରେ ଆସୁଥିବା ବଲକୁ ଖେଳୁଥିବା ଦେଖାଯାଇଛି । ଯାହା ଭାରତୀୟ ଦଳ ପାଇଁ ଏକ ଖୁସିର ବିଷୟ । ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀ (NCA)ରେ ଜୋରଦାର ପ୍ରାକ୍ଟିସ କରୁଥିବା ବେଳେ ସେ ଖୁବଶୀଘ୍ର ସୁସ୍ଥ ହୋଇ ଦଳକୁ କମବ୍ୟାକ କରିପାରନ୍ତି ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ସୁସ୍ଥ ହେଉଛନ୍ତି ପନ୍ତ୍‌, ନିଜେ ଭିଡିଓ ସେୟାର କରି ଦେଲେ ସୂଚନା

ରିପୋର୍ଟ ଅନୁସାରେ, ଏହି ଷ୍ଟାର ୱିକେଟକିପର ଓ ବ୍ୟାଟର ଋଷଭ ପନ୍ତ ଜାତୀୟ କ୍ରିକେଟ ଏକାଡେମୀରେ ଜୋରଦାର ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ କୁହାଯାଉଛି ଯେ, ଋଷଭ ପ୍ରାୟ ୧୪୦ କି.ମି ବେଗରେ ଆସୁଥିବା ବଲକୁ ସାମ୍ନା କରୁଛନ୍ତି । ନେଟ୍ସ୍‌ରେ ପନ୍ତଙ୍କ ଦମଦାର ବ୍ୟାଟିଂ କରୁଥିବା ଦେଖି ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି । ବ୍ୟାଟିଂ ସହ ଋଷଭ ୱିକେଟରକ୍ଷଣ ଅଭ୍ୟାସ କରୁଥିବା ମଧ୍ୟ ନଜର ଆସିଛି । ଏହାପରେ ପନ୍ତ ଖୁବଶୀଘ୍ର ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଗିରଫ ହେଲା ସିରିଜ ଠକ, ଠକାମୀରୁ ବାଦ ପଡିନଥିଲେ କ୍ରିକେଟର ଋଷଭ ପନ୍ତ

ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ମାସରେ ପନ୍ତ ଏକ ଭୟଙ୍କର କାର୍ ଦୁର୍ଘଟଣାର ଶିକାର ହୋଇଥିଲେ । ସେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହାପରେ ଦୀର୍ଘ ୮ ମାସ ଧରି ପନ୍ତ କ୍ରିକେଟରୁ ଦୂରେଇ ରହିଛନ୍ତି । ତେବେ ସୁସ୍ଥ ହୋଇ ପୁଣିଥରେ ଖେଳିବା ପାଇଁ ତାଙ୍କୁ ପ୍ରାୟ ଏକ ବର୍ଷ ବା ଅଧିକ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେ ଏହାକୁ ଭୁଲ ପ୍ରମାଣିତ କରି ଯଥାଶୀଘ୍ର ସୁସ୍ଥ ହେବା ସହିତ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି । ହେଲେ ବିଶ୍ବକପ୍‌ ପୂର୍ବରୁ ସେ ଦଳକୁ ଫେରିବା ଆଶା କ୍ଷୀଣ । ସେଥିପାଇଁ ତେବେ ବର୍ତ୍ତମାନ ଇଶାନ କିଶାନ, ସଞ୍ଜୁ ସାମସନ ଏବଂ କେଏଲ ରାହୁଲ ୱିକେଟକିପର ଭୂମିକାରେ ବିଶ୍ବକପ ପାଇଁ ଭାରତୀୟ ଦଳରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.