ETV Bharat / sports

Ind-Eng ODI: ପ୍ରଥମ ଦିନିକିଆରେ କୋହଲି ଖେଳିବା ନେଇ ସନ୍ଦେହ

author img

By

Published : Jul 12, 2022, 11:11 AM IST

ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ଦିନିକିଆ ସିରିଜ । ଆହତ ସମସ୍ୟାରୁ ପ୍ରଥମ ଦିନିକିଆରୁ ବାଦ ପଡିପାରନ୍ତି ବିରାଟ କୋହଲି । ଅଧିକ ପଢନ୍ତୁ

Ind-Eng ODI
Ind-Eng ODI

ଲଣ୍ଡନ: ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ଦିନିକିଆ ସିରିଜ । ଓଭାଲ ଗ୍ରାଉଣ୍ଡରେ ଆଜି ପ୍ରଥମ ଦିନିକିଆ ଖେଳାଯିବ। କୋହଲିଙ୍କ ଫର୍ମ ନେଇ ଚିନ୍ତା ଥିବାବେଳେ ଆହତ କାରଣରୁ ପ୍ରଥମ ଦିନିକିଆରୁ ବାଦ ପଡିପାରନ୍ତି ବିରାଟ କୋହଲି । ଫଳରେ ଟିମ ଇଣ୍ଡିଆର ଏକାଦଶ ଚୟନ ଚିନ୍ତାଜନକ ହୋଇଛି ।

କୋହଲିଙ୍କ ଅଣ୍ଟାରେ (groin) ଯନ୍ତ୍ରଣାଜନିତ ସମସ୍ୟା ରହିଛି । ସୋମବାର ଅଭ୍ୟାସ ପାଇଁ ମଧ୍ୟ କୋହଲି ଆସି ନଥିବା ସୂଚନା ମିଳିଛି । ବିରାଟଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି । ଆହତ ସମସ୍ୟା ଥିବାରୁ ବିରାଟ କୋହଲି ପ୍ରଥମ ଦିନିକିଆ ଖେଳି ନପାରନ୍ତି ବୋଲି ସୂଚନା ମିଳିଛି । ତେବେ ଏହାକୁ ନେଇ ଆନୁଷ୍ଠାନିକ ଭାବରେ କୌଣସି ଘୋଷଣା ହୋଇନାହିଁ ।

ଦିନିକିଆ ସିରିଜ ପୂର୍ବରୁ କୋହଲିଙ୍କ ଫର୍ମ ମୁଖ୍ୟ ପ୍ରସଙ୍ଗ ଥିଲା । 2019 ପରଠୁ କୋହଲିଙ୍କ ବ୍ୟାଟରୁ ଶତକ ଦେଖିନାହାନ୍ତି ଦର୍ଶକ । ଦିନକୁ ଦିନ ତାଙ୍କ ପ୍ରଦର୍ଶନୀରେ ଅବନ୍ନତି ଘଟୁଛି । ତଥାପି ଦିନିକିଆ ଫର୍ମାଟରେ ସେ କମାଲ କରିବା ନେଇ ଆଶା ରଖିଛନ୍ତି ଫ୍ୟାନ୍ସ । ସେ ତାଙ୍କ ଶେଷ 11ଟି ଦିନିକିଆରେ 4ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଟି-20 ସିରିଜ ପ୍ରଦର୍ଶନ ଭଲ ନଥିଲା । ଇଂଲଣ୍ଡ ବିପକ୍ଷରେ ଟି-20 ସିରିଜ କବ୍‌ଜା କରିବା ପରେ ଦିନିକିଆରେ କଡା ମୁକାବିଲା କରିବାକୁ ପ୍ରସ୍ତୁତ ଅଛି ଟିମ ଇଣ୍ଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.