ETV Bharat / sports

ICC Online Fraud Case: ICCକୁ 20 କୋଟିର ଚୂନ ଲଗାଇଲେ ସାଇବର ଲୁଟେରା

author img

By

Published : Jan 21, 2023, 7:43 PM IST

ICC
ICC

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ( ICC ) ମଧ୍ୟ ଅନଲାଇନ ଫ୍ରଡର ଶିକାର ହୋଇଛି । ଅଧିକ

ହାଇଦ୍ରାବାଦ : ଅନଲାଇନରେ ଫ୍ରଡର ଶିକାର ହେଲା ICC । ଏକଥା ଆପଣ ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ICC ଭଳି ବଡ ସଂସ୍ଥା ବି ଅନଲାଇନ ଠକାମିର ଶିକାର ହେଉଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ମଧ୍ୟ ଅନଲାଇନ ଫ୍ରଡର ଶିକାର ହୋଇଛି । ଫ୍ରଡ ବାବଦରେ ଜାଣିବା ପରେ ICC ଏନେଇ ଯାଞ୍ଚ ଆରମ୍ଭ କରିଛି । ହେଲେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଅନଲାଇନ ଠକାମିର ଶିକାର ବାବଦରେ ଅଧିକ କିଛି ସୂଚନା ଦେଇନାହିଁ । ହେଲେ ମିଡିଆ ରିପୋର୍ଟରେ ଚର୍ଚ୍ଚା ହୋଇଛି କି ଆମେରିକା ବେସ୍ଡ ପାର୍ଟି ICCଠାରୁ ଏହି ଅନଲାଇନ ଫ୍ରଡ କରିଛି । ଅନ ଲାଇନ ଫ୍ରଡ ଏକ ବିଶ୍ବାସ ଯୋଗ୍ୟ ଇମେଲ ଏଡ୍ରେସ ମାଧ୍ୟମରେ ସଂସ୍ଥାକୁ ମେଲ ପଠାଇଥିଲା । ତେବେ ଫ୍ରଡ ବାବଦରେ ଅବଗତ ହେବା ପରେ ICC ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ଅନୁସାରେ ଆଇସିସି ଭାରତୀୟ ମୁଦ୍ରାରେ 20 କୋଟି ଠକାମିର ଶିକାର ହୋଇଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦକୁ କିଛି ସଂସ୍ଥା ତରଫରୁ ପେମେଣ୍ଟ କରାଯିବାର ଥିଲା । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଜଣା ପଡିଥିଲା କି ଏହି ପେମେଣ୍ଟ ହୋଇନାହିଁ । ଆଇସିସି ଗୁରୁବାର ଜାଣିବାକୁ ପାଇଥିଲାକି ଯାହାକୁ ପେମେଣ୍ଟ ମିଳିବାର ଥିଲା ତାକୁ ପେମେଣ୍ଟ ମିଳି ନାହିଁ । ଏହା ପରେ ଆଇସିସିର ଅର୍ଥ ବିଭାଗକୁ ଜଣା ପଡିଥିଲା କି କେହି ଜଣା ତାଙ୍କ ସହିତ ଫ୍ରଡ କରିଛି । ଆଇସିସିର ଚେୟାର ମେନ ଗ୍ରେମ ବାର୍କେଲ ଏବାବଦରେ କିଛି ସ୍ପଷ୍ଟ ସୂଚନା ରଖିନାହାଁନ୍ତି । ତେବେ ଆଇସିସି କେତେ ଟଙ୍କାର ଅନଲାଇନ ଠକାମିର ଶିକାର ହୋଇଛି ତାହା ସଠିକ ଜଣାପଡିନାହିଁ । ICC ଅନ ଲାଇନ ଠକାମିର ଶିକାର ହେବା ପରେ ଅର୍ଥ ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.